ହେଡଲାଇନସ୍:

  ଦେଶର ଅଭିବୃଦ୍ଧିରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରେସ୍ ୟୁନିଅନ ରାୟଗଡ ପାଳିଲା  ଦ୍ୱିତୀୟ ବାର୍ଷିକୀ ଉତ୍ସବ 

27-02-18--raya.jpg - 565.21 kB

ରାୟଗଡରୁ ସରୋଜ ସାହୁ  :  ଦେଶର ଅଭିବୃଦ୍ଧିରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ ସରକାର ସାମ୍ବାଦିକଙ୍କ ସମସ୍ୟା ଦୂର କରିବାରେ କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବା ଓ ସାମ୍ବାଦିକ ମାନେ ଗ୍ରାମାଞ୍ଚଳର ଲୋକଙ୍କ ସମସ୍ୟା କୁ ଲୋକ ଲୋଚନକୁ ଆଣି ପ୍ରଶାସନର ଦୃଷ୍ଟି ଆକର୍ଷଣ କଲାଭଳି ଖବର ପରିବେଷଣ କରିବା ଉଚିତ ବୋଲି   ସ୍ଥାନୀୟ ଲାୟନସ୍ କ୍ଲବର ସଭାଗୃହରେ ପ୍ରେସ୍ ୟୁନିଅନ୍ ରାୟଗଡ ତାର ଦ୍ୱିତୀୟ ବାର୍ଷିକି ଉତ୍ସବ ପାଳନ ଅବସରରେ ବିଶିଷ୍ଟ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ରାୟଗଡ ଜିଲ୍ଲାପାଳ ଗୁହା ପୁନମ୍ ତାପସ୍ କୁମାର, (ଆଇ.ଏ.ଏସ୍.), ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବଟକୃଷ୍ଣ ତ୍ରିପାଠୀ, (ଆଇ.ପି.ଏସ୍., ଅବସରପ୍ରାପ୍ତ) ତଥା ଦିନଲିପିର ସମ୍ପାଦକ ଓ   ଶାସକ ପ୍ରଶାସକର ପ୍ରକାଶକ ତଥା ସମ୍ପାଦକ ଗିରିଜା ଶଙ୍କର ଦାଶ, ଏବ ମୂଖ୍ୟ ବକ୍ତା ଭାବେ ସମ୍ପାଦକ ନିଆଖୁଣ୍ଟା  ପ୍ରଦୀପ ପାଣ୍ଡେ ଯୋଗ ଦେଇଥିଲେ । ଏହି ଅବସରରେ ୟୁନିଅନ୍ ର ସଭାପତି ଶ୍ରୀ ଦୟାନନ୍ଦ ଖାଡାଙ୍ଗା ଙ୍କ ସଭାପତିତ୍ୱରେ ୟୁନିଅନ ସଭ୍ୟ ସୁବାସ ଚନ୍ଦ୍ର ସୂର୍ଯ୍ୟଙ୍କ ସଂଯୋଜନାରେ ପ୍ରଥମେ ନିମନ୍ତ୍ରୀତ ଅତିଥି ମାନଙ୍କ ଦ୍ୱାରା ପ୍ରଦ୍ୱୀପ ପ୍ରଜ୍ୱଳନ କରାଯାଇଥିଲା | ତତସଙ୍ଗେ ସଙ୍ଗେ ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା ।

 ଏହି ଅବସରରେ ମୂଖ୍ୟ ଅତିଥି ରାୟଗଡ ଜିଲ୍ଲାପାଳ ଶ୍ରୀମତି ଗୁହା ପୁନମ୍ ତାପସ କୁମାର, (ଆଇ.ଏ.ସେ୍.) ନିଜର ବକ୍ତବ୍ୟରେ କହିଥିଲେ ଯେ  ଗଣତନ୍ତ୍ର ରାଷ୍ଟ୍ରରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁଗୁତ୍ୱପୂର୍ଣ୍ଣ । ଏଥି ନିମନ୍ତେ ଗଣମାଧ୍ୟମକୁ ଅସ୍ତ୍ର ରୂପେ ବିନିଯୋଗ ନକରି ମାର୍ଗଦର୍ଶକ ଭାବେ ବ୍ୟବହାର କଲେ ସାମାଜିକ ସମସ୍ୟା ଦୂର ହେବାରେ ସହାୟକ ହୋଇପାରିବ ବୋଲି  ସେ ମତପୋଷଣ କରିଥିଲେ । ସେ ଅନୁଛେଦ ୧୯ କୁ ବିଶ୍ଲେଷଣ କରି କହିଥିଲେ ଯେ, ନିଜର ଅଧିକାର ରହିଛି ସତ କିନ୍ତୁ ନିଜର ଅଧିକାର ଯେଉଁଠି ସରିଛି ସେହିଠାରୁ ଅନ୍ୟର ଅଧିକାର ଆରମ୍ଭ ହେଉଛି । ସେଥିପ୍ରତି ସଚେତନ ରହିବା ନିହାତି ଜରୁରୀ ବୋଲି ପ୍ରକାଶ କରିଥିଲେ । ଗଣତନ୍ତ୍ରକୁ ସୁପଥରେ ନେବା ପାଇଁ ସାମ୍ବାଦିକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ରାୟଗଡ ଭଳି ଏକ ଆଦିବାସୀ ବହୁଳ ଜିଲ୍ଲାରେ ସରକାରଙ୍କ ଯୋଜନା କ୍ଷେତ୍ରରେ ଏହାର ରୂପାୟନ ଦିଗରେ ଆମ ଜିଲ୍ଲାର ସାମ୍ବାଦିକ ମାନେ ସଠିକ ଭାବେ ନିଜ ନିଜର ଦାୟିତ୍ୱ ତୁଲାଉଥିବା ସେ ଖୁସି ଜାହିର କରିଥିଲେ । ସର୍ବପରି ସମ୍ମାନୀତ ଅତିଥି ବଟକୃଷ୍ଣ ତ୍ରିପାଠୀ, (ଆଇ.ପି.ଏସ୍., ଅବସରପ୍ରାପ୍ତ) ତଥା ସମ୍ପାଦକ (ଦିନଲିପି) , ନିଜର ଭାଷଣ ପ୍ରସଙ୍ଗରେ କହିଥିଲେ ଯେ, ସାମ୍ବାଦିକ ମାନେ ଖବର ସଂଗ୍ରହ କରି  ପ୍ରସାରଣ କରୁଥିବା ସମୟରେ ସର୍ବଦା ବିଶ୍ୱାସ ଯୋଗ୍ୟ ହୋବା ନିହାତି ଜରୁରୀ କାରଣ ଗଣ ମାଧ୍ୟମ ପ୍ରତି ଲୋକଙ୍କର ଅଗାଢ ବିଶ୍ୱାସ ରହିଛି ଏଥି ନିମନ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଅନ୍ୟତମ ସମ୍ମାନୀତ ଅତିଥି  ଗିରିଜା ଶଙ୍କର ଦାଶ, ପ୍ରକାଶକ ଓ ସମ୍ପାଦକ (ଶାସକ ପ୍ରଶାସକ) ନିଜର ବକ୍ତବ୍ୟରେ ସାମ୍ବାଦିକ ମାନେ ଲକ୍ଷ୍ମଣ ରେଖା ଭିତରେ ନିଜକୁ ରଖି କର୍ତ୍ତବ୍ୟ ପାଳନ କରିବାକୁ ସେ ଆହ୍ୱାନ କରିଥିଲେ । ଗଣମାଧ୍ୟମ ହେଉଛି ପ୍ରଶାସନ ବା ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କର ସେତୁ | ସମସ୍ତେ ସମସ୍ତଙ୍କ ସୀମା ରେଖା ଭିତରେ ସଂଯମତା ଆଚରଣ କରି ନିଜ କର୍ତବ୍ୟକୁ ପାଳନ କଲେ ଅନେକ ସମସ୍ୟାର ସମାଧାନ କରାଯାଇପାରିବ ଓ ଜନସାଧାରଣ ଉପକୃତ ହୋଇପାରିବେ | ତେଣୁ ଗଣମାଧ୍ୟମ ତାର ବିଶ୍ୱସନୀୟତାକୁ ବଜାୟ ରଖିବା ପାଇଁ ଉଦ୍ୟମ କରିବା ସହ ସାମ୍ବାଦିକ ମାନଙ୍କୁ ସେମାନଙ୍କ ଅଧିକାର ବା ସୁବିଧାସୁଯୋଗ ଯୋଗାଇ ଦେବାରେ ସରକାର ବା ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ ନକରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ | ତାଙ୍କ ଭାଷଣ ପ୍ରସଙ୍ଗରେ ସେ ରାୟଗଡ ଜିଲ୍ଲାପାଳ ଙ୍କ କାର୍ଯ୍ୟଦକ୍ଷତାକୁ ଶ୍ରୀ  ଦାଶ  ବହୁତ ପ୍ରଶଂସା କରିଥିଲେ । ମୂଖ୍ୟବକ୍ତା  ଶ୍ରୀଯୁକ୍ତ ପ୍ରଦୀପ ପାଣ୍ଡେ, ସମ୍ପାଦକ ନିଅାଁଖୁଣ୍ଟା ନିଜର ବକ୍ତବ୍ୟରେ କହିଥିଲେ ଯେ, ସର୍ବଦା ସହ କଥା କହିଲେ ସମସ୍ତଙ୍କୁ ବାଧେ, ସେ ଶାସନ ଗାଦିରେ ବସିଥିବା ନେତା ହୁଅନ୍ତୁ କିମ୍ବା ରାଜନେତା ବା ଶାସନକଳର ମଙ୍ଗୁଆଳ ସାଜିଥିବା ପ୍ରଶାସକ ହୁଅନ୍ତୁ । ସତ କଥାଟା ସବୁବେଳେ ଅପ୍ରିୟ ହୋଇଥାଏ । ସାମ୍ବାଦିକତାର ଇତିହାସ ସମ୍ପର୍କରେ ସୂଚନା ପ୍ରଦାନ କରି କହିଥିଲେ ଯେ, ଖବର କାଗଜ ହେଉ କି ଟିଭି ଚ୍ୟାନେଲ୍ ହେଉ ସୂଚନା, ବିଶ୍ଲେଷଣ, ସଚେତନତା, ମତାମତ ଓ ମନୋରଞ୍ଜନ ରହିବା ନିହାତି ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ । ଟିକିରି ଶିକ୍ଷୟତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାର ଉଦାହରଣ ଦେଇ ଏହି ଜିଲ୍ଲାର ସମ୍ବାଦିକଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଖବର କାଗଜ ଛୋଟ କିମ୍ବା ବଡର କିଛି ମାନେ ନଥାଏ କେବଳ ସଠିକ ଖବର ପ୍ରସାରଣ କରି ଲୋକ ଲୋଚନକୁ ଆଣି ସଠିକ୍ ତଥ୍ୟ ଦେବାରେ ସମସ୍ତଙ୍କ ଭୂମିକା ଏକ୍ ତେଣୁ ବଡ ସାନ ର ଭେଦଭାବ ନରଖି ଆମଭିତରେ ସମନ୍ୱୟ ରକ୍ଷା କରି ଚଳିବାକୁ ସେ ପରାମର୍ଶ ଦେଇଥିଲେ । ପ୍ରେସ୍ ୟୁନିଅନ୍ ର ସଭାପତି ଶ୍ରୀ ଦୟାନନ୍ଦ ଖାଡାଙ୍ଗା ନିଜର ବକ୍ତବ୍ୟରେ ସାମ୍ବାଦିକଙ୍କ ସୁରକ୍ଷା ତଥା ସେମାନଙ୍କ ଜୀବନ ଜୀବିକା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ଜିଲ୍ଲାରେ କାରାଯାଉଥିବା ସମ୍ବାଦିକ ଚିହ୍ନଟ ପ୍ରକ୍ରିୟାକୁ ତ୍ୱାରାନ୍ୱିତ କରି ଯଥା ଶିଘ୍ର ଏକ ସଠିକ୍ ତାଲିକା ପ୍ରସ୍ତୁତ କରିବା ନିମନ୍ତେ ଉପସ୍ଥିତ ମୂଖ୍ୟ ଅତିଥି ରାୟଗଡ ଜିଲ୍ଲାପାଳ ଙ୍କୁ ସେ ଅନୁରୋଧ କରିଥିଲେ । ଏହି ଅବସରରେ ୟୁନିଅନ୍ ର ସମ୍ପାଦକ ଶ୍ରୀ ମନୋଜ କୁମାର ସାହୁ ସମ୍ପାଦକୀୟ ବିବରଣି ପାଠ କରିଥିଲେ । ଉକ୍ତ ଉସôବରେ ରାୟଗଡ ଜିଲ୍ଲା ର ବିଷମକଟକ ବ୍ଲକ୍ ଅନ୍ତର୍ଗତ କୁର୍ଲି ପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ ଡ୍ରିଞ୍ଜ ଜାକେସିକା ଙ୍କୁ ସମାଜ ପ୍ରତି ନିଜର ଶ୍ରେଷ୍ଠ  ଅବଦାନ ନିମନ୍ତେ, ଏବଂ  ରାୟଗଡର ଜି. ସତୀଶ କୁମାର ଙ୍କୁ ଦିବ୍ୟାଙ୍ଗ ସତ୍ୱେ ନିଜର ସାହାସ ଦେଖାଇ ସାରା ଭାରତ ପ୍ରାୟ ୫୦୦୦୦ ହଜାର କିଲୋମିଟର ନିଜର ବୁଲେଟ୍ ମୋଟର୍ ସାଇକେଲ ରେ ଭ୍ରମଣ କରି ସେ ଲିମକା ବୁକ୍ ଅଫ ରେର୍କଡ ସାମିଲ ହୋଇପାରି ନିଜ ଜିଲ୍ଲାକୁ ଗୌରାବନ୍ୱୀତ କରିଥିବା ଏବଂ ରାୟଗଡ ଜିଲ୍ଲାର ରକ୍ତଦାତା ଶ୍ରୀ ଦିବାକର ମିଶାଲ ଙ୍କୁ ରକ୍ତଦାନ ପାଇଁ ସଚେତନ କରିବା ସହ ନିଜେ ବହୁବାର ରକ୍ତ ଦାନ କରିଥିବା ଓ ଶେଷରେ ରାୟଗଡାର ବୁଦ୍ଧିଆ ସିଂ ଦୁଇ ଭାଇ ରାମ ଓ ବଳରାମ ବେହେରା ଙ୍କୁ  ମୂଖ୍ୟ ଅତିଥି ଙ୍କ ଦ୍ୱାରା ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରାଯାଥିଲା ଶେଷରେ ୟୁନିଅନ୍ ର ସଭ୍ୟ ସରୋଜ କୁମାର ସାହୁ ଧନ୍ୟବାଦ ଆର୍ପଣ କରିଥିବା ବେଳେ ରାୟଗଡାର ସମସ୍ତ ବୁଦ୍ଧିଜୀବି, ସାମ୍ବାଦିକ , ସରକାରୀ କର୍ମଚାରୀ, ଓକିଲ, ଓ ସାମାଜିକ କର୍ମୀ ପ୍ରମୂଖ ଉପସ୍ଥିତ ରହିଥିବା ବେଳେ ପ୍ରେସ୍ ୟୁନିଅନ୍ ର ଉପ-ସଭାପତି ସହଦେବ ସାହୁ , ଯୁଗ୍ମ ସମ୍ପାଦକ ଶ୍ରୀନିବାସ ବଳିଆର ସିଂ, କୋଷାଧ୍ୟକ୍ଷ ସନ୍ତୋଷ କୁମାର ଦଳାଇ, ସଭ୍ୟ ପ୍ରଦୀପ କୁମାର ପାତ୍ର, ସୁରେଶ ଚନ୍ଦ୍ର ଦାଶ, ରଶ୍ମୀରଞ୍ଜନ ଦୋରା, ସୁବାସ ପଣ୍ଡା, ଶିବାଜୀ ଦାଶ, କାଶୀନାଥ ପାଳ, ଜି. ଭେଙ୍କଟ ରାଓ ପଟ୍ଟନାୟକ, ସନ୍ତୋଷ କୁମାର ପାଣିଗ୍ରାହୀ, ଶ୍ରୀଧର ଚୌଧୁରୀ, ଆଲାରାମ୍ ଭତ୍ରା, ସୁଶାନ୍ତ କୁମାର ପଣ୍ଡା, ଗୁପ୍ତେଶ୍ୱର କୌଶଲ୍ୟା, ଶ୍ରୀନାଥ ତାଡିଙ୍ଗି ପ୍ରମୂଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

0
0
0
s2sdefault