ହେଡଲାଇନସ୍:

୧୮ତମ ବିନ୍ଧ୍ୟବାସିନୀ କ୍ରିକେଟ ଟୁଣ୍ଣାମେଂଟ ଉଦଯାପିତ: ଦହିଗାଁ ଦଳ ଚମ୍ପିୟାନ  ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନିଳ ଦୀପ-ପଦ୍ମପୁର ଉପଖଣ୍ଡସ୍ତ ଦହିତା ପଂଚାୟତ ଅନ୍ତର୍ଗତ ସର୍ଗିପାଲି ଗ୍ରାମରେ ବିଗତ ଛଅ ଦିନଧରି ଚାଲିଥିବା ୧୮ତମ ବିନ୍ଧ୍ୟବାସିନୀ କ୍ରିକେଟ ଟୁଣ୍ଣାମେଂଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ ଦହିଗାଁ ଓ ସର୍ଗିପାଲି ମଧ୍ୟରେ ଅନୁଷ୍ଠିତ  ହୋଇଥିଲା । ଦହିଗାଁ ଦଳ ପ୍ରଥମେ ବ୍ୟାଟିଂ କରି ୮ ଓଭର ବିଶିଷ୍ଟ ମ୍ୟଚରେ ୫ ୱିକେଟ ବିନିମୟରେ ୧୦୩ ରନ ସଂଗ୍ରହ କରିଥିଲେ ।୧୦୪ ରନର ବିଜୟ ଲକ୍ଷ ନେଇ ସର୍ଗିପାଲି ଦଳ ୭.୨ ଓଭରରେ ସମସ୍ତ ୱିକେଟ ବିନିମୟରେ ମାତ୍ର ୮୨ ରନ ସଂଗ୍ରହ କରିଥିଲେ  । ଦହିଗାଁ ଦଳ ୨୧ ରନରେ ବିଜୟୀ ହୋଇଥିଲେ ।ଉଦଯାପନୀ ଉତ୍ସବରେ ପଦ୍ମପୁର ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଓ ନିର୍ମଳ କୁମାର ବାରିକ ଯୋଗଦାନ କରି ବିଜେତା ଓ ଉପବିଜେତା ଦଳଙ୍କୁ ପୁରଷ୍କୃତ କରିଥିଲେ ।ରିଙ୍କୁ ବାରିକ ଓ ଶେଷଦେବ ମେହେର ଖେଳ ପରିଚାଳନା କରିଥିଲେ । ମିନକେତନ ମହାଲିଙ୍ଗ ଧାରାବିବରଣୀ କରିଥିବା ବେଲେ ଜୟନ୍ତ ମହାଲିଙ୍ଗ ସ୍କୋରର ଦାୟିତ୍ୱ ତୁଲାଇଥିଲେ । ବିନ୍ଧ୍ୟବାସିନୀ କ୍ରିକେଟ ଏସୋସିଏସନର ସମସ୍ତ କର୍ମକର୍ତା ସହଯୋଗ କରିଥିଲେ  ।

 

0
0
0
s2sdefault