ହେଡଲାଇନସ୍:

ଅଭିମନ୍ୟୁ ପଣ୍ଡା ହତ୍ୟା ଘଟଣା :ଦୋଷୀକୁ ଗିରଫ ଦାବିରେ ରାସ୍ତା ଅବରୋଧ I

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଘୁ.ଉଦୟଗିରି/ ଗଗନ ପ୍ରଧାନ : ସୂଚନା ଅଧିକାରୀ କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଦୋଷୀକୁ ଗିରଫ ଦାବିରେ ରାସ୍ତା ଅବରୋଧ I ବାଲିଗୁଡା ଥାନା ବାଟାଗୁଡା ନିକଟରେ ଟାୟାର ଜଳାଇ ଗ୍ରାମବାସିଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଛି I ଯାହା ଫଳରେ NH 59 ବ୍ରହ୍ମପୁର- ବାଲିଗୁଡା-ରାୟପୁର-ରାୟଗଡା କୁ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଛି I ଗତ ଦଶ ତାରିଖ ଦିନ ଦୁଇ ଦୁର୍ବୁର୍ତ୍ତ ଘରୁ ଡାକି ଅଭିମନ୍ୟୁ ଙ୍କୁ ଗୁଳି କରି ହତ୍ୟା କରିଥିଲେ I ତେବେ ଗୁଳିକାଣ୍ଡ ଓ ହତ୍ୟା ଘଟଣାକୁ ଚାରି ଦିନ ବିତିଯାଇଥିଲେ ବି ପୋଲିସ ଅପରାଧୀ କୁ ଧରିବାରେ ବିଫଳ ହୋଇଛି I ତେଣୁ ଅଭିମନ୍ୟୁଙ୍କ ନିଜ ଗ୍ରାମ ବାଟାଗୁଡା ଠାରେ ଗ୍ରାମବାସୀ ଉତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଛନ୍ତି I ଯେଉଁ ପର୍ଯ୍ୟନ୍ତ ଦୋଷୀ ଧରା ନ ପଡିଛି ସେ ଯାଇଁ ରାସ୍ତା ଅବରଧ ଜାରି ରହିବ ବୋଲି ଗ୍ରାମବାସୀ କହିଛନ୍ତି I ଅଭିମନ୍ୟୁ ପଣ୍ଡା ବାଟାଗୁଡା ପଞ୍ଚାୟତର ଦୁଇଥର ସରପଞ୍ଚ ଓ ଗୋଟିଏଥର ସମିତି ସଭ୍ୟ ସହ ବାଲିଗୁଡା ସମିତି ର ଉପାଅଧକ୍ଷ ମଧ୍ୟ ରହିଥିଲେ I ଏହି ରାସ୍ତା ରୋକରେ ବାଟାଗୁଡା, ମିଡ଼ିଆକିଆ, ପରମପଙ୍ଗା ଓ ଦଡ଼କଙ୍ଗିଆ ଚାରି ପଞ୍ଚାୟତ ର ଲୋକେ ସାମିଲ ହୋଇଛନ୍ତି I ଘଟଣା ସ୍ଥଳରେ ବାଲିଗୁଡା iic ପ୍ରଶାନ୍ତ କୁମାର ବେହେରା, ଅତିରିକ୍ତ ତହସିଲଦାର ଓ ପୋଲିସ ଉପସ୍ଥିତ ରହିଛନ୍ତି ଲୋକଙ୍କୁ ବୁଝା ସୁଝା ପରେ ମଧ୍ୟ ଲୋକେ ରାସ୍ତା ରୋକ ଜାରୀ ରଖିଛନ୍ତି

0
0
0
s2sdefault