ହେଡଲାଇନସ୍:

ଜାଡରେ ଥୁରୁ ଥୁରୁ ଘୁ.ଉଦୟଗିରି:ସହର ମଧ୍ୟରେ ନାହିଁ ଶୀତକାଳୀନ ରାତ୍ରି ଆଶ୍ରୟସ୍ଥଳୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି(ଗଗନ ପ୍ରଧାନ) : କନ୍ଧମାଳ ଜ଼ିଲ୍ଲାର ଘୁ.ଉଦୟଗିରି ବ୍ଲକ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ I ଘୁ.ଉଦୟଗିରିର ପାଣିପାଗ ମଧ୍ୟ ବେଶ ମନୋରମ I ଯାହାପାଇଁ ବ୍ରିଟିଶ ମିଶନାରି ଘୁ.ଉଦୟଗିରିର ଗୁଡ୍ରିପଡି ଠାରେ ବସତି ସ୍ଥାପନ କରି ଥିଲେ I ଘୁ. ଉଦୟଗିରିର ପରିବେଶ ଏବଂ ପାଣିପାଗ ବେଶ ମନରମ ଏବଂ ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ବେଶ ଯଥେଷ୍ଟ I ନଭେମ୍ବର ମାସ ଠାରୁ ମାର୍ଚ୍ଚ ପର୍ଯ୍ୟନ୍ତ ଘୁ. ଉଦୟଗିରି ଠାରେ ଥଣ୍ଡା ଅନୁଭୂତ ହୋଇ ଥାଏ I ଅଜି ଘୁ.ଉଦୟଗିରି ଜାଡରେ ଥରୁଛି I ନିଆଁ ହିଁ ସାଧାରଣଜନତାଙ୍କ ସାହାରା ହୋଇଥିବା ଦେଖା ଦେଇଛି I ତେଣୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା କଳିଙ୍ଗାଘଟି, ସିରିକି ଘାଇ, କାକାଲ ବାକିର ବିକାଶ ପାଇଁ ସମାଜସେବୀ ମହମ୍ମଦ ଜିଆଉଦ୍ଧିନ ଦାବି କରିଛନ୍ତି I ଏହା ସହ ପାଣିପାଗ ତାପମାତ୍ରା ସର୍ବସାଧାରଣରେ ପ୍ରକାଶ ପାଇଁ ଦାବି ହୋଇଛି I ବର୍ଷ ବର୍ଷ ଧରି ଘୁ.ଉଦୟଗିରି ଠାରେ ଥିବା ପାଣିପାଗ ମାପକ ଯନ୍ତ୍ର ଅଚଳ ହୋଇ ପଡିଛି I ଯାହା ପାଇଁ ପାଣି ପାଗ ସର୍ବସାଧାରଣରେ ଜଣା ପଡ଼ୁ ନାହିଁ I ତେଣୁ ତାପମାତ୍ରା ମାପକ ଯନ୍ତ୍ର ମରାମତି ପାଇଁ ସମାଜସେବୀ ଦାବି କରିଛନ୍ତି I କେବଳ ସେତିକି ନୁହେଁ ଘୁ.ଉଦୟଗିରି ସହର ମଧ୍ୟରେ ଶୀତକାଳୀନ ଆଶ୍ରୟ ସ୍ଥଳୀ ନାହିଁ I ଯାହା ପାଇଁ ରାତିରେ ଯାତ୍ରା କରୁଥିବା ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉ ଥିବା ଦେଖାଦେଇଛି I ତେଣୁ ସହର ମଧ୍ୟରେ ଶୀତକାଳୀନ ଆଶ୍ରୟ ସ୍ଥଳୀ ପାଇଁ ସାଧାରଣରେ ଦାବି ହୋଇଛି I

 

0
0
0
s2sdefault