ହେଡଲାଇନସ୍:

ବରଗଡ଼ ରାଜନୀତିରେ ଭୂଚଳ : ବିଜେପି ହାତରୁ ଜିଲ୍ଲା ପରିଷଦ ଯିବା ଥୟ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

୬ କି ୯ ଜଣ ଜିଲ୍ଲା ପରିଷଦ ସଭ୍ୟ ଛାଡିଛନ୍ତି ବିଜେପିକୁ ଜଣାନାହିଁ ,

 ରାଜ୍ୟ  ସଭାପତି ୬ ଜଣଙ୍କୁ ଜାରି କରିଥିଲେ କାରଣ ଦର୍ଶାଅ ନୋଟିସ

ହେଲେ କାରଣ ଦର୍ଶାଅର ନୋଟିସର ଉତ୍ତର ଦେଲେ ବିଜେପି ଛାଡିଥିବା ୯ ଜିଲ୍ଲା ପରିଷଦ ସଭ୍ୟ  

ଆଉ ୬ଜଣ ବିଜେପି ଜିଲ୍ଲା ପରିଷଦ ସଭ୍ୟ ଦଳ ଛାଡିବା ପାଇଁ ପ୍ରସ୍ତୁତ

ଭୁବନେଶ୍ୱର (ଗିରିଜା ଶଙ୍କର ଦାଶ) :  ବିଜେପି କବ୍ଜାରେ ଥିବା ବରଗଡ଼ ଜିଲ୍ଲା ପରିଷଦର ପଟ୍ଟ ପରିବର୍ତ୍ତନ ନିଶ୍ଚିତ | ମାନେ ବିଜେପି ହାତରୁ ଖସିବାକୁ ଯାଉଛି ଜିଲ୍ଲା ପରିଷଦ | କାରଣ ଗତ କିଛି ମାସ ତଳେ ୬ ଜଣ ବିଜେପି ଜିଲ୍ଲା ପରିଷଦ ସଭ୍ୟ ବିଜେଡିରେ ଯୋଗ ଦେଇଥିବା ବେଳେ ବିଜେପି ସଂଖ୍ୟା ଲଘୁ ହୋଇଯାଇଥିଲା | ବିଜେପି ପାଖରେ ମ୍ୟାଜିକ ନମ୍ବର ୧୮ ଠାରୁ ତିନୋଟି କମ ଥିଲା |ଏବେ ଘଟଣା କ୍ରମରେ ବିଜେପି ମ୍ୟାଜିକ ନମ୍ବର ଯୋଗାଡ କରିବା କଣ, ମ୍ୟାଜିକ ନମ୍ବର ଠାରୁ ଦୁରେଇ ଦୁରେଇ ଯାଉଛି | ଆଉ ସମୟ ବୋଧେ ବରଗଡ଼ରେ ଜିଲ୍ଲା ପରିଷଦ ବିଜେଡି ହାତକୁ ଯିବାକୁ ଆଉ ବେଶୀ ଦିନ ନାହିଁ | 

ବିଜେପିରୁ ଆଗରି ୬ଜଣ ଜିଲ୍ଲା ପରିଷଦ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ | ସେମାନଙ୍କ ପାଖରେ ଆବଶ୍ୟକ ସଂଖ୍ୟା ଠାରୁ ୩ ଜଣ କମ ଥିଲେ | ହେଲେ ବିଜେପି  ତିନୋଟି ଯୋଗାଡ କରୁ କରୁ ସେପଟେ ଆଉ ତିନିଜଣ ଦଳ ଛାଡିସାରିଲେଣି ବୋଲି ରୋଚକ ଖବର ହସ୍ତଗତ ହୋଇଛି "ଶାସକ ପ୍ରଶାସକ" ନିକଟରେ |  କିଛି ଦିନ ତଳେ ଦଳ ଛାଡିଥିବା ଜିଲ୍ଲା  ପରିଷଦ ସଭ୍ୟଙ୍କ ଉଦ୍ଦେଶ୍ୟରେ ବିଜେପି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ଜାରି କରାଯାଇଥିବା ଶୋ କଜ ନୋଟିସର ମିଳିତ ଜବାବରୁ ଏହା ପ୍ରମାଣିତ ହୋଇଯାଉଛି | ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ନିର୍ଦ୍ଦେଶରେ  ୬ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ରବି ନାରାୟଣ ଦାଶ ଏକ ପ୍ରେସ ବିବୃତିରେ ଡିସେମ୍ବର  ୫ ତାରିଖରେ ସୂଚନା ଦେଇଥିଲେ |  ବିଜେପି  ଛାଡି ବିଜେଡିରେ ଯୋଗ ଦେଇଥିବା ଜିଲ୍ଲା ପରିଷଦ  ସଭ୍ୟମାନେ ହେଲେ ଉମେଶ ବେହେରା, ସୁଜାତା ବାରିକ, ଅଞ୍ଜଳି ଭୋଇ, ବିଳାସିନୀ ମେହେର, ବିଶ୍ବଶାନ୍ତି ଭୋଇ, ପଞ୍ଚାନନ ମିର୍ଧା | ଏମାନଙ୍କୁ ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସର  ୭ ଦିନ ଭିତରେ ସେମାନେ ଉତ୍ତର ନଦେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଦାଶ ସୂଚନା ଦେଇଥିଲେ | ଆଉ ତାହା ଗଣମାଧ୍ୟମରେ ପ୍ରକାଶ ପାଇଥିଲା | ବିଜେପି ପକ୍ଷରୁ ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସ୍ର ଉତ୍ତର ଆଜି ଦେଇଚଛି ବିଜେପି ଉପରେ ବୀତସ୍ପୃହ ହୋଇ ଦଳ ଛାଡିଥିବା ଜିଲ୍ଲା ପରିଷଦ ସଭ୍ୟମାନେ | ସବୁଠାରୁ  ରୋଚକ କଥା ହେଉଛି ଯେ ସଭାପତିଙ୍କ ନିର୍ଦ୍ଦେଶରେ ୬ ଜଣ ଜିଲ୍ଲା ପରିଷଦଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିବା ବେଳେ ଆଜି ତାହାର ଜବାବ ୬ ଜଣଙ୍କ ଜାଗାରେ ଦେଇଛନ୍ତି ୯ଜଣ  ଜିଲ୍ଲା ପରିଷଦ ସଭ୍ୟ |  ଏହାର ଅର୍ଥ ହେଲା ଯେ ଆଗରୁ ୬ ଜଣ ଦଳ ଛାଡିଥିଲେ | ଏବେ ସେଇ ୬ ଜଣଙ୍କ ସହ ଆଉ ତିନିଜଣ ଜିଲ୍ଲା ପରିଷଦ ସଭ୍ୟ ବିଜେପି ଛାଡିଥିବା ସ୍ପଷ୍ଟ ହୋଇଯାଇଛି | ତେଣୁ ଏହି କାରଣ ଦର୍ଶାଅ ନୋଟିସର ଉତ୍ତରରେ ଦସ୍ତଖତ କରିଥିବା ୯ ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ମିଳିତ ମନ୍ତବ୍ୟ ବିଚାରକୁ ନେଲେ   ବିଜେପି ଏବେ ୧୨କୁ ଚାଲି ଆସିଥିବା ସ୍ପଷ୍ଟ | ବିଜେପି ହାତରୁ ଜିଲ୍ଲା ପରିଷଦ ଯିବା ଥୟ |

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଚିଠିର ନକଲ ଆଧାରରେ ଆଜି ଉପରୋକ୍ତ ୬ ଜଣଙ୍କ ସହ ଆଉ ଯେଉଁମାନେ ଦଳ ବିଜେପି ଛାଡିଥିବା ସ୍ପଷ୍ଟ ହୋଇଛି ସେମାନେ ହେଲେ ଉତ୍ତର ସମ୍ବଳିତ ଚିଠିରେ ଏକ ନମ୍ବରରେ ଦସ୍ତଖତ କରିଥିବା ସଂଯୁକ୍ତା ମାଝି, ପାର୍ବତୀ ଭୋଇ ଓ ସୁଷମା ଭୋଇ | କାରଣ ଦର୍ଶାଅ ନୋଟିସର ଉତ୍ତରରେ ସେମାନେ ଲେଖିଛନ୍ତି ଯେ :-

  "ମାନନୀୟ ଶ୍ରୀଯୁକ୍ତ ରାଜ୍ୟ ସଭାପତି 

   ଭାରତୀୟ ଜନତା ପାର୍ଟି, ଓଡିଶା 

 ମହାଶୟ, 

ବିଗତ ଜିଲ୍ଲା ପରିଷଦ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବରଗଡ଼ ଜିଲ୍ଲାରେ ୨୫ ଗୋଟି ଜୋନରେ ବିଜୟ ଲାଭ କରି ପରିଷଦ ଗଠନ କରିଥିଲା | ମାତ୍ର ନିର୍ବାଚନ ଇସ୍ତାହାର ମୁତାବକ ଦଳ ତାହାର ପ୍ରତିଶ୍ରୁତି ପାଳନରେ ବିଫଳ ହେବାରୁ ଆମେ ନିମ୍ନ ସ୍ଵାକ୍ଷରକାରୀ (୯ ଜଣ) ନିର୍ବାଚିତ ସଦସ୍ୟ ଜନସ୍ୱାର୍ଥକୁ ଧ୍ୟାନରେ ରଖି ବିଜେପିରୁ ସାମୁହିକ ଭାବେ ବିଗତ ୨୮ ମାର୍ଚ୍ଚ ୨୦୧୯ରୁ ତ୍ୟାଗ ପତ୍ର ପ୍ରଦାନ କରିସାରିଛୁ | ନିୟମିତ ଆମେ ମାନେ ସେଇ ଦିନଠୁ ଏକ ସ୍ୱତନ୍ତ୍ର ଗୋଷ୍ଠୀ ଏବଂ  ଦୀର୍ଘ ଦିନ ପରେ ରାଜ୍ୟ ବିଜେପି ଆମ ନାମରେ ଏଭଳି ନୋଟିସ ଜାରି କରୁଥିବା (ଯାହା ଖବର କାଗଜ ସୂତ୍ରରୁ ଜ୍ଞାତ) ବେଆଇନ, ଅଗଣତାନ୍ତ୍ରିକ ଓ ହୀନ ରାଜନୀତି ଦ୍ୱାରା ପ୍ରେରିତ | 

ଏଣୁ ଗଣତନ୍ତ୍ର ଓ ଜନତାର ଉନ୍ନତିକୁ ଧ୍ୟାନରେ ରଖି ବିଜେପି ଭବିଷ୍ୟତରେ ଏଭଳି ଉଦ୍ୟମରୁ କ୍ଷାନ୍ତ ରହୁ "

ଅନ୍ୟ ଏକ ଚିଠିରେ ସେମାନେ ଲେଖିଛନ୍ତି ଯେ  " ପ୍ରିୟ  ସଭାପତି ମହାଶୟ, ଆମେ ନିମ୍ନ ସ୍ଵାକ୍ଷରକାରୀଗଣ ବିଜେପି(ଭାରତୀୟ ଜନତା ପାର୍ଟି)ର ତଥାକଥିତ ନୋଟିସ ଖବର କାଗଜ ସୂତ୍ରରୁ ଜାଣି ମିଳିତ ଭାବେ ଏଭଳି ବେଆଇନ ଓ ଉଦ୍ଦେଶ୍ୟ ପ୍ରଣୋଦିତ ଖବରର ପ୍ରତିବାଦ ମୂଳକ ଜବାବ ଦେଇଅଛୁ | ଯାହାର ଏକକିତା ନକଲ ଏଠି ସହ ସଂଲଗ୍ନ କରି ଆପଣଙ୍କ ଗୋଚାରର୍ଥେ ଓ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଗଲା |"

ତେଣୁ ବିଜେପିର ୬ ନୁହେଁ, ୯ଜଣ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ବିଜେପିରୁ ଇସ୍ତଫା ଦେଇଥିବା ବେଳେ ବିଜେପି ହାତରୁ ବରଗଡ଼ ଜିଲ୍ଲା ପରିଷଦ ଯିବା ନିଶ୍ଚିତ ହୋଇଯାଇଛି | ଖାଲି ବିଜେଡିର ପରବର୍ତ୍ତୀ ପଦକ୍ଷେପକୁ ଅପ୍ରେକ୍ଷା | ଆଗକୁ ବିଜେଡି ରାଜ୍ୟ ନେତୃତ୍ୱ ଓ ଜିଲ୍ଲାର ମନ୍ତ୍ରୀ ତଥା ଟିମ ନବୀନର ଫରୱାର୍ଡ଼ ଖେଳାଳି ସୁଶାନ୍ତ ସିଂ ବିଜେପିରେ ଖସିଥିବା ବିରାଟ ଅତଡାରୁ ଫାଇଦା ଉଠାଉଛନ୍ତି କି ନାହିଁ | କେବଳ ନୂଆ ତିନି ଜଣଙ୍କୁ ମିଶାଇ ୯ ଜଣ ନୁହନ୍ତି, ଆଉ ୬ଜଣ ବିଜେପି ଜିଲ୍ଲା ପରିଷଦ ସଭ୍ୟ ଦଳ ଛାଡିବା ପାଇଁ ପ୍ରସ୍ତୁତ ଥିବା ଜଣାପଡିଛି | ଆଉ ସେମାନେ ବିଜେଡି ନେତୃତ୍ୱଙ୍କୁ ସହ ଯୋଗାଯୋଗ ରଖିଥିବା ବିଶ୍ଵସ୍ଥ ସୂତ୍ରରୁ ଜଣ ପଡିଛି 

 

0
0
0
s2sdefault