ହେଡଲାଇନସ୍:

ରାଜ୍ୟସ୍ତରୀୟ ୨ୟ ଓଡଗାଁ କପ୍ ଫୁଟବଲ ଉଦ୍ଘାଟିତ :  ୩-୨ଗୋଲରେ ଉତ୍କଳ ସ୍ପୋର୍ଟିଂ ବିଜୟୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ: ( ଶ୍ରୀକାନ୍ତ କୁମାର ମିଶ୍ର )

ସ୍ଥାନୀୟ ମିନିଷ୍ଟାଡିୟମ ଠାରେ ଆଜି ଠାରୁ ୨ୟ ରାଜ୍ୟସ୍ତରୀୟ ଓଡଗାଁ କପ୍ ଫୁଟବଲ ଟୁର୍ଣ୍ଣାମେଂଟ ଆଜି ଆରମ୍ଭ ହୋଇଛି । ଏହାକୁ ନୟାଗଡ ବିଧାୟକ ଡ.ଅରୁଣ କୁମାର ସାହୁ କ୍ରୀଡା ପତାକା ଉତ୍ତୋଳନ  କରି ଉଦ୍ଘାଟନ କରିଥିଲେ । ଉଦ୍ଘାଟନୀ ମ୍ୟାଚରେ ଗତଥର ଚମ୍ପିୟାନ ଦଳ ଭୁବନେଶ୍ୱରର ସଂଘର୍ଷ କ୍ଲବକୁ ପରାସ୍ତ କରି ଜଟଣୀ ଉକôଳ ସ୍ପୋର୍ଟିଂ ଆଜି ବିଜୟୀ ହୋଇଛି । ଖେଳର ପ୍ରଥମାର୍ଦ୍ଧ ୧୨ମି. ସମୟରେ ଜଟଣୀ ଦଳର୧୦ନମ୍ବର ଜ ସୁବାଷ ବାଇଚୁଙ୍ଗ ପ୍ରତିପକ୍ଷକୁ ଗୋଲଦେଇ ଆଗରେ ରହିଥିବା ବେଳେ ଖେଳର ୧୮ମିନିଟ ବେଳକୁ ସଂଘର୍ଷ କ୍ଲବ ଭୁବନେଶ୍ୱରର  ୮ନମ୍ବର ଜର୍ସି ସିଦ୍ଧାନ୍ତ ପ୍ରତିପକ୍ଷକୁ ଗୋଲ ଦେଇ ସମାନ ସ୍ଥିତିକୁ ନେଇ ଆସିଥିଲେ ।  ଦିତୀୟାର୍ଦ୍ଧର ୧୫ମିନିଟ ସମୟରେ ସଂଘର୍ଷ କ୍ଲବର ୯ନମ୍ବର ଜର୍ଷି ହାପିଖାନ ପତିପକ୍ଷକୁ ପୁନଃ ଏକ ଗୋଲ ଦେଇ ଖେଳକୁ ରୋମାଂଚକର ସ୍ଥିତିକୁ ନେଇ ଆସିଥିଲେ । ୨୭ ମିନିଟ ବେଳକୁ ଜଟଣୀ ଦଳର ୬ନମ୍ବର ଜର୍ସି ଏନ ସୁନିଲ ପ୍ରତିପକ୍ଷକୁ ଅନ୍ୟଏକ ଗୋଲ ଦେଇ ଖେଳକୁ ବରାବର ସ୍ଥିତିକୁ ନେଇ ଆସିଥିଲେ । ଆଜିର ସଙ୍ଘର୍ଷ ପୂର୍ଣ୍ଣ ମ୍ୟାଚର ଶେଷାର୍ଦ୍ଧର ୨୯ମିନିଟ ସମୟରେ ଜଟଣୀ ଦଳର ୯ନମ୍ବର ଜର୍ସି ଦିଲ୍ଲୀପ ନାୟକ ପ୍ରତିପକ୍ଷକୁ ଖେଳର ପଞ୍ଚମ  ଗୋଲ ଦେଇ ଦଳକୁ ବିଜୟୀ କରିଥିଲେ । ଏହି ସଂଘର୍ଷ ପୂର୍ଣ୍ଣ ମ୍ୟାଚରେ ଆକର୍ଷଣୀୟ ଖେଳ ପ୍ରଦର୍ଶନ ପାଇଁ ପରାଜିତ ଦଳର ସିଦ୍ଧାନ୍ତ ଦାଶଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ଆଜିର ଖେଳକୁ ରେଫରୀ ସୁଦୀପ୍ତ ଦାଶ, ରାଜେଶ ଭୋଇସ୍ନା ପରିଚାଳନା କରିଥିବା ବେଳେ ତାଙ୍କୁ ଲାଇନରେ ମହାବିରନାଥ,ରୋଶନ ଖାନ୍ ସହାୟତା କରିଥିଲେ । ଶୁକ୍ରବାର  କଟକ ମଙ୍ଗଳା କ୍ଲବ ସହିତ ଭୁବନେଶ୍ୱର କିଶୋର କ୍ଲବ ମଧ୍ୟରେ ମ୍ୟାଚ ଅନୁଷ୍ଠିତ  ହେବ । 

0
0
0
s2sdefault