ହେଡଲାଇନସ୍:

 ବିଶ୍ୱ ଶକ୍ତି ସଂରକ୍ଷଣ ଦିବସରେ ସଚେତନତା ଶୋଭାଯାତ୍ରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ଆଜି ବିଶ୍ୱ ଶକ୍ତ ସଂରକ୍ଷଣ ଦିବସରେ ରଘୁନାଥ ବିଦ୍ୟାପିଠ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆଖୁପଦର ଓଡ଼ଗାଁର ଛାତ୍ର/ଛାତ୍ରୀ ମାନଙ୍କ ଦ୍ୱାରା ମିଳିତ ଭାବେ ଶକ୍ତି ସଂରକ୍ଷଣ ସମ୍ପର୍କିତ ଏକ ସଚେତନତା ଶୋଭାଯାତ୍ରା ଓଡ଼ଗାଁ ଏନଏସି ପରିକ୍ରମା କରିଥିଲା । ପ୍ଳାକାର୍ଡ ଧରି ସଂରକ୍ଷଣ ସମ୍ପର୍କିତ ସ୍ଲୋଗାନ  ଦେବା ସହିତ ପ୍ରଚାରପତ୍ର ବଂଟନ କରାଯାଇଥିଲା । ପରେ ବିଦ୍ୟାଳୟରେ ଅନୁଷ୍ଠିତ ସଭାରେ ଶକ୍ତିର ଗୁରୁତ୍ୱ, ଆଗାମୀ ଦିନର ଶକ୍ତି ସଙ୍କଟ ଏବଂ ଏହାର ସଂରକ୍ଷଣ ବିଷୟରେ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ପ୍ରଧାନ ଆଲୋଚନା କରିଥିଲା । ଗତ ଡିସେମ୍ବର ୧ ତାରିଖରେ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରଣାଳୟ ତରଫରୁ ରଘୁନାଥ ବିଦ୍ୟାପୀଠରେ ବ୍ଲକ ସ୍ତରୀୟ ଶକ୍ତ ସଂରକ୍ଷଣ ବିଷୟରେ ଅନୁଷ୍ଠିତ  କୁଇଜ୍ ପ୍ରତିଯୋଗୀତାରେ୧ମ ଶୁଭେନ୍ଦୁ କୁମାର ସାହୁ, ୨ୟ ଶୁଭଙ୍କର ସାହୁ, ୩ୟ ଚନ୍ଦ୍ର ଶେଖର ମିଶ୍ରଙ୍କୁ ଯଥାକ୍ରମେ ୧ହଜାର ଟଙ୍କା, ୮ ଶହ ଟଙ୍କା ଏବଂ ୬ ଶହ ଟଙ୍କା ଲେଖାଏଁ ଦେଇ ପୁରସ୍କୃତ କରାଯାଇଥିଲା । 

0
0
0
s2sdefault