ହେଡଲାଇନସ୍:

 ଦଶମ  ନୃସିଂହନାଥ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

 ପାଇକମାଲ/ ଗୌରାଙ୍ଗ ଦାଶ :- ଆଜି ପାଇକମାଲର ପ୍ରାଣୀ ଚିକିତ୍ସାଳୟ ପରିସରସ୍ଥ ପଡିଆରେ 10th ନୃସିଂହନାଥ ବ୍ୟାଡମିଣ୍ଟନ  ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ମୁଖ୍ୟଅତିଥି ଶ୍ରୀ ରାଜୁ ଘିବେଲା ଓ ସମ୍ମାନିତ ଅତିଥି ପାଇକମାଲ IIC ଶ୍ରୀ ବିଶ୍ୱଜିତ ମନବୋଧ ଓ CRPF ର 189/C କମ୍ପାନୀର  ସିଓ  ଶ୍ରୀ ଅବଦୁଲ ଆହଦ ଙ୍କ ଦ୍ୱାରା ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ 20 ଟି ଟିମ ରାଜ୍ୟ ତଥା ରାଜ୍ୟ ବାହାରୁ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି ।ଏହି ଟୁର୍ଣ୍ଣାମେଣ୍ଟରେ 20ଟି ରୁ ଉର୍ଦ୍ଧ୍ବ  ମ୍ୟାଚ  ଖେଳାଯିବ ବୋଲି ଆୟୋଜକ ମାନେ କହିଛନ୍ତି । ଉଦ୍ଘାଟନ  ସମୟରେ ଅତିଥିମାନେ ଅନେକ ଖେଳାଳି ଓ ସଂଗଠକମାନଙ୍କୁ ସମର୍ଦ୍ଧିତ କରିଥିଲେ । ମୁଖ୍ୟତଃ ବରିଷ୍ଠ ଖେଳାଳି କୁସୁମ ରାଓ ଓ ଭୋଜରାଜ ରାଉତଙ୍କୁ ମୁଖ୍ୟ ଅତିଥି ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ  କରିଥିଲେ ।

           ଏହି ଟୁର୍ଣ୍ଣାମେଣ୍ଟକୁ ମଙ୍ଗଳ ଟିଭିଏସ, ଅମିତ ଟ୍ରେଡ଼ର୍ସ, NIIT କମ୍ପ୍ୟୁଟର ଏଜୁକେସନ ପାଇକମାଲର ସହଯୋଗରେ ଓ କୁନ୍ଦନ ପ୍ରଧାନ, ସୁଶାନ୍ତ ପାଣିଗ୍ରାହୀ, ସୁମିତ ଅଗ୍ରୱାଲ, ଏମଡି  ଏଯାଜ, ଯେକି ସରାଫ, ଆୟୁଷ ଅଗ୍ରୱାଲ, ଗୋପାଳ  ଅଗ୍ରୱାଲ , କବି ଅଗ୍ରୱାଲ  , ରବି ଅଗ୍ରୱାଲ  , ଦିନେଶ , ଯତୀନ , କମଳ ପଟେଲ ପ୍ରମୁଖ ପରିଚାଳନା କରୁଛନ୍ତି ।

0
0
0
s2sdefault