ହେଡଲାଇନସ୍:

ଉର୍ଜା ଓ ଇସ୍ପାତ ପ୍ରସଙ୍ଗରେ ଜାପାନ ମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାକ୍ଷାତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
  •  ଏହି ଦୁଇଟି କ୍ଷେତ୍ରକୁ ମଜବୁତ୍ କରିବା ଉପରେ ଗୁରୁତ୍ୱାରୋପ

  •  ଏଲଏନଜି କ୍ଷେତ୍ରରେ ଭାରତକୁ ସହଯୋଗ କରିବା ପାଇଁ ଜାପାନ ମନ୍ତ୍ରୀଙ୍କ ସମ୍ମତି

  •  ପୁଞ୍ଜିନିବେଶ ତଥା ବ୍ୟବସାୟିକ କାରବାର ପାଇଁ ବିଶ୍ୱରେ ଭାରତ ଉକ୍ରୃଷ୍ଟ ସ୍ଥାନ

  •  ଦେଶର ଭିତିଭୂମିର ବିକାଶ ପାଇଁ ପୁଞ୍ଜିନିବେଶ ହେବ ୧.୪ ଟ୍ରିଲିୟନ ଡଲାର

  •  ଜାପାନର କାର୍ଯ୍ୟଶୈଳି ଏବଂ ଶିଳ୍ପ ଉଦ୍ୟୋଗକୁ ପ୍ରଶଂସା

  •  ଜାପାନର ଶକ୍ତି ଓ ଇସ୍ପାତ୍ କମ୍ପାନୀ ଗୁଡିକୁ ପୁଞ୍ଜିନିବେଶ ପାଇଁ ନିମନ୍ତ୍ରଣ

ନୂଆଦିଲ୍ଲୀ/ଭୁବନେଶ୍ୱର, ଡିସେମ୍ବର ୧୦ – ନୂଆଦିଲ୍ଲୀ ଠାରେ ମଙ୍ଗଳବାର ଜାପାନର ଅର୍ଥ, ବାଣିଜ୍ୟ ଓ ନିବେଶ ମନ୍ତ୍ରୀ ହିରୋସୀ କାଜିୟାମା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଫଳପ୍ରଦ ଆଲୋଚନା ହୋଇଯାଇଛି । ଏହି ଆଲୋଚନା କାଳରେ ଭାରତ ଓ ଜାପାନ ମଧ୍ୟରେ ପାରସ୍ପରିକ ସମ୍ପର୍କକୁ ମଜବୁତ୍ କରିବା ପାଇଁ ଉଭୟ ମନ୍ତ୍ରୀ ଉର୍ଜା ଓ ଇସ୍ପାତ୍ କ୍ଷେତ୍ର ଉପରେ ଗୁରୁତ୍ୱାରୋପ କରିଥିଲେ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଜାପାନର ଅନେକ ଇସ୍ପାତ କମ୍ପାନୀ ଗୁଡିକ ଭାରତର ଇସ୍ପାତ କମ୍ପାନୀମାନଙ୍କ ସହ ମିଶି କାମ କରୁଛନ୍ତି । ଯଦ୍ୱାରା ବିଗତ ଦିନମାନଙ୍କରେ ଦୁଇ ଦେଶର ସମ୍ପର୍କ ଦ୍ୱାରା ଅନେକ ସୁପ୍ରଭାବ ପରିଲିକ୍ଷିତ ହୋଇଛି । ଏହି ଅବସରରେ ଜାପାନର ମନ୍ତ୍ରୀ ଏଲଏନଜି କ୍ଷେତ୍ରରେ ଭାରତକୁ ସହଯୋଗ କରିବା ପାଇଁ ସମ୍ମତି ପ୍ରଦାନ କରିଥିଲେ । ଜାପାନର କମ୍ପାନୀ ମାନେ ଭାରତର ତୈଳ, ଗ୍ୟାସ କ୍ଷେତ୍ରରେ ସହଯୋଗୀ ହେବାକୁ ଇଚ୍ଛୁକ ଥିବା ସେ କହିଥିଲେ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଶ୍ୱର ଅଗ୍ରଗତି ତଥା ବ୍ୟବସାୟିକ କାରବାର ପାଇଁ ପାଇଁ ଭାରତ ଏକ ଉକ୍ରୃଷ୍ଟ ସ୍ଥାନା ୨୦୧୯ ବିଶ୍ୱ ବ୍ୟାଙ୍କର ଇଜ୍ ଅଫ୍ ଡୁଇଙ୍ଗ୍ ବିଜନେସରେ ଭାରତ ଗତ ୩ ବର୍ଷରେ ୬୭ତମ ରାଙ୍କରୁ୬୩ତମ ରାଙ୍କରେ ପହଁଚିଛି । ପୁଞ୍ଜିନିବେଶ ତଥା ବ୍ୟବସାୟିକ କାରବାର ପାଇଁ ଭାରତ ଏକ ଉକ୍ରୃଷ୍ଟ ସ୍ଥାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଜାପାନ ଲମ୍ବା ସମୟ ଚୁକ୍ତି ଅନୁଯାୟୀ ଭାରତ ଠାରୁ ଲୁହା ପଥର ଆମଦାନୀ କରୁଥିବା ବେଳେ ଭାରତ ଜାପାନ ଠାରୁ ମୂଲ୍ୟବାନ ଇସ୍ପାତ ଆମଦାନୀ କରୁଛି । ୨୦୨୪ ସୁଦ୍ଧା ଭାରତ ଦେଶର ତୈଳ ଓ ଗ୍ୟାସ କ୍ଷେତ୍ରର ବିକାଶ ପାଇଁ ୧୬୦ ବିଲିୟନ ଡଲାର ପୁଞ୍ଜିନିବେଶ କରିବ । ୨୦୨୪ ସୁଦ୍ଧା ଭାରତ ୫ ଟ୍ରିଲିୟନର ଲକ୍ଷ୍ୟ ହାସଲ କଲେ ଇସ୍ପାତ ଶିଳ୍ପ ବୃଦ୍ଧି ହେବ । ଆଗାମୀ ୫ ବର୍ଷ ମଧ୍ୟରେ ଦେଶର ଭିତିଭୂମିର ବିକାଶ ପାଇଁ ଆମେରିକୀୟ ଡଲାରରେ ୧.୪ ଟ୍ରିଲିୟନ ପୁଞ୍ଜିନିବେଶ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହାସହ ଜାପାନର କାର୍ଯ୍ୟଶୈଳି, ନୂଆ ନୂଆ ଯନ୍ତ୍ରପାତି ତିଆରି କରିବାର ଉତ୍ସାହ ଏବଂ ଶିଳ୍ପ ଉଦ୍ୟୋଗକୁ ପ୍ରଶଂସା କରିବା ସହ ଏହି ଅବସରରେ ଶ୍ରୀ ପ୍ରଧାନ ଜାପାନର ଶକ୍ତି ଓ ଇସ୍ପାତ୍ କମ୍ପାନୀ ଗୁଡିକୁ ଭାରତରେ ପୁଞ୍ଜିନିବେଶ ପାଇଁ ନିମନ୍ତ୍ରଣ କରିଥିଲେ । 

0
0
0
s2sdefault