ହେଡଲାଇନସ୍:

ସାଇଟ ଜୁନିୟର ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ:  ଡିସିଏଫଏ କଅଗାଁ ବିଜୟୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଲାଙ୍ଗୀର(ନିରୋଜ ମିଶ୍ର)- ବଲାଙ୍ଗୀର ନିକଟସ୍ଥ ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ୫୨ ତମ ଜୁନିୟର (୧୯ ବର୍ଷରୁ କମ୍)ଫୁଟ୍ବଲ ଟୁର୍ଣ୍ଣାମେଣ୍ଟ  ଉଦ୍ଘାଟିତ ହୋଇଯାଇଛି । ଆଗଲପୁର ଏଏ ବନାମ ଡିସିଏଫଏ କଅଗାଁ ଖେଳ ନିର୍ଦ୍ଧାରିତ ସମୟ ମଧ୍ୟରେ ଡ୍ର ରହିଥିଲା । ଟ୍ରାଇବ୍ରେକର ଜରିଆରେ କଅଗାଁ ୨-୧ ଗୋଳରେ ବିଜୟୀ ହୋଇଛି । ଖେଳକୁ ସୁଶାନ୍ତ ନାଗ, ନିସାରକାନ୍ତ ନାଗ, ଖଲିଉର ରେହେମାନ ଓ ସୁଧାଂଶୁ ସେଠ୍ ପରିଚାଳନା କରିଥିଲେ । ସାଇଟ୍ ପ୍ରତିଷ୍ଟାତା ତଥା ଫାଓ ଓଡିଶା ଓ ବଲାଙ୍ଗୀର ଜିଲ୍ଲା କ୍ରିଡାସଂସଦ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକରମିଶ୍ର ଙ୍କ ତତ୍ୱାବଧାନରେ ଅନୁଷ୍ଠିତ  ଖେଳରେ ବଲାଙ୍ଗୀର ବ୍ଳକ ଅଧ୍ୟକ୍ଷ ଗୋଲାପ ବାଗ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥିଭାବେ ରାମଜି ଯୁବକ ସଂଘ ସଭାପତି ଡ. ପ୍ରମୋଦ କୁମାର ମିଶ୍ର ଓ ସାଇଟ ସମ୍ପାଦକ ମନୋଜ କୁମାର ମିଶ୍ର ଯୋଗଦେଇଥିଲେ । କମିଟିର ଆବାହକ ଶଶିଶେଖର ପଣ୍ଡା, କୋଷାଧ୍ୟକ୍ଷ ଆଦିତ୍ୟ ପଟ୍ଟନାୟକ, ଅଭୟ ମିଶ୍ର, ସାନ୍ତନୁ ମିଶ୍ର, ଜୟନ୍ତ ପଟେଲ ପ୍ରମୁଖ ସହଯୋଗ କରିଥିଲେ । ୨୯ ତାରିଖ ମଙ୍ଗଳବାର ଘୁଚେପାଳି ପିଏଏଫଏ ବନାମ ଚୁଡାପାଲି ନବଜ୍ୟୋତି ମଧ୍ୟରେ ଖେଳ ହେବ ବୋଲି ଆୟୋଜକଙ୍କ ସୁତ୍ରରୁ ପ୍ରକାଶ ।  

0
0
0
s2sdefault