ହେଡଲାଇନସ୍:

ବନ୍ଧା ହେଲେ ଭାଉଜ : ଯାହାଙ୍କ ଫୋନ ନିମନ୍ତ୍ରଣ ରୁକ୍ମିଣୀଙ୍କୁ ଠେଲି ଦେଇଥିଲା ଆତ୍ମହତ୍ୟାର ବାଟକୁ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଆରମ୍ଭ ହୋଇଥିଲା ଯେଉଁଠି, ପୋଲିସ ପହଁଚିଲା ସେଇଠି  

ଶେଷରେ ପୁଲିସ ପଞ୍ଝାକୁ ଆସିଲେ ଖାଳନାୟିକା ଭାଉଜ ଓ ତାଙ୍କ ଭଉଣୀ 

ମୃତ୍ୟୁ ପାଇଁ ବାଧ୍ୟ କରିଥିବା ଥାନା ବାବୁଙ୍କ ବିରୋଧରେ ମୋ ସରକାରଙ୍କ କାର୍ଯାନୁଷ୍ଠାନ କେବେ  

ବାରିପଦା(ଦିଲ୍ଲୀପ ମହାନ୍ତି )-  "ହାଲୋ....ଆମ ଘରକୁ କାଳୀପୂଜା ଦେଖିବାକୁ ଆସୁନ " | ଏଇ ସ୍ନେହବୋଳା ଛଳନାପୂର୍ବ ଫୋନ କଲ ଡାକିନୀ ସାଜି ଅଧ୍ୟାପିକା ରୁକ୍ମିଣୀ ମଂଡଳଂକୁ ଟାଣି ନେଇଥିଲା ତାଙ୍କ ଜୀବନର ବିପର୍ଯ୍ୟୟ ଆଉ ଶେଷରେ ଆତ୍ମହତ୍ୟା ଆଡକୁ | ସେ ଭାବି ନଥିଲେ ଯେ ଏଇ ଫୋନ କଲ ପଛରେ ଲୁଚି ରହିଛି ଷଡଯନ୍ତ୍ର , ଆଉ ତାଙ୍କୁ ଅପେକ୍ଷା କରିଛି ବଲାତ୍କାରୀ ଯୌନାପିପାସୁ ଦାନବ ଟିଏ | ଯାହା ଘଟିଗଲା ତାପରେ ଏବେ ତାହା କାହାଣୀ | ହେଲେ ଷଡ଼ଯନ୍ତ୍ରର ପ୍ରଥମା ଜାଲ ଫିଙ୍ଗିଥିବା ଭାଉଜ ଶେଷରେ ବନ୍ଧା ହୋଇଛନ୍ତି | କାରଣ କାହାଣୀ  ଆରମ୍ଭ ହୋଇଥିଲା ଯେଉଁଠି, ଶେଷରେ ପୋଲିସ ପହଞ୍ଚିଥିଲା ସେଇଠି  | ଶେଷରେ ପୁଲିସ ପଞ୍ଝାକୁ ଆସିଲେ ଖାଳନାୟିକା(!) ଭାଉଜ ଓ ଭାଉଜଙ୍କ ବଡ ଭଉଣୀ | ହେଲେ ଏବେ ବି ରୁକ୍ମିଣୀଙ୍କୁ ଆତ୍ମା ଗୁମୁରି କାନ୍ଦୁଛି | ଆଉ (ଯାହା ଏତଲାରେ ଉଲ୍ଲେଖ କରିଥିଲେ ରୁକ୍ମିଣୀ) ମୃତ୍ୟୁ ପାଇଁ ବାଧ୍ୟ କରିଥିବା ଥାନା ବାବୁଙ୍କ ବିରୋଧରେ ମୋ ସରକାରଙ୍କ କାର୍ଯାନୁଷ୍ଠାନ କେବେ  !!!!

ନିଜ ନଣନ୍ଦ ତଥା ଅଧ୍ୟାପିକା ରୁକ୍ମିଣୀଙ୍କ ସହ ଭାଇଙ୍କ ବିବାହ ଦେବା ନିମନ୍ତେ ଭାଉଜ ବିଛାଇଥିଲେ ଜାଲ । ଅଜାଣତରେ ଜାଲରେ ଧାରା ଦେଇଥିଲେ ନଣଦ ରୁକ୍ମଣୀ । ଫଳରେ ରୁକ୍ମଣୀ ଓ ସୌମ୍ୟରଂଜନଙ୍କ  ମଧ୍ୟରେ ଗଢି ଉଠିଲା ପ୍ରେମ ସମ୍ପର୍କ । ରୁକ୍ମଣୀଙ୍କ ଦୁର୍ବଳ ମୁହୂର୍ତ୍ତରୁ ଭିଡିଓ ରେକଡିଂ କରି ଫାଇଦା ଉଠାଇବାକୁ ଉଦ୍ୟମ କରାଗଲା ।  ବ୍ଲାକମେଲିଙ୍ଗର ଶିକାର ହେଲା ରୁକ୍ମଣୀ । ଗତ କାଳୀପୂଜା ସମୟରେ ଭାଉଜ ରୁକ୍ମଣୀଙ୍କୁ କେଉଁନ୍ଦୁଝର ବୁଲିବା ନିମନ୍ତେ ଡକାଇ ପଠାଇଲେ ଭାଉଜ  | ଭାଉଜଙ୍କ କଥାରେ କିଛି ଅବିଶ୍ୱାସ କରିବାର ନ ଥିଲା  ! ତେଣୁ  ରୁକ୍ମିଣୀ କେନ୍ଦୁଝର ଗଲେ ଭାଉଜଙ୍କ ଘରକୁ | ପହଂଚିବା ପରଦିନ ରାତିରେ ଭାଉଜଙ୍କ ଭାଇ ନିଶାସକ୍ତ ଅବସ୍ଥାରେ ଆସି ତାଙ୍କୁ ଦୁଷ୍କର୍ମ କରିଲା | ଯୋଜନାବଦ୍ଧ ସେ ଦୁଷ୍କର୍ମ ବେଳର ଫୋଟୋ ଉଠାଇଲା | ରୁକ୍ମିଣୀ ଭାଉଜଙ୍କୁ ଏ ବିଷୟରେ କହିଲେ , ହେଲେ ଭାଉଜ ତାଙ୍କୁ ଚୁପ ରହିବାକୁ ପ୍ରବର୍ତ୍ତାଇଲେ | ଏପରିକି ତାଙ୍କ ଫୋଟୋ ଉଠିଥିବା ବିଷୟ ଜାଣି ବି ଭାଉଜଙ୍କ ପରିବାର ଲୋକ କାହାକୁ ନକହିବାକୁ ଧମକାଇଲେ | ତା ପରଦିନ ସେଠାରୁ ଆସି ପ୍ରବଳ ମାନସିକ ଅଶାନ୍ତି ଭିତରେ ରହିଥିବା ରୁକ୍ମିଣୀଙ୍କୁ ଫୋନ ଯୋଗେ ବି ଫୋଟୋ ଭାଇରଲ  କରିଦେବା ବା ଜୀବନରେ ମାରିଦେବା ଧମକ ବି ଆସିଲା | ମାନସିକ ଦୁଶ୍ଚିନ୍ତାରେ ରହିବା ସହ ତାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି ଅକ୍ଟୋବର ୩୦ରେ ରୁକ୍ମଣୀ ଝାରପୋଖରୀଆ ଥାନାରେ  ଲିଖିତ ଅଭିଯୋଗ ଜରିଥିଲେ | ପୋଲିସ ବି ଏତଲା ପଞ୍ଜିକାରଣ କଲା |  ଏତଲା ହେବାର ମାସେ ପରେ  ମଧ୍ୟ  ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ "ମୋ ସରକାର" ଓ "୫-ଟି" ଭଳି ମହତ୍ୱାକାଂକ୍ଷୀ ଯୋଜନାକୁ ପରିସ୍ରା ବି କଲେଣି ସମ୍ପୃକ୍ତ ଥାନାଧିକାରୀ ଓ ମାମଲାର ତଦନ୍ତ ଅଧିଜାରୀ ।  ପୋଲିସ  ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କଣ, ତଦନ୍ତ ବି ଠିକଣା ଢଙ୍ଗରେ  କଲେ ନାହିଁ | ଅଧ୍ୟାପିକା ରୁକ୍ମିଣୀ ମାନସିକ ଦୁଶ୍ଚିନ୍ତା ରେ ରହିଲେ ଆଉ ଦୁଷ୍କର୍ମକାରୀଙ୍କ ମନୋବଳ ବଢ଼ିଲା | ରୁକ୍ମିଣୀଙ୍କ ଜୀବନ ଓ ଆତ୍ମମର୍ଯ୍ୟାଦା  ପ୍ରତି ବିପଦ ଘନେଇଲା | ନିଇତି ମରି ମରି ବଂଚୁଥିଲେ ଉଚ୍ଚଶିକ୍ଷିତ ଅଧ୍ୟାପିକା ଜଣକ ପୋଲିସର ଅସହଯୋଗ ପାଇଁ | ଶେଷରେ ମରି ମରି ବଂଚିବା ଅପେକ୍ଷା ଏକାଥରକେ ମରିଯିବା ଭଲ ବୋଲି ଉଚିତ ମନେକରି ନେଇଗଲେ ଆତ୍ମହତ୍ୟା କରିବା ଭଳି ଭୁଲ ନିଷ୍ପତ୍ତି | ଶେଷରେ ରାଇରଙ୍ଗପୁର ମହାବିଦ୍ୟାଳୟ ଛାତ୍ରୀ ନିବାସରେ ରହୁଥିବା କୋଠରୀ ନମ୍ବର ୮ ସିଲିଂରେ ଗତ ନଭେମ୍ବର ୩୦ରେ ଫାଶ ଲଗାଇ ଆତ୍ମହତ୍ୟା କରିଦେଲେ |  ହାଇଦ୍ରାବାଦ ଡାକ୍ତର ପ୍ରିୟଙ୍କାଙ୍କ ମାମଲାରେ ଅପରାଧୀମାନେ ଦୁଷ୍କର୍ମ ପରେ ତାଙ୍କୁ ଜାଳି ମାରିଦେଲେ | ହେଲେ ରୁକ୍ମିଣୀଙ୍କ କ୍ଷେତ୍ରରେ ଦୁଷ୍କର୍ମ ପରେ ଅପରାଧୀ ଓ ପରବର୍ତ୍ତୀ ପର୍ଯ୍ୟାୟରେ ତାଙ୍କୁ ଜଳି ଜଳି ମାରିବାକୁ ଛାଡି ଦେଲା | ଆଉ ସେ ନିଆଁରେ ଜଳିଗଲେ ରୁକ୍ମିଣୀ ମଣ୍ଡଳ | 

     ତେବେ ଏଠି ଦୁଷ୍କର୍ମକାରୀମାନେ ରୁକ୍ମିଣୀଙ୍କ ଆତ୍ମହତ୍ୟା ପାଇଁ ଯେତିକି ଦାୟୀ ନୁହନ୍ତି ତାଠୁ ଅଧିକ ଦାୟୀ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଅଫିସରଙ୍କ ସମବେଦନା ହୀନତା ଓ ଦାୟିତ୍ୱହୀନତା ଅବା ଦାୟିତ୍ୱ ପ୍ରତି ଚଂଚକତା | ଏହି ଘଟଣାରେ  ପୁଲିସ ମୁଖ୍ୟ ଅଭିଯୁକ୍ତ ସୌମ୍ୟରଂଜନ ଓ ମାମଲା ପ୍ରତ୍ୟାହାର ନିମନ୍ତେ ଧମକ , ଚାପ ପକାଉଥିବା ଦୁଇ କାକା ପୁଅ ଭାଇ ଦେବବ୍ରତ ମଣ୍ଡଳ, ସୁଜିତ ମଣ୍ଡଳକୁ ଗିରଫ  କଲା ।ଏଥିସହିତ ରୁକ୍ମିଣୀ ପକ୍ଷରୁ ରୁଜୁ କରାଯାଇଥିବା ଏତଲାରେ କର୍ତ୍ତବ୍ୟରେ ଅବହେଳା କାରଣରୁ  କେଶରେ ଥିବା ଆଇଓ ପ୍ରଶାନ୍ତ ସ୍ୱାଇଁଙ୍କୁ କାର୍ଯ୍ୟରୁ ନିଲମ୍ବିତ ଓ ଝାରପୋଖରିଆ ଥାନା ଅଧିକାରୀ ଶରତ ମହାଳିକଙ୍କୁ ବଦଳି କଲେ ମୟୂରଭଞ୍ଜ ଆରାକ୍ଷୀ ଅଧିକ୍ଷକ ସ୍ମିଥ ପି ପରମାର । ଏହାପରେ ଆଇଜି ଥାନା ଅଧିକାରୀଙ୍କୁ ମଧ୍ୟ କାର୍ଯ୍ୟରୁ ନିଲମ୍ବନ ଆଦେଶନାମା ଜାରି ଜରିଥିଲେ  | ଏହି ବହୁଚର୍ଚ୍ଚିତ ଅଧ୍ୟାପିକା ଆତ୍ମହତ୍ୟା ମାମଲାରେ କେବଳ ସୌମ୍ୟ ଓ ଅନ୍ୟ ଦୁଇ ଅଭିଯୁକ୍ତ ନୁହନ୍ତି, ଭାଉଜ ଓ ତାଙ୍କ ପରିବାରବର୍ଗ ଏ ମୃତ୍ୟୁ ପାଇଁ ଦାୟୀ | ଅଧ୍ୟାପିକା ରୁକ୍ମଣୀଙ୍କ ମୋବାଇଲ ଫୋନର କଲ ଓ ମେସେଜ ଆଦିକୁ ତଦନ୍ତ ପରିସରକୁ ନେବା ପରେ ପୋଲିସ ହାତକୁ ବହୁ ପ୍ରମାଣ ମିଳିଥିଲା | ଉକ୍ତ ପ୍ରମାଣକୁ ଭିତ୍ତି କରି ପୁଲିସ ଶେଷରେ ଭାଉଜ ଓ ଭାଉଜଙ୍କ ବଡ ଭଉଣୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

0
0
0
s2sdefault