ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ବିଶ୍ବ ମୃତ୍ତିକା ଦିବସ : ମୃତ୍ତିକା ସ୍ବାସ୍ଥ୍ୟ ପରୀକ୍ଷା କରାଇ ଚାଷୀ ବେଶ ଉପକୃତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତ ପ୍ରଶିକ୍ଷଣ କେନ୍ଦ୍ର ଠାରେ  ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ଏବଂ ଜିଲ୍ଲା କୃଷି ଓ କୃଷକ ସଶକ୍ତକରଣ ବିଭାଗର ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ  ବିଶ୍ବ ମୃତ୍ତିକା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  କୃଷି ଅଧିକାରୀ କ.ମାଧବ ରାଓ ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରି ଚାଷୀମାନେ ମୃତ୍ତିକା ପରୀକ୍ଷା କରାଇ ଚାଷ କରିବା ଉପରେ ଗୁରୁତ୍ଵାରୋପ୍ କରିଥିଲେ ।

   ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଇରେନିୟାସ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ  ଚାଷ ଜମିର ମୃତ୍ତିକା ସ୍ବାସ୍ଥ୍ୟ ପରୀକ୍ଷା  କରିବା ଦ୍ୱାରା ମାଟିର ଉର୍ବରତା ଜଣା ପଡ଼ିଥାଏ ।   ମୃତ୍ତିକା ସ୍ବାସ୍ଥ୍ୟ ପରୀକ୍ଷା ରିପୋର୍ଟ ପ୍ରକାରେ ଚାଷୀ ଜମିରେ ଚାଷ କରିବା ସମୟରେ କେତେ ପରିମାଣର ଓ କେଉଁ ସାର ପ୍ରୟୋଗ କରିବ ତାହା ସହଜେ ଜାଣି ପାରିଥାଏ।ଏହା ହେବା ଫଳରେ ଫସଲ ପୂର୍ବାପେକ୍ଷା ପ୍ରାୟ ଦ୍ବିଗୁଣିତ ଉତ୍ପାଦନ କ୍ଷମ ହୋଇଥାଏ , ତେଣୁ ଏହି ପଦ୍ଧତିକୁ ଚାଷୀମାନେ ଆପଣେଇ ଚାଷ କରିବାକୁ ଆହ୍ବାନ କରିଥିଲେ ।

  କୃଷିବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ରଶ୍ମିତା ଟପ୍ପୋ ଯୋଗଦେଇ ମାଟିର ସୁରକ୍ଷା କରି ମାଟିର ଉର୍ବରତାକୁ ବୃଦ୍ଧି କରିବା ପାଇଁ ମୃତ୍ତିକା ସ୍ବାସ୍ଥ୍ୟ ପରୀକ୍ଷାର ଆବଶ୍ୟକତା ଓ ଭଲ ଫସଲ ଉତ୍ପାଦନ ଏବଂ ଅବକ୍ଷୟ ଯୋଗୁଁ ମାଟିର ଜୈବିକ ଗୁଣ କମିଯାଇ ଫସଲ ଉତ୍ପାଦନରେ କିଭଳି ପ୍ରଭାବ ପଡିଥାଏ ତାର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ ।

   ଅନ୍ୟ ମାନଙ୍କ ମଧ୍ୟରେ ଜଳ-ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ସୁଦର୍ଶନ ଦୀକ୍ଷିତ , ଉଦ୍ୟାନ-କୃଷିବିଭାଗ ସହକାରୀ ନିର୍ଦ୍ଦେଶକ ମହେନ୍ଦ୍ର କୁମାର ମାଝୀ ପରିଦର୍ଶନ ବୈଜ୍ଞାନିକ ରାଜେଶ ପଶୁମାର୍ଥୀ ଏବଂ ବୈଜ୍ଞାନିକ ଇଂଜିନିଅରିଂ ଦ୍ଵାରିକା ମୋହନ ଦାସ ପ୍ରମୁଖ ଯୋଗଦେଇ ମୃତ୍ତିକା ସ୍ବାସ୍ଥ୍ୟ ପରୀକ୍ଷା ଏହା ଭାରତ ସରକାରଙ୍କ ଅବଦାନ , ଚାଷୀଙ୍କ ଫସଲ ଉତ୍ପାଦନକୁ ବୃଦ୍ଧି କରାଇବାରେ ଏହା କିଭଳି ସହାୟକ ହେଉଛି କହିଥିଲେ ।  ଶେଷରେ  ମଞ୍ଚସୀନ ଅତିଥି ମାନେ ମୃତ୍ତିକା ସ୍ବାସ୍ଥ୍ୟ  କାର୍ଡ ଚାଷୀ ମାନଙ୍କୁ ବଣ୍ଟନ କରିଥିଲେ ।

   ଏ ସମ୍ପର୍କରେ ଆସିଥିବା   ଦୁଇଜଣ ଚାଷୀ ଆର . ଉମାଶଙ୍କର ଏବଂ କୃଷ୍ଣ ଶବର କହିଛନ୍ତି ଯେ ,  ପୂର୍ବରୁ ଆମେ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ଓ ଏହାର ପରୀକ୍ଷା ସମ୍ପର୍କରେ କିଛି ଜାଣି ନ ଥିଲୁ  ସେମିତି ଚାଷ କରୁଥିଲୁ । ପରେ କୃଷି ବିଭାଗ ଅଧିକାରୀ ମାନେ ଆମ ଜମିକୁ ଆସି ମୃତ୍ତିକା ପରୀକ୍ଷା ସମ୍ପର୍କରେ କହିବା ପରେ ଆମେ ଜାଣିଲୁ ଏବଂ ମାଟି ପରୀକ୍ଷା କରି ତାର ରିପୋର୍ଟ ପ୍ରକାରେ ଚାଷ କରୁଛୁ , ବର୍ତ୍ତମାନ କିନ୍ତୁ ପୂର୍ବାପେକ୍ଷା ବହୁତ ଭଲ ଫସଲ ହୋଇଛି ଏବଂ ଆମେ ବେଶ ଉପକୃତ ହୋଇପାରୁଛୁ ବୋଲି କହି  ଏହିଭଳି ଭାରତର ନରେନ୍ଦ୍ର ମୋଦି ସରକାରଙ୍କ ଆମ ଚାଷୀ ମାନଙ୍କ ପାଇଁ ଯେଉଁ ଯୋଜନା କରିଛନ୍ତି , ସେଥିପାଇଁ ତାଙ୍କୁ ଅଶେଷ ଧନ୍ୟବାଦ ବୋଲି କହିଥିଲେ ।

0
0
0
s2sdefault