ହେଡଲାଇନସ୍:

 ପୄଥ୍ବିରାଜ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ :କବଜା ଦଳ ଚମ୍ପିୟାନ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନିଳଦୀପ-ପଦ୍ମପୁର ଉପଖଣ୍ଡସ୍ଥ ଖଲିଆପାଲି ପଞ୍ଚାୟତ ଅନ୍ତର୍ଗତ ବାଦିମାଲ ଲଙ୍କେଶ୍ବରୀ କ୍ରିକେଟ ସଙ୍ଘ ପକ୍ଷରୁ ପାଞ୍ଚଦିନ ଧରି ଚାଲିଥିବା ପୄଥ୍ବିରାଜ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି ।ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଲ କବଜା(ବଲାଙ୍ଗୀର) ଓ ଝାଙ୍କରପାଲି (ପଦ୍ମପୁର) ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ଏହି ଫାଇନାଲ ମ୍ୟାଚରେ କବଜା ଦଳ ନିର୍ଦ୍ଧାରିତ ରନ ରୁ ଅଧିକ ରନ ସଂଗ୍ରହ କରି ଝାଙ୍କରପାଲି ଦଳକୁ ପରାସ୍ତ କରି ଚମ୍ପିୟାନ ହୋଇଥିଲା ।ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୨୪ଗୋଟି ଦଳ ଅଂଶଗ୍ରହଣ କରିଥିଲେ ।ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଯୁବନେତା ରାଜୁ ଘିବେଲା ଏବଂ ସମ୍ମାନିତ ଅତିଥି ସ୍ଥାନୀୟ ସରପଞ୍ଚ ଗିରିଧାରୀ ସେଠ,ଗୁଡୁ ପଲସନିଆ ଯୋଗଦେଇଥିଲେ ।ଚମ୍ପିୟାନ କବଜା ଦଳକୁ ଚମ୍ପିୟାନ ଟ୍ରଫି ସହ ୧୪୦୦୦ ଟଙ୍କା ପୁରସ୍କାର ରାଶି ଏବଂ ରନର୍ସଅଫ ଦଳକୁ ଟ୍ରଫି ଓ ୮୦୦୦ ଟଙ୍କା ପୁରଷ୍କାର ରାଶି ମୁଖ୍ୟ ଅତିଥି ପ୍ରଦାନ କରିଥିଲେ । ଧର୍ମେନ୍ଦ୍ର ବିଶି,ଜଗତ ମେହେର ଓ ରାଜୁ ମେହେର ଖେଳ ପରିଚାଳନା କରିଥିବାବେଳେ ଚିତ୍ତରଞ୍ଜନ ମେହେର ଧାରାବିବରଣୀ ପ୍ରଦାନ କରିଥିଲେ ।ହର୍ଷ ବନଛୋର,ବନବିହାରୀ ବାଗ,କୁଲ ବେହେରା,ଗୌରାଙ୍ଗ ଙ୍କ ସମେତ ସମସ୍ତ ସକ୍ରିୟ ସଦସ୍ୟ ସହଯୋଗ କରିଥିଲେ ।

0
0
0
s2sdefault