ହେଡଲାଇନସ୍:

ନିଆଁ  ଗିଳିଥିଲେ ଅଙ୍ଗାର ହଗିବା ଥୟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅବସର ପରେ ବି ପିଛା ଛାଡିବନି ୫-ଟି : ଦୁଇଜଣଙ୍କ ବିରୁଦ୍ଧରେ ଦୃଢ଼ କାର୍ଯାନୁଷ୍ଠାନ

ଭୁବନେଶ୍ୱର,(ଶାସକ ପ୍ରଶାସକ): ଲାଞ୍ଚ ନେବା ଅଭିଯୋଗରେ ଅବସର ପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା ଗତ ୨୦୧୨ ଫେବୃଆରୀ ୨୭ ତାରିଖରେ ଭିଜିଲାନ୍ସ ଦ୍ୱାରା ଧାରା  ପଡ଼ିଥିଲେ । ପରେ ସ୍ପେଶାଲ ଜଜ୍,ବାରିପଦା ୨୦୧୯ ଜୁଲାଇ ୩୦ ତାରିଖରେ ଶ୍ରୀ ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ |  ରାଜ୍ୟ ସରକାର ଏହାକୁ ଦୃଷ୍ଟିରେ ରଖି  ତାଙ୍କର ଗ୍ରାଚୁଇଟିକୁ ବନ୍ଦ କରିଛନ୍ତିା ଅବସର ପ୍ରାପ୍ତ ଡେପୁଟି ଲେବର କମିଶନର ଶ୍ରୀ ଦୀନବନ୍ଧୁ ଅଧିକାରୀ  ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ କାର୍ଯ୍ୟରତ  ଥିବା ବେଳେ କରିଥିବା  ଅବହେଳା ଯୋଗୁ ୨ବର୍ଷ ପର୍ଯ୍ୟନ୍ତ ତାଙ୍କର ପେନସନରୁ ମାସିକ ୧୭୬୦ ଟଙ୍କା କାଟିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ବୋଲି ଶ୍ରମ ଓ କର୍ମଚାରୀରାଜ୍ୟ ବୀମା ବିଭାଗ ସୂତ୍ରରୁ ପ୍ରକାଶା

0
0
0
s2sdefault