ପଦ୍ମପୁର/ନିଳ ଦୀପ-ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ,ପଦ୍ମପୁରର ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସରୋଜ କୁମାର ଭୁଏ ଏହି ଉତ୍ସବକୁ ଉଦ୍ଘାଟନ କରିଥିଲେ । କ୍ରୀଡାକୁ ଖେଳ ଶିକ୍ଷକ ହରେକୃଷ୍ଣ ମେହେର,ଚନ୍ଦ୍ରମଣି ସାହୁ ଓ କ୍ଷୀରୋଦ୍ର ଦାଶ ପରିଚାଳନା କରିଥିବା ବେଳେ ଉଦ୍ଘୋଷକ ଭାବେ ଶ୍ରୀ ରାଜେଶ ଖମାରୀ ଦାୟିତ୍ୱ ବହନ କରିଥିଲେ । ଦିପକ ତିୱାରୀ ଓ କ୍ଷୀରସିନ୍ଧୁ ସୁନା ଅଫିସ୍ ପରିଚାଳନା କରିଥିଲେ । ବିଦ୍ୟାଳୟର ଛାତ୍ରମାନେ ୨୦ଟି ବିଭିନ୍ନ ପ୍ରତିଯୋଗୀତାରେ ଭାଗ ନେଇଥିଲେ । ବରିଷ୍ଠ ବର୍ଗରେ ସୌରଭ ବରିହା ଓ କନିଷ୍ଠ ବର୍ଗରେ ବାବୁଲା କୁମ୍ଭାର ଚମ୍ପିୟାନ ହୋଇଥିଲେ । ପ୍ରଧାନଶିକ୍ଷକ ଶ୍ରୀ ଭୁଏଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍୍ୟାପନୀ ସମାରୋହରେ ପଦ୍ମପୁର ଅଂଚଳର ବିଶିଷ୍ଟ କ୍ରୀଡାଗୁରୁ ଶ୍ରୀ ଦୁଃଶାସନ ବୁଡେକ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କଲ୍ୟାଣ ବିଭାଗର ପ୍ରଧାନଶିକ୍ଷକ ଶ୍ରୀ ପ୍ରଦୀପ କୁମାର ମେହେର ଯୋଗ ଦେଇ ସଫଳତା ହାସଲ କରିଥିବା ଛାତ୍ର ମାନଙ୍କୁ ପୁରସ୍କୃତ କରିଥିଲେ । ଏଥିରେ ବିଦ୍ୟାଳୟର ଶିକ୍ଷକ କାର୍ତ୍ତିକ ଦାଶ,ଗଙ୍ଗାଧର ମହାନ୍ତି,ଜିତେନ୍ଦ୍ର ପଣ୍ଡା,ସୁନୀଲ ସିହ୍ନା,ଦୟାନିଧି ବେହେରା,ଅଭିଳାଷ ସାହୁ,ମୋହନ ବନଛୋର,ପ୍ରଶାନ୍ତ ସାହୁ,ସୁମିତ ମହାନ୍ତି ଓ କର୍ମଚାରୀ କୃଷ୍ଣ ପଧାନ,ପଦ୍ମନାଭ ବୁଡେକ, ନନ୍ଦଗୋପାଲ ବନଛୋର ପ୍ରମୂଖ ସହଯୋଗ କରିଥିଲେ ।