ସ୍କୁଲ ଛାତ୍ରୀଙ୍କ ପାଇଁ ସାନିଟାରୀ ନାପକିନ ମାଗଣା, ଉପକୃତ ହେବେ ୧୭ ଲକ୍ଷ
ବର୍ଷକୁ ବ୍ୟୟ ହେବ ୭୦ କୋଟ ଟଙ୍କା
ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍କୁଲରେ ପଢ଼ୁଥିବା କିଶୋରୀ ଛାତ୍ରୀଙ୍କ ପାଇଁ ଖୁସି ଖବର | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ରାଜ୍ୟରେ ପ୍ରଚଳିତ ହୋଇଛି ନୂଆ ଯୋଜନା "ଖୁସି" । ଏହି ଯୋଜନାରେ କିଶୋରୀ ବାଳିକାମାନଙ୍କୁ ମିଳିବ ମାଗଣା ସାନିଟାରି ନାପ୍କିନ୍। ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପାଠ ପଢ଼ୁଥିବା ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କୁ ଏହି ଯୋଜନାର ଅନ୍ତର୍ଭୁକ୍ତ କରାଯିବ | ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଏଥିରେ ୧୭ ଲକ୍ଷରୁ ଅଧିକ ଛାତ୍ରୀ ଉପକୃତ ହେବେ । ବର୍ଷକ ଏ ବାବଦରେ ୭୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି |
ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି,ବିଦ୍ୟାଳୟ ଛାତ୍ରୀମାନଙ୍କ ବ୍ୟତୀତ ସରକାରୀ ସ୍ୱାସ୍ଥ୍ୟାନୁଷ୍ଠାନରେ ପ୍ରସବ କରୁଥିବା ମହିଳା ଓ ଗର୍ଭପାତ କରାଉଥିବା ମହିଳାଙ୍କୁ ମଧ୍ୟ ବିନା ମୂଲ୍ୟରେ ଏହାକୁ ଯୋଗାଇ ଦିଆଯିବ। ୬ଟି ସାନିଟାରି ନାପକିନ୍ ଥିବା ପ୍ୟାକେଟ୍ର ଦାମ ୬ ଟଙ୍କା ରଖାଯାଇଛି। ରାଜ୍ୟରେ ମହିଳାମାନଙ୍କ ପାଇଁ ମମତା, ମିସନ ଶକ୍ତି ଓ ବିଭିନ୍ନ କ୍ଷେତ୍ରରେ ୫୦ ପ୍ରତିଶତ ସଂରକ୍ଷଣଠାରୁ ଆରମ୍ଭ କରି ଅନେକ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହେଉଛି। ‘ଖୁସି’ ଯୋଜନା ମହିଳା ଓ କିଶୋରୀମାନଙ୍କ ସ୍ୱାସ୍ଥ୍ୟ ରକ୍ଷା ଦିଗରେ ସହାୟକ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଜେନ| ଆଶାବ୍ୟକ୍ତକହିଛନ୍ତି।