ହେଡଲାଇନସ୍:

ବାଲ୍ୟ ବିବାହ ସମସ୍ୟାକୁ ରୋକିବା ପ୍ରୟାଶ :  ବିଭିନ୍ନ ଜାତି ଓ ଧାର୍ମିକ ଗୋଷ୍ଠୀ ସହଯୋଗରେ କର୍ମଶାଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ(ସରୋଜ ସାହୁ)  ଜିଲ୍ଲା ପ୍ରଶାସନ ରାୟଗଡ, ଆକ୍ସନଏଡ ଓ ୟୁନିସେଫ ଓଡିଶାର ମିଳିତ ଉଦ୍ୟମରେ ଆଜି ଗୁଣୁପୁର ସ୍ଥିତ ମିଶନ ଶକ୍ତି ସଭା ଗୃହରେ ରାୟଗଡ ଜିଲ୍ଲାର ୭ଟି ବ୍ଲକର ବିଭିନ୍ନ ଜାତି ସମାଜ ଓ ପାରମ୍ପରିକ ମୁଖିଆମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ  ହୋଇଯାଇଛି । ଏହି କର୍ମଶାଳାରେ ଜିଲ୍ଲା ପ୍ରଶାସନ ବାଲ୍ୟ  ବିବାହ ରୋକିବା ନିମନ୍ତେ ବିଭିନ୍ନ ଜାତି ସମାଜ ଓ ପାରମ୍ପରିକ ମୁଖିଆ ମାନଙ୍କର ସହୟୋଗ ଲୋଡିଥିଲେ । ବାଲ୍ୟ ବିବାହ ଯୋଗୁଁ ଶିଶୁ ମୃତ୍ୟୁହାର ଓ ମାତୃ ମୃତ୍ୟୁହାର ବଢୁଛି କମ ବୟସରେ ଅନେକ ଶିଶୁ ଓ କିଶୋରୀ ନିଜର ଭବିଷ୍ୟତ ବିଷୟରେ ଅଧିକ କିଛି ଭାବି ପାରନ୍ତି ନାହିଁ । ଯେଉଁ କିଶୋର ଓ କିଶୋରୀ ଜଣକ ଅଧିକ ପାଠ ପଢି ନିଜର ଜ୍ଞାନ ବଢାଇବା ସହିତ ନିଜର ସମାଜର କିଛି ଉନ୍ନତି କରିପାରିଥାନ୍ତେ ସେମାନେ ବଲ୍ୟ ବିବାହ ଯୋଗୁଁ ଆଉ ଅଧିକ କିଛି ଚିନ୍ତା କରି ପାରନ୍ତି ନାହିଁ । ବାଲ୍ୟ ବିବାହ ଆୟୋଜନ କରିବା ସମୟରେ ପ୍ରତ୍ୟେକ ପରିବାର ନିଜର ପିଲାମାନଙ୍କର ବୟସ ଯାଂଚ କରିନେବା ଆବଶ୍ୟକ ଆଧାର କାର୍ଡରେ ଉଲ୍ଲେଖିତ ବୟସ ପ୍ରମାଣପତ୍ର ପାଇଁ ଉପଯୁକ୍ତ ନୁହେଁ । ପ୍ରକୃତ ବୟସ ଯାଂଚ କରିବା ପାଇଁ ନିଜର ଅଙ୍ଗନବାଡି କର୍ମୀଙ୍କ ପାଖରେ ଥିବା ରେଜିଷ୍ଟର, ଡାକ୍ତରଖାନାରୁ ଜନ୍ମ ପ୍ରମାଣପତ୍ର କିମ୍ବା ବିଦ୍ୟାଳୟର ସାର୍ଟିଫିକେଟ ହିଁ ଉପଯୁକ୍ତ ମାଧ୍ୟମ । ଅନେକ ସମୟରେ କମ ବୟସରେ ବାହାଘରର ଆୟୋଜନ କରିବା ସମୟରେ ଶିଶୁଟିର ସ୍ୱାସ୍ଥ୍ୟ ପ୍ରତି ବିପଦ ରହୁଛି । ୧୮ ବର୍ଷ ପୂର୍ବରୁ ବିବାହ ବା ଯୌନ ସମ୍ପର୍କକୁ ଯୌନ ଶୋଷଣ କୁହାଯାଏ ତେଣୁ ସମସ୍ତେ ଏହି ବିଷୟରେ ସଚେତନ ହେବା ସହ ସମସ୍ତ କିଶୋର କିଶୋରୀ ମାନଙ୍କୁ ଜଣାଇବା ଆବଶ୍ୟକ । କମ ବୟସରେ ବିବାହ କରିବା ଦ୍ୱାରା କିଶୋର କିଶୋରୀ ମାନଙ୍କ ଆଗକୁ ଯିବାର ଆଶା ଗୁଡିକ ପୂରଣ ନକରିପାରି ସେମାନଙ୍କ ଭବିଷ୍ୟତ ଗଢିବାରେ ବିଫଳ ହୋଇଥାଆନ୍ତି ତେଣୁ ଆମ ଅଂଚଳର ସମସ୍ତ ଶିଶୁ ମାନଙ୍କୁ ସେମାନଙ୍କ ମନରେ ଆଗକୁ ଯିବାର ଉଚ୍ଚ ଆଶାକୁ ଉଜ୍ଜିବିତ କରିବା ଆବଶ୍ୟକ । ଏହି କର୍ମଶାଳାରେ ଗୁଣୁପୁର, ଗୁଡାରି, ପଦ୍ମପୁର, ରାମନାଗୁଡା, ବିଷମକଟକ, ମୁନିଗୁଡା ଓ ଚନ୍ଦ୍ରପୁର ବ୍ଲକର ପାୟ ୫୦ ଜଣ ଜାତି ମୁଖିଆ ଓ ପାରମ୍ପାରିକ ନେତୃତ୍ୱ ନେଉଥିବା ବ୍ୟକ୍ତି ବିଶେଷ ଓ ଧାର୍ମିକ ସମ୍ପ୍ରଦାୟର ମୁଖ୍ୟ ମାନେ ଯୋଗ ଦେଇଥିଲେ । ପ୍ରକାଶ ଥାଉକି ଯେ, ଉଭୟ ରାଜ୍ୟ ସରକାର ଓ ରାୟଗଡ ଜିଲ୍ଲା ପ୍ରଶାସନ, ଆକ୍ସନଏଡ ଏବଂ ୟୁନିସେଫର ମିଳିତ ଉଦ୍ୟମରେ ଜିଲ୍ଲାରେ ପ୍ରତ୍ୟେକ ସ୍ତରରେ ସଚେତନ କରାଇବା ପ୍ରତ୍ୟେକ ଶିଶୁ କିପରି ନିୟମିତ ବିଦ୍ୟାଳୟକୁ ଯିବେ ଓ ପାଠ ପଢିବେ ତାହା ନିଶ୍ଚିତ କରାଇବା, ଅପପୃଷ୍ଟିକୁ ରୋକିବା, ପ୍ରାକ ବିଦ୍ୟାଳୟ ଶିକ୍ଷା ନିଶ୍ଚିତ କରାଇବା, ଶିଶୁ ମାନଙ୍କ ପାଇଁ ଶିଶୁ ଉପଯୋଗୀ ପରିବେଶ ନିଶ୍ଚିତ କରାଇବା, ଶିଶୁ ସୁରକ୍ଷାର ବିଭିନ୍ନ ବ୍ୟବସ୍ଥା ଗୁଡିକୁ ଉପଲବ୍ଧ କରାଇବା, କିଶୋର କିଶୋରୀ ମାନଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଗୁଡିକରେ ସାମିଲ କରାଇବା, ସ୍ୱାସ୍ଥ୍ୟ ସୁବିଧାକୁ ନିଶ୍ଚିତ କରାଇବା ଓ କୌଣସି ଶିଶୁ ଯେପରି ଶିଶୁ ଶ୍ରମିକ ନ ହେବେ ସେଥି ପ୍ରତି ଦୃଷ୍ଟି ଦେଇ ବିଭିନ୍ନ ବିଭାଗ ସହିତ ମିଳିତ ଆଲୋଚନା କ୍ରମେ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟ ଖସଡା ୨୦୧୯ ମସିହା ଅଗଷ୍ଟ ମାସ ୨୦ ତାରିଖ ଦିନ ପ୍ରସ୍ତୁତ କରାଯାଇଛି । ଏହି ସବୁ କାର୍ଯ୍ୟକ୍ରମକୁ ପ୍ରତ୍ୟେକ ସ୍ତରରେ ତଦାରଖ କରିବା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି । ଏହି କାର୍ଯ୍ୟ ଖସଡାର ଅଂଶ ସ୍ୱରୂପ ଆଜି ରାୟଗଡ ମିଶନଶକ୍ତି ସଭାଗୃହରେ ଜାତି ସମାଜର ମୁଖିଆ ଓ ପାରମ୍ପରିକ ନେତୃତ୍ୱ ନେଉଥିବା ବ୍ୟକ୍ତି ବିଶେଷମାନଙ୍କୁ ନେଇ ଏହି ସବୁ ବିଷୟରେ ଆଲୋଚନା ହୋଇଥିଲା ଏବଂ ପ୍ରସ୍ତାବ କ୍ରମେ ଏକ କାର୍ଯ୍ୟଖସଡା ପ୍ରସ୍ତୁତ ହୋଇଥିଲା । ଚାଟିକଣା ଠାରେ ଥିବା ଡଙ୍ଗରିଆ କନ୍ଧ ଉନ୍ନୟନ ପରିଷଦର ସ୍ୱତନ୍ତ୍ର ଅଧିକାରୀ ସୁରେଶ ଚନ୍ଦ୍ର ଦିକ୍ଷିତ, ପୁଟାସିଙ୍ଗ ଠାରେ ଥିବା ଲାଞ୍ଜିଆ ସୌରା ଉନ୍ନୟନ ପରିଷଦର ସ୍ୱତନ୍ତ୍ର ଅଧିକାରୀ କୃପାସିନ୍ଧୁ ବେହେରା, ରମେଶ ଚନ୍ଦ୍ର ନାୟକ ଜିଲ୍ଲା ଶିଶୁ ସୁରକ୍ଷା  ଅଧିକାରୀ, ଗୁଣୁପୁର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରର ବି. ଚାୟାପତି ଓ ୟୁନିସେଫର ପ୍ରକାଶ ବାରିକ, ସନ୍ତୋଷ କୁମାର ବେହେରା ପ୍ରମୂଖ ଉପସ୍ଥିତ ଥିଲେ । ଆକ୍ସନଏଡର ଜିଲ୍ଲା ସଂଯୋଜକ ରତ୍ନେଶ୍ୱର ସାହୁ ଏହି କର୍ମଶାଳାର ଉଦ୍ଦେଶ୍ୟ ଉପରେ ଆଲୋକପାତ କରି ଥିଲେ । ଶେଷରେ ଗୁଣୁପୁର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ କର୍ଣ୍ଣ ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ ।  

 

 

 

 

 

 

 

 

 

 

 

 

 

0
0
0
s2sdefault