ହେଡଲାଇନସ୍:

 ଭୁତ କୋଠି ପାଲଟିଛି  ଶୀତକାଳୀନ ଆଶ୍ରୟ ସ୍ଥଳୀ??? 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଘୁ. ଉଦୟଗିରି(ଗଗନ ପ୍ରଧାନ):କନ୍ଧମାଳ ଜ଼ିଲ୍ଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ଶ୍ରୀରାମ ପଦା ସ୍ଥିତ ନୂତନ ବସଷ୍ଟାଣ୍ଡର ଅବସ୍ଥା ଦିନକୁ ଦିନ ଅତ୍ୟନ୍ତ ଦୟନୀୟ ଅବସ୍ଥାକୁ ଗତି କରୁଥିବାର ଦେଖା ଦେଇଛି I ବସ ଷ୍ଟାଣ୍ଡ ତିଆରି ହେବା ଠାରୁ ଅଜି ପର୍ଯ୍ୟନ୍ତ ଏକ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇ ସରିଛି I ହେଲେ 15ବର୍ଷରୁ ଉର୍ଦ୍ଧ ହେବ ବସ ଷ୍ଟାଣ୍ଡ ଜନସାଧାରଣଙ୍କ କାମରେ ଆସି ପାରୁନାହିଁ I ହେଲେ ପ୍ରତ୍ୟେକ ଦିନ କିଛି ନା କିଛି ନିର୍ମାଣ କାମ ହେଉଛି I ବସ ଷ୍ଟାଣ୍ଡ କାର୍ଯ୍ୟକ୍ଷମ ପାଇଁ ଅଞ୍ଚଳବାସୀ ଦୀର୍ଘ ବର୍ଷ ହେବ ଦାବି କରି ଆସୁଛନ୍ତି I କିନ୍ତୁ ଶ୍ରୀରାମ ପଦା ଠାରେ ଅଣ ଓସାରିଆ ଶଙ୍ଖ ଥିବା ବାହାନା କରି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବସ ଷ୍ଟାଣ୍ଡ କାର୍ଯ୍ୟକ୍ଷମ କରାଯାଉ ନାହିଁ  ବୋଲି ବିଜ୍ଞାପିତ ଅଞ୍ଚଳ ପରିଷଦର ଉଚ୍ଚ ପଦସ୍ଥ କର୍ମଚାରୀ ଜନସାଧାରଣଙ୍କୁ ବର୍ଷ ବର୍ଷ ଧରି କହି ଆସୁଥିବା ସାଧାରଣରେ  ମତ ପ୍ରକାଶ ପାଇଛି I କିନ୍ତୁ ଶ୍ରୀରାମପଦା ଶଙ୍ଖ ଏବଂ ଘୁ. ଉଦୟଗିରି ଠାରୁ ସାରଙ୍ଗଗଡ ପର୍ଯ୍ୟନ୍ତ ଓସାରିଆ ରାସ୍ତାର ନିର୍ମାଣ କାମ ଦୀର୍ଘ ଦିନ ହେବ ସରିଥିଲେ ସୁଦ୍ଧା ବସ ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇ ପାରି ନାହିଁ I ଯାହା ପାଇଁ ସହର ମଧ୍ୟରେ ଯାନବାହାନ ରହିବା ଦ୍ୱାରା ଟ୍ରାଫିକ ସମସ୍ୟା ଦେଖା ଦେଉଛି I ପ୍ରଶାସନର ଅଣଦେଖା ପାଇଁ ବସ ଷ୍ଟାଣ୍ଡ ଏବେ ଭୁତ କୋଠି ଏବଂ ଅସାମାଜିକ ଲୋକଙ୍କୁ ଅଡ୍ଡା ସ୍ଥଳୀ ପାଲଟି ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସେହି ଠାରେ ସରକାରୀ ଅନୁଦାନ ଖର୍ଚ୍ଚ କରି ଏକ ଶୀତକାଳୀନ ରାତ୍ରି ଆଶ୍ରୟ ସ୍ଥଳୀ ତିଆରି କରା ଯାଇଛି I ଯାହାକି ଅଞ୍ଚଳର ଆଲୋଚ୍ୟ ବିଷୟ ହୋଇଛି I ଯଦି ବସ ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇ ନାହିଁ ତାହା ହେଲେ ଶୀତକାଳୀନ ରାତ୍ରି ଆଶ୍ରୟ ସ୍ଥଳୀ କାହା ସ୍ୱାର୍ଥରେ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି I ଯାହା କି ସ୍ପଷ୍ଟ ଦିବାଲୋକରେ ଜନସାଧାରଣଙ୍କ ପାଇଁ ଆସୁ ଥିବା ସରକାରୀ ଅନୁଦାନର ହରି ଲୁଟ ବୋଲି ଘୁ.ଉଦୟଗିରି ସମାଜସେବୀ  ଅଭିଯୋଗ କରିଛନ୍ତି I

0
0
0
s2sdefault