ହେଡଲାଇନସ୍:

ଖେଲୋ ଇଣ୍ଡିଆ ଖେଳରେ ଖୋ-ଖୋ ଯୁବା (୨୧ ବର୍ଷରୁ କମ୍) ଖେଳରେ ବଲାଙ୍ଗୀର ଝିଅର ସଫଳତା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର/ନିରୋଜ ମିଶ୍ର : ସର୍ବଭାରତୀୟ ସ୍ତରରେ ଖେଲୋ ଇଣ୍ଡିଆ ଖେଳ ଜାନୁଆରି ୯ ତାରିଖରୁ ୨୦ ଜାନୁୟାରୀ ପର୍ଯ୍ୟନ୍ତ  ଅନୁଷ୍ଠାନ ହୋଇଥିଲା । ଓଡିଶା ଯୁବା ଖୋ-ଖୋ ଦଳରେ ବଲାଙ୍ଗୀର ଜିଲ୍ଲା ଅଙ୍କରିଆ ପଦର ଗ୍ରାମର କୁମାରୀ ପ୍ରତିମା କୁମ୍ଭାର ଓଡିଶା ଦଳ ତରଫରୁ ଅଂଶ ଗ୍ରହଣ କରିଥିଲେ । ଓଡିଶାର ଖୋ-ଖୋ ଦଳ ଦିଲ୍ଲିକୁ ହରାଇ ବ୍ରୋଞ୍ଜ ମେଡାଳ ହାସଲ କରିଥିଲେ ।  ଖେଲୋଇଣ୍ଡିଆ ଖୋ-ଖୋ ଯୁବା ଖେଳରେ ବ୍ରୋଞ୍ଜ ମେଡାଲ ହାସଳ କରି ବଲାଙ୍ଗୀର ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି । କୁମାରୀ ପ୍ରତିମାଙ୍କୁ ବଲାଙ୍ଗୀର ରେଲଷ୍ଟେସନ୍ ଠାରେ  ଜିଲ୍ଲାକ୍ରିଡାସଂସଦ ସାଧାରଣ ସମ୍ପାଦକ ହରିନାରାୟଣ ପୁଜାରୀ, ଡିଏଭି କଲେଜ ଅଧ୍ୟକ୍ଷ ବିକ୍ରମ କେଶରୀ ମିଶ୍ର, ଜିଲ୍ଲା କ୍ରୀଡାଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼ାଇ, ପଥରଚେପା ଉ.ପ୍ରା.  ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଜୟ ଲକ୍ଷ୍ମୀ ମିଶ୍ର, ସାଇଟ ସମ୍ପାଦକ ମନୋଜ ମିଶ୍ର, ଅବସରପ୍ରାପ୍ତ କ୍ରିଡା ଶିକ୍ଷୟତ୍ରୀ ରାଜନନ୍ଦିନୀ ବହିଦାର, ବରିଷ୍ଠ  ଭଲିବଲ ଖେଳାଳି ପ୍ରଶାନ୍ତ କୁମାର ପଟ୍ଟନାୟକ ଓ ଜିଲ୍ଲା ଖୋଖୋ ପ୍ରଶିକ୍ଷକ ପଦ୍ମ ଚରଣ ଦାସ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ କୁମାରୀ କୁମ୍ଭାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବଦ୍ଧିରାଜ ବିଶ୍ୱାଳ, ଦେବି ପ୍ରସାଦ ରାଉତ, ରଂଜିତ ବେହେରା, ବିଭୂତି ସ୍ୱାଇଁ, ଜାତୀୟ ଖେଳାଳୀ ସୁଜାତା ମଲ୍ଲିକ, ସସ୍ମିତା ପାତ୍ର, ରିତା ସନ୍ୟାସି, ଗିତା ସନ୍ୟାସି, ଗଜାନନ ସାଏ ଓ ସହକାରୀ ଖୋଖୋ ପ୍ରଶିକ୍ଷକ ପ୍ରଦ୍ୟୁମ୍ନ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହି ଶୁଭେଚ୍ଛା ଜଣାଇଥିଲେ । କୁମାରୀ କୁମ୍ଭାରଙ୍କର ଏହି ସଫଳତା ପାଇଁ ଜିଲ୍ଲା କ୍ରିଡାସଂସଦ ଓ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ  ଓ କ୍ରିଡାପ୍ରେମୀ ମାନଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି । 

0
0
0
s2sdefault