ହେଡଲାଇନସ୍:

ଛେଳି ମଡ଼କ :  ମାତା ରୋଗରେ ଆକ୍ରାନ୍ତ ହୋଇ ୫୦ଟି ଛେଳି ମୃତ୍ୟୁ  ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବୀରମହାରାଜପୁରରୁ ବିନୋଦ ପାଣ୍ଡେ: ସୁବର୍ଣ୍ଣପୁର  ଜିଲ୍ଲା  କୋଟସମଲାଏ ଗ୍ରାମ ରେ ଆଜି ସୁଦ୍ଧା ୫୦ଟି ଛେଳି ମୃତ ।ପ୍ରାପ୍ତ ସୂଚନା ମୁତାବକ ଏହି ଗ୍ରାମର ଦୁଇ ଜଣ ଚାଷୀଙ୍କର ଏକ ମାସ ଭିତରେ ମାତା ରୋଗରେ ଆକ୍ରାନ୍ତ ହୋଇ ୫୦ଟି ଛେଳି ମୃତ୍ୟୁ ହୋଇଥିବା ଅଭିଯୋଗ । ଏନେଇ ଉଲୁଣ୍ଡା ଭି ଏସ୍ ଙ୍କୁ ଜଣାଇଥିଲେ ଏବଂ ଡାକ୍ତର ନିଜେ ଆସି ଛେଳି ମାନଙ୍କୁ ଚିକିତ୍ସା କରିଥିଲେ । ସରକାରଙ୍କ ର ନିମ୍ନମାନର ଔଷଧ ଓ ଟିକାକରଣ କାମରେ ଲାଗୁନଥିବା ବେଲେ ଡାକ୍ତର ଚାଷୀ ମାନଙ୍କ ଠାରୁ ୫୦୦ ଟଙ୍କା ନେଇ ମଧ୍ଯ ଛେଳି ମାନଙ୍କୁ ବଞ୍ଚେଇପାରିନଥିଲେ । ଆଜି ପର୍ଯ୍ୟନ୍ତ ବଲରାମ ସେଠୀଙ୍କର ୩୦ଟି ଛେଳି ଓ ହରି ବାରକୁଟିଆଙ୍କର ୨୦ଟି ମାତା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ତୁରନ୍ତ ଜିଲ୍ଲା ପ୍ରଶାସନ ଏହି ଗରିବ ଚାଷୀଙ୍କୁ ସରକାରୀ ଆଥିର୍କ ସାହାଯ୍ୟ ଯୋଗାଇ ଦେବା ପାଇଁ ଦାବି ହୁଏ ।

 

0
0
0
s2sdefault