ହେଡଲାଇନସ୍:

ବଡବଡିଆ ଆଉ ଅନ୍ୟମାନେ ଜବରଦଖଲ କରିଛନ୍ତି, ହେଲେ ଗରିବ କୁଡ଼ିଆ ଉପରେ ଜୁଲମ(pls See VIdeo)

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ଗୁଣୁପୁର ରୁ ମାଧବ ବିଡିକା: ଗୁଣୁପୁର ପୌର ପରିଷଦ ଅଧୀନସ୍ଥ ବିକ୍ରମପୁର ଛକ ନିକଟରେ ଥିବା ଘର ଗୁଡ଼ିକୁ କୁ ହଟାଇବା ନିମନ୍ତେ ସ୍ଥାନୀୟ ତହସିଲଦାର JCV ନେଇ ଯାଇଥିବା ଘଟଣା ସହର ରେ ଚର୍ଚା ର ବିଷୟ ପଲଟିଛି | ଖବର ନେବାରେ ଜଣାଯାଏ, ଏହି ସରକାର ଜମିରେ ଗତ କିଛି ବର୍ଷ ହେଲା କୁଲି ମଜୁରିଆ ଆଦିବାସୀ ପରିବାର ଘର କରି ବସବାସ କରି ଆସୁଛନ୍ତି | ବର୍ତ୍ତମାନ ଏହିସ୍ଥାନ ରେ ଥିବା କିଛି ସରକାରୀ ଜମିରେ ବନ ବିଭାଗ ଓ ରାସ୍ତା ଓ କୋଠାବାଡି ବିଭାଜନ କାର୍ଯ୍ୟାଳୟ ନିର୍ମାଣ କରାଯାଇଛି | ହଠାତ୍ ଗତ କାଲି ଠାରୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଏଠାରେ ପୂର୍ବରୁ ରହିଥିବା ଘରକୁ ଉଛେଦ କରିବାରେ ଲାଗିଛନ୍ତି |

ଏଠାରେ ବାସ କରୁଥିବା ଲୋକଙ୍କ କହିବା ମୁତାବକ ଏମାନେ ଏହି ସ୍ଥାନରେ ଦୀର୍ଘ ତିରିଶ ବର୍ଷ ହେଲା ବସତି ସ୍ଥାପନ କରି ଅଛନ୍ତି | ତେବେ ଏଠାରେ ପ୍ରଶ୍ନ ଉଠୁଛି ହଠାତ୍ କାହିଁ କି କେଉଁ କାରଣରୁ ଏବଂ କାହା ପ୍ରୋତ୍ସାହନରେ ଏଠାରୁ ଏହି ଆଦିବାସୀ ପରିବାରଙ୍କୁ ହଟାଇବାରେ ତହସିଲଦାର ଏତେ ତତ୍ପରତା ପ୍ରକାଶ କରିଛନ୍ତି. | ଗୃହ ହୀନ ପରିବାର ଙ୍କୁ ଜମି ଢିଅ ସହ ଘର ଯୋଗାଇଦେବା ନିମନ୍ତେ ସରକାର ପ୍ରତିଶ୍ରୁତି ବଦ୍ଧ ଥିବା ବେଳେ ଏଭଳି ଗୃହହୀନ ପରିବାରଙ୍କୁ ହଟାଇବା କେତେ ଦୂର ଯଥାର୍ଥ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି |  ଏହି ସ୍ଥାନରୁ ଆମକୁ ହଟାଇବାକୁ ଚେଷ୍ଟା କରାଗଲେ ଆମ୍ଭେ ଏଠାରେ ଆତ୍ମ ହତ୍ୟା କରିବୁ ବୋଲି ଜମି ଅଧିଗ୍ରହଣ କାରୀ ଆଦିବାସୀ ଚେତାବନୀ ଦେବାସହ ଉଚ୍ଛେଦ କୁ ବିରୋଧ କରିଥିଲେ | ଫଳରେ ତହସିଲ କାର୍ଯ୍ଯାଳୟ ପକ୍ଷରୁ ଆରମ୍ଭ କରାଯାଇ ଥିବା ଉଚ୍ଛେଦ କର୍ଯ୍ୟ ବନ୍ଦ କରି ଦେଇଛନ୍ତି. ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ହସ୍ତକ୍ଷେପ ଜରୁରୀ ହୋଇପଡ଼ିଛି |

 

0
0
0
s2sdefault