ହେଡଲାଇନସ୍:

ଆନ୍ତଃ ଜିଲ୍ଲା ଜେଏମ୍ବିସିସି କପ କ୍ରିକେଟ ଉଦ୍ୟାପିତ : ପେଠିଆପାଲିକୁ ହରାଇ ଲର୍କି ଚାମ୍ପିଅନ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ନୂଆପଡ଼ା/ଅମିତ କୁମାର ପୁରୋହିତ 

ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଠିକପାଲି ଖେଳ ପଡିଆ ଠାରେ ଜୟ ମାଁ  ବସ୍ତ୍ରାଣୀ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଚାଲିଥିବା ୮ମ  ଆନ୍ତଃ ଜିଲ୍ଲା ଜେଏମବିବିସି  କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ  ହୋଇଯାଇଛି । ଫାଇନାଲ ମ୍ୟାଚ ଲର୍କି ଓ ପେଠିଆପାଲି ଦଳ ମଧ୍ୟରେ ମୁକାବିଲା ହୋଇଥିଲା । ପେଠିଆପାଲି ଦଳ ପ୍ରଥମେ ଟସ ଜିଣି ଫିଲଡିଂ ନିଷ୍ପତ୍ତି ନେଇଥିଲା । ଲର୍କି ଦଳ ପ୍ରଥମେ ବ୍ୟାଟିଙ୍ଗ କରି ନିଦ୍ଧାରିତ ୧୨ ଓଭରରେ ୬ ୱିକେଟ ହରାଇ ୯୯ ରନରେ ସଂଗ୍ରହ କରିଥିଲା । ଜବାବରେ ପେଠିଆପାଲି ଦଳ ୧୧.୩ ଓଭରରେ ସମସ୍ତ ୱିକେଟ ହରାଇ ୪୮ ରନ ସଂଗ୍ରହ କରିବାରୁ ଲର୍କି ଦଳ ୫୧ ରନରେ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା । ଆୟୋଜକ କମିଟି ସଭାପତି ଅମରେଶ  ପାଢି(ରିଟର୍ଣ୍ଣ)ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଯାପନୀ ଉତ୍ସବରେ ଯୁବ ସମାଜସେବୀ ଆଭାସ ପାଢି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚାମ୍ପିଅନ ଦଳକୁ ପୁରସ୍କୃତ କରିଥିଲେ । ଯୁବ ସମାଜସେବୀ ଅଭିଜିତ ବୋଷ, କ୍ଲବର ସମ୍ପାଦକ ହିତେଶ ନାଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ମ୍ୟାନ ଅଫ ଦି ସିରିଜ ଭାବେ ଠିକପାଲି ଦଳର ସାନ ଶବର, ମ୍ୟାନ ଅଫ ଦି ମ୍ୟାଚ ଭାବେ ଲର୍କିର ନୁପୁର ନିଆଲ ପୁରସ୍କୃତ  ହୋଇଥିଲେ । ଅମ୍ପାୟାର ଭାବେ ପଦ୍ମ ଶବର ଓ କେତନ ସତନାମୀ ଖେଳ ପରିଚାଳନା କରିଥିଲେ । ବସନ୍ତ ଶବର ଓ ହେମାନନ୍ଦ ସତନାମୀ ସ୍କୋରର ଓ କେବଲ ସତନାମୀ ଧାରାବିବରଣୀ ପ୍ରଦାନ କରିଥିଲେ । ସରୋଜ ଶବର, ରାଜୁ ଶବର, କେତନ ସତନାମୀ, ସୁରେନ୍ଦ୍ର ନାଗ, ବେଣୁଧର ଶବର, ବିଶ୍ୱନାଥ ପରାଭୁଏ, ପରଶୁ ଶବର, ଜିତୁ ନାଗ ପ୍ରମୁଖ ସହଯୋଗ କରିଥିଲେ । 

 

0
0
0
s2sdefault