ହେଡଲାଇନସ୍:

ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ରକ୍ତଦାନ ଶିବିର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହର  ଉପକଣ୍ଠ ବେତାଗୁଡା଼ ସ୍ଥିତ  ପୋଲିସ ରିଜର୍ଭ କାର୍ଯ୍ୟାଳୟ ପରିସରରେ ଥିବା କମ୍ୟୁନିଟି ହଲ ଠାରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ରକ୍ତଦାନ ଶିବିର  ଅନୁଷ୍ଠିତ ହୋଇଯାଇଛି । ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଏବଂ ବନ ଖଣ୍ଡିୟ ଅଧିକାରୀ ବିବେକ କୁମାର ତ୍ୟାଗୀ ମିଳିତ ଭାବେ ଉଦ୍ ଘାଟନ କରିଥିଲେ ।

   ମୁଖ୍ୟତଃ ରକ୍ତଦାନ କରି ଜୀବନ ବଞ୍ଚାଇବା ଏବଂ ରକ୍ତଦାନ ଏକ ମହତ ଦାନ ପ୍ରମୁଖକୁ  ଆଧାର କରି ଆବଶ୍ୟକ ଜରୁରୀ କାଳୀନ ସ୍ଥିତିରେ ରକ୍ତର ଅଭାବ ଯେଭଳି ପରିଲକ୍ଷିତ ନ ହୁଏ ଏବଂ ଜିଲ୍ଲା ବ୍ଲଡ଼ ବ୍ୟାଙ୍କରେ ଆବଶ୍ୟକ ରକ୍ତର ଅଭାବି ପୁରାଣ କରିବା  ଏହି ଉଦ୍ଦେଶ୍ୟ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପୋଲିସ ପକ୍ଷରୁ ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା କୁହାଯାଇଛି ।

 ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ପୋଲିସ ଅଧିକାରୀ , କର୍ମଚାରୀ  ଓ ପବ୍ଲିକ ପ୍ରମୁଖ ସାମିଲ ଥିବାବେଳେ ମୋଟ ୪୫ ୟୁନିଟ୍ ରକ୍ତ ସଂଗ୍ରହ କରଯାଇଥିବା ଜଣାପଡିଛି । ଏହି ଶିବିର କାର୍ଯ୍ୟକ୍ରମରେ  ଜିଲ୍ଲା ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡାଃ.ଏମ୍. ରାମଲକ୍ଷ୍ମୀ ଏବଂ ସହଯୋଗୀ ଖଗେଶ୍ୱର ବେହେରା ପ୍ରମୁଖ ଯୋଗଦେଇ ରକ୍ତଦାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । 

ଅନ୍ୟମାନଙ୍କ ମଧ୍ୟରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ,ରିଜର୍ଭ ଇନ୍ସପେକ୍ଟର ଡମ୍ବରୁ ଧର ହନାଗା ଏବଂରିଜର୍ଭ ଇନ୍ସପେକ୍ଟର ଦୁର୍ଯୋଧନ ବେହେରା , ନେହେରୁ ଯୁବ କେନ୍ଦ୍ରର କର୍ମକର୍ତ୍ତା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।  ଜିଲ୍ଲାରେ ଥିବା ଏଚ୍ ଡି ଏଫ୍ ସି ବ୍ୟାଙ୍କ , ଗଜପତି ବ୍ଲଡ଼ ଡୋନର, ସମ୍ବାଦ , ନେହେରୁ ଯୁବ କେନ୍ଦ୍ର ଏବଂ ବନବିଭାଗ ପ୍ରମୁଖଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମ।

 

0
0
0
s2sdefault