ହେଡଲାଇନସ୍:

ସାଇଟ ୫୨ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ: ସାଇଟ ସ୍ପୋର୍ଟ ସୋସାଇଟି ବିଜୟୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର(ନିରୋଜ ମିଶ୍ର)- ବଲାଙ୍ଗୀର ନିକଟସ୍ଥ ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଳି ଠାରେ ୫୨ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ  ଉଦ୍ଘାଟିତ ହୋଇଯାଇଛି । ସାଇଟ୍ ପ୍ରତିଷ୍ଟାତା ତଥା ଫାଓ ଓଡିଶା ଓ ବଲାଙ୍ଗୀର ଜିଲ୍ଲା କ୍ରିଡାସଂସଦ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ  ଭାବେ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ ।  ରାମଜି ଯୁବକ ସଂଘ ତଥା ଆୟୋଜନ କମିଟି ସମ୍ପାଦକ ଇଂ ନାରାୟଣ ପ୍ରସାଦ ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଖେଳରେ ସାଇଟ ସ୍ପୋଟ୍ସ ସୋସାଇଟି ସଦାଇପାଲି ୩-୦ ଗୋଳରେ ସହିଦ ଜିମ୍ନାସିୟମ ଟିଟିଲାଗଡ କୁ ହରାଇ ବିଜୟୀ ହୋଇଛି । ବିଜୟୀ ଦଳ ତରଫରୁ ମୁକେଶ ଝାଙ୍କର ୨ଟି ଓ ପ୍ରସାନ୍ତ ନାଏକ ଗୋଟିଏ ଗୋଳ ସ୍ପୋର କରିଥିଲେ । ଖେଳକୁ ଶରତକୁମାର ନନ୍ଦ, ନିସାରକାନ୍ତ ନାଗ, ସୁଶାନ୍ତ ନାଗ, ଓ ସୁଧାଂଶୁ ସେଠ ପରି·ଳନା କରିଥିଲେ । ସମ୍ମାନିତ ଅତିଥିଭାବେ ସାଇଟ ସମ୍ପାଦକ ମନୋଜ କୁମାର ମିଶ୍ର, ସୁଶ୍ରୀ ଆଇଟିଆଇ ଅଧ୍ୟକ୍ଷ ସନ୍ତୋଷ କୁମାର ବ୍ରହ୍ମା ଓ ପୁର୍ବତନ କ୍ରୀଡ଼ାବିତ  ଗରୁଡଧ୍ୱଜ ସାଏ ଯୋଗଦେଇଥିଲେ । ଖେଳକୁ ଆୟୋଜନ କମିଟି ସାଂଗଠନିକ ସମ୍ପାଦକ ଡ. ସିଦ୍ଧେଶ୍ୱର  ମିଶ୍ର, କୋଷାଧ୍ୟକ୍ଷ ଆଦିତ୍ୟ ପଟ୍ଟନାୟକ, ଅଶୋକ ପ୍ରଧାନ, ଇଶ୍ୱର ମଚ୍ଛଖଣ୍ଡ,  ହରିଶଙ୍କର ସାଏ, ଦେବାଶିଷ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ । ଜିଲ୍ଲା ଫୁଟବଲ କୋଚ୍ ପରାଶର ବାଗ, କ୍ରିଡାସଂଗଠକ, ହେମନ୍ତ କୁମାର ବେହେରା ଉପସ୍ଥିତ ଥିଲେ । ୨୧ତାରିଖ ସୋମବାର ବରପାଳି ଏନ୍ୱାଇଏସ ବନାମ ଇଲେଭେନ ଷ୍ଟାର ବଲାଙ୍ଗୀର ମଧ୍ୟରେ ଖେଳହେବ ବୋଲି ଆୟୋଜକଙ୍କ ସୁତ୍ରରୁ ପ୍ରକାଶ । 

 

0
0
0
s2sdefault