ହେଡଲାଇନସ୍:

କବ୍ଜାରେ ରାଜପଥ : ପାଲଟିଛି ବୁଲାଗୋରୁଙ୍କ ରାଜପ୍ରାସାଦ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)- ଜନସାଧାରଣ ସୁବିଧାରେ ଯାତାୟାତ କରିପାରିବେ ବୋଲି ସରକାର ରାସ୍ତା ପ୍ରସସ୍ତି କରଣ କରିବା ସହିତ ବିଜୁ ଏକ୍ସପ୍ରେସ ଓ୍ବେ ନିର୍ମାଣ କରିଛନ୍ତି । ହେଲେ ପଦ୍ମପୁର ସହର ମଧ୍ୟଦେଇ ଯିବା ଆସିବା ସମୟରେ ବହୁ ବାଧା ଉପୁଯୁଛି । ଦିନ ହେଉ ଅବା ରାତି  ବୁଲା ଗାଇଗାଈ ରାଜରାସ୍ତାକୁ କବଜା କରି ରହିଛନ୍ତି । ବିଭିନ୍ନ ସମୟରେ ବୁଲାଗୋରୁଙ୍କ ପାଇଁ ଦୁର୍ଘଟଣା ମଧ୍ୟ ହେଉଛି ।ଗାଡି ଧକ୍କା ମାରିବା ଗାଇଗୋରୁ ମୄତ୍ୟୁ ହେଉଛି । ଗାଇ ମାଲିକ ମାନେ ଦାୟିତ୍ୱ ହୀନ ପରି ନିଜ ଗାଇଗୋରୁଙ୍କୁ ଛାଡି ଦେଉଛନ୍ତି । ବୁଲାଗୋରୁଙ୍କୁ ରାସ୍ତା ଉପରକୁ ନ ଛାଡିବା ତଥା ଛାଡିଲେ ଆଇନ ଆନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପଦ୍ମପୁର ଏନଏସି ତରଫରୁ ଡାକବାଜୀ ଯନ୍ତ୍ର ସାହାଯ୍ୟରେ ଘୋଷଣା କରିଥିଲେ ମଧ୍ୟ ଏ ଯାଏଁ କୌଣସି ପଦକ୍ଷେପ ନିଆଯାଇନାହିଁ । ତେଣୁ ଜନସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି ।ଏ ବିଷୟରେ ବିଭାଗୀୟ ଅଧିକାରୀ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ ହୁଏ ।

0
0
0
s2sdefault