ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ, ଶିକ୍ଷା ଓ ତାଲିମ ଶିବିର : ରକ୍ତଦାନ କଲେ ଶିକ୍ଷକ ସମେତ ପରିବାର ଲୋକେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡ଼ା,(ଅମିତ ପୁରୋହିତ): ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତ ହାଇସ୍କୁଲ ପରିସରରେ ଦୁଇ ଦିନିଆ ଜିଲ୍ଲାସ୍ତରୀୟ ଜୁନିୟର ରେଡକ୍ରସ, ଶିକ୍ଷା ଓ ତାଳିମ ଶିବିର ଉଦଯାପିତ  ହୋଇ ଯାଇଛି । ଡିଇଓ ଲକ୍ଷ୍ମଣ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଯାପନୀ ଉତ୍ସବରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ମୁଖ୍ୟ ଅତିଥି, କୋମନା ବ୍ଲକ ଅଧ୍ୟକ୍ଷ ମନୋଜ ମିଶ୍ର, ବୋଡେନ ବିଇଓ ଇନ୍ଦ୍ରମଣୀ ପାଣିଗ୍ରାହୀ, ଖଡ଼ିଆଳ ବିଇଓ ଜଗଦୀଶ ପ୍ରସାଦ ଖମାରୀ, ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ମହେଶ ଦଣ୍ଡସେନା, ସ୍ଥାନୀୟ ହାଇସ୍କୁଲ ପ୍ରଧାନ ଶିକ୍ଷକ ପ୍ରମୋଦ ଠାକୁର, କୁରେଶ୍ୱର ସରପଞ୍ଚ ଅନନ୍ତ ଚରଣ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଖଡ଼ିଆଳ ରାଜା ଏଟି ହାଇସ୍କୁଲ ଶିକ୍ଷକ ଗୌରାଙ୍ଗ ସାହୁ ମଞ୍ଚ ପରିଚାଳନା କରିଥିଲେ । ଜୀବନରେ ୭୫ ଥର ରକ୍ତଦାନ କରିଥିବା ରକ୍ତଦାତା କିଶୋର ପରିଡାଙ୍କୁ ସମ୍ମାନିତ କରିଥିଲେ । କୋମନା ବ୍ଲକ ଅଧ୍ୟକ୍ଷ ଶ୍ରୀ ମିଶ୍ର, ଖଡ଼ିଆଳ ବିଇଓ ଶ୍ରୀ ଖମାରୀ ଓ ପ୍ରମୋଦ ଠାକୁର ରକ୍ତଦାନ କରି ଯୁବକ ଯୁବୀ ମାନଙ୍କୁ ରକ୍ତଦାନ କରିବାକୁ ଆହ୍ୱାନ କରିଥିଲେ । କୋମନା ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ଦିବାକର ଓଝା, ରକ୍ତ ଭଣ୍ଡାର କର୍ମଚାରୀ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ । କୁରେଶ୍ୱର ହାଇସ୍କୁଲ କ୍ରିଡା ଶିକ୍ଷକ ଚୁଡାମଣୀ ନାଏକ ଓ ଧର୍ମପତ୍ନୀ ସଂଜିବନୀ ନାଏକଙ୍କ ସମେତ କ୍ରିଡା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ତାଙ୍କ ପରିବାର ଲୋକଙ୍କ ସହ ରକ୍ତଦାନ କରି ସଚେତନ ବାର୍ତ୍ତା ଦେଇଥିଲେ । ଏଠାରେ ୩୮ ୟୁନିଟ ରକ୍ତ ସଂଗ୍ରହ କରି କରି ରକ୍ତ ଭଣ୍ଡାରକୁ ହସ୍ତାନ୍ତର କରିଥିଲେ । କ୍ରିଡ଼ା ଶିକ୍ଷକ ମହତାବ ଆଡଜୁଏଡ, ବିଶିକେଶନ ବାଗ, କୁନ୍ତଲିନୀ ସାହୁ, ଗୌତମୀ ହୋତା ପ୍ରମୁଖ ରକ୍ତଦାନ କରିଥିଲେ । କୃଷ୍ଣଚନ୍ଦ୍ର ପତି, ମୁସ୍ତାକ ମହମ୍ମଦ, ସୂର୍ଯ୍ୟନାରାୟଣ ପାଢି, ଡା. କୁଳପଦ୍ମ ପଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ସୂଚନା ଥାଉକି, ଗତ କିଛି ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାରେ ୬୦ ୟୁନିଟରେ ସଂଗ୍ରହ ହୋଇଥିଲା ।

 

0
0
0
s2sdefault