ହେଡଲାଇନସ୍:

ଅଟୋ ଦୁର୍ଘଟଣାରେ ୧ମୃତ ୧ଗୁରୁତର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

(ଆଠମଲ୍ଲିକ/ସନ୍ତୋଷ ମେହେର ):ଆଠମଲ୍ଲିକ ବ୍ଲକ ମାଧପୁର ପଞ୍ଚାୟତ ଅନ୍ତର୍ଗତ ବଲୁଆଘରା ଗ୍ରାମର ଲମ୍ବୋଦର ବାଘଙ୍କ ଅଟୋ ଦୁର୍ଘଟଣାରେ ମୃତ୍ୟୁ ହୋଇଛି I ସୂଚନା ମୁତାବକ ଲମ୍ବୋଦର ଏକ ଅଟୋ (OD27A5531)ରେ ବସି କିଶୋରନଗର ରଣିଆକଟାରୁ ଫେରୁଥିବା  ବେଳେ ଭରତାପୁର ପାଖ ବାଙ୍କରାସ୍ତାରେ ଅଟୋଟି ଭାରସାମ୍ୟ ହରେଇ ଓଲଟି ପଡିଥିଲା, ଫଳରେ ଅଟୋତଳେ ଲମ୍ବୋଦର ଓ ଡ୍ରାଇଭର ଚାପି ହୋଇ ଯାଇଥିଲେ I ଗୁରୁତର ଅବସ୍ଥାରେ ମାଧପୁର ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ସେହିଠାରେ ଡାକ୍ତର ଲମ୍ବୋଦରଙ୍କୁ ମୃତ ଘୋଷଣା କରିଥିଲେ I ଅଟୋ ଡ୍ରାଇଭର ବୌଦ୍ଧ ଜିଲ୍ଲାର ରଇଠାଣି ଗ୍ରାମର ବିପିନ ଜେନା (32) ସେ ଗୁରୁତର ଅବସ୍ଥାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି I

0
0
0
s2sdefault