ହେଡଲାଇନସ୍:

ଭଦ୍ରକର ସ୍ୱାସ୍ଥ୍ୟସେବା ସଂପର୍କରେ ସିଡିଏମଓଙ୍କ ସହ  କ୍ରିୟାନୁଷ୍ଠାନ କମିଟିର ଆଲୋଚନା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ (ସତ୍ୟଭୂଷଣ ସ୍ୱାମୀ)- ଭଦ୍ରକ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ସମସ୍ୟା ଓ ତାର ନିରାକରଣ ଏବଂ ନୂତନ ମେଡିକାଲ ଜି-୬ ନିର୍ମାଣ ପ୍ରସଙ୍ଗରେ ମେଡିକାଲ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଭଦ୍ରକର ନୂତନ ସିଡିଏମଓ ଡାକ୍ତର ଜଗନ୍ନାଥ ପହିଙ୍କ ସହିତ ଆଲୋଚନା କରାଯାଇଛି । ଭଦ୍ରକ କ୍ରିୟାନୁଷ୍ଠାନ କମିଟି ତରଫରୁ ଡା ହରେକୃଷ୍ଣ ନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟ ଚିକିତ୍ସାଧିକାରୀ  ଡା ପହିଙ୍କ ସହିତ ଭଦ୍ରକରେ ପ୍ରସ୍ଥାବିତ ନୂତନ ମେଡିକାଲ ଯଥା ଜି-୬ ମେଡିକାଲ ନିର୍ମାଣ ସଂପର୍କରେ ଆଲୋଚନା ହୋଇଥିଲା । ସରକାରଙ୍କ ପକ୍ଷରୁ ଶିଶୁ ଓ ପ୍ରସୂତୀ ବିଭାଗ ପାଇଁ ନିର୍ମାଣ ଚାଲୁ ରହିଥିôବା ଶହେ ଶର୍ଯ୍ୟା ବିଶିଷ୍ଟ(ପାଂଞ୍ଚମହଲା) କୋଠା ବାବଦରେ ୨୨କୋଟି ଟଙ୍କାର ଅନୁଦାନ ମଂଜୁରୀ ହୋଇଛି । ଏତଦ୍  ବ୍ୟତିତ ନୂତନ ମେଡିକାଲର ଆପ୍ରୋଚରୋଡ୍ ଓ ବାଉଣ୍ଡାରୀ ନିର୍ମାଣ ବାବଦରେ ୬କୋଟି ଟଙ୍କାର ଅର୍ଥ ମଂଜୁରୀ ହୋଇଛି । ଏହି କାର୍ଯ୍ୟ ଗୋଟିଏ ବର୍ଷ ଭିତରେ ଶେଷ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ସିଡିଏମଓ ଡା ଶ୍ରୀ ପହି କହିଥିଲେ । ସେହିପରି ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ନୂଆ ଅଲଟ୍ରା ସାଉଣ୍ଡମେସିନ୍ ଜାନୁଆରୀ ପ୍ରଥମ ସପ୍ତାହରେ ତୁରନ୍ତ କାର୍ଯ୍ୟକାରୀ ହେବା ପାଇଁ ସିଡିଏମ ପ୍ରତିଶ୍ରୃତି ଦେଇଥିଲେ । ଡାଇଲିସିସ୍ ପାଇଁ ଆଉ ଅଧିକ ୩ଟି ବେଡ୍ ବୃଦ୍ଧି କରିବା ସହ ଅଲଟ୍ରା ସାଉଣ୍ଡ କରିବା ପାଇଁ ଦୁଇଜଣ ଡାକ୍ତର ଯୋଗାଇ ଦେବା ପାଇଁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ବିଭାଗୀୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହିତ ଭଦ୍ରକ ଜିଲ୍ଲାର ପାଂଞ୍ଚ ଜଣ ବିଧାୟକଙ୍କ ସହ  ସିଡିଏମଓ ଏବଂ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତରେ ନୂତନ ଜିଲ୍ଲାମେଡିକାଲ ଗୃହ ନିର୍ମାଣ ସଂପର୍କରେ ଆଲୋଚନା ହୋଇଥିବା କଥା ସିଡିଏମଓ ପ୍ରକାଶ କରିଥିଲେ । ଆଜିର ଏହି ଆଲୋଚନାରେ ସର୍ବଶ୍ରୀ ସୁଧାକର ରାଉତ,ଶାନ୍ତନୁ କୁମାର ରାଉତ, ବୈଲୋଚନ ବେହୁରିଆ,ଅଜୟ ନାୟକ, ସେକ୍ ଫାରୁକ୍, ରାଧାରାଣୀ ମହାପାତ୍ର,ବାବୁଲାଲ ଦାସ ଓ ସାଂବାଦିକ ଗୌରହରି ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।

 

0
0
0
s2sdefault