ହେଡଲାଇନସ୍:

୨୦ ତାରିଖରୁ  ସାଇଟରେ ୫୨ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର(ନିରୋଜ ମିଶ୍ର) ବଲାଙ୍ଗୀର ନିକଟସ୍ଥ ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଳି ଠାରେ ୫୨ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ  ଆସନ୍ତା ୨୦ ତାରିର (ରବିବାର ) ଠାରୁ ଆୟୋଜିତ ହେବ । ରାମଜି ଯୁବକ ସଂଘ ତଥା ସାଇଟ ସ୍ପୋର୍ଟ୍ସ ସୋସାଇଟି ସମ୍ପାଦକ ଇଂ ନାରାୟଣ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଚୁଡାନ୍ତ ପ୍ରସ୍ତୁ ତି ବୈଠକ ଅନୁଷ୍ଠିତ  ହୋଇଯାଇଛି । ଫୁଟବଲ ଖେଳର ପ୍ରଚାର ପ୍ରସାର ପାଇଁ ଚଳିତ ବର୍ଷ ସିନିୟର ପୁରୁଷ ଓ ୧୯ ବର୍ଷରୁ କମ୍ ବାଳକ ମଧ୍ୟରେ ଦୁଇଗୋଟି  ଟୁର୍ଣ୍ଣାମେଣ୍ଟ ହେବ । ସାଇଟ୍ ପ୍ରତିଷ୍ଟାତା ତଥା ଫାଓ ଓଡିଶା ଓ ବଲାଙ୍ଗୀର ଜିଲ୍ଲା କ୍ରିଡାସଂସଦ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକରମିଶ୍ରଙ୍କ ତତ୍ୱାବଧାନରେ ଖେଳଗୁଡିକ ହେବ । ଡା ସିଦ୍ଧେଶ୍ୱର ମିଶ୍ର ସାଙ୍ଗଠନିକ ସମ୍ପାଦକ, ଶଶୀଶେଖର ପଣ୍ଡା ଆବାହକ, ସୌମେନ୍ଦ୍ର ପରିଚ୍ଛା କୋଚ, ଆଦିତ୍ୟ ପଟ୍ଟନାୟକ କୋଷାଧ୍ୟକ୍ଷ, ଓ ସୁଧାଂସୁ ସେଠଙ୍କୁ ସଂଯୋଜକ ଦାୟିତ୍ୱ ଦିଆଯାଇଛି । ନିସାରକାନ୍ତ ନାଗ ଓ ଇଶ୍ୱର ମଚ୍ଛଖଣ୍ଡଙ୍କୁ ପଡିଆ ପରି·ଲନା ଦାୟିତ୍ୱ ଦିଆଯାଇଛି । ୨୦ ତାରିଖ ସାଇଟ ସଦାଇପାଳି ବନାମ ସହିଦ ଜିମ୍ନାସିୟମ ଟିଟିଲାଗଡ, ୨୧ ତାରିଖ ବରପାଳି ଏନ୍ୱାଇଏସ୍ ବନାମ୍  ଇଲେଭେନ ଷ୍ଟାର ବଲାଙ୍ଗୀର । ୨୨ ତାରିଖ ଲୋଇସିଂହା ଏପିଜେ ବନାମ ଜରାସିଂହା ବିଏନ୍ଏଏ, ୨୩ ତାରିଖ ବୋରାସମ୍ବର ସ୍ପୋଟିଂ ପଦ୍ମପୁର ବନାମ ପାଟଣେଶ୍ୱରୀ ସ୍ପୋଟିଂ ପାଟଣାଗଡ ମଧ୍ୟରେ ଖେଳ ହେବ । ୨୪ ଓ ୨୫ ସେମୀ ଫାଇନାଲ ଏବଂ ୨୭ ତାରିଖ ଗ୍ରାଣ୍ଡ ଫାଇନାଲ ଖେଳ ହେବ । ବିଜେତା ଦଳକୁ ଟ୍ରଫିସହ ୧୫ ହଜାର ଓ ଉପ ବିଜେତା ଦଳକୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ । 

ସେହିପରି ୧୯ ବର୍ଷରୁ କମ୍ ଫୁଟ୍ବଲ ଟୁର୍ଣ୍ଣାମେଣ୍ଟରେ ୨୮ ତାରିଖ ଆଗଲପୁର ଏଏ ବନାମ କଅଗାଁ ଡିସିଏଫଏ, ୨୯ ତାରିଖ ଚୁଡାପାଳି ନବଜ୍ୟୋତି କ୍ଳବ ବନାମ ବରକାନି ଜିପିଏଫଏ ୩୦ ତାରିଖ କୁଶଙ୍ଗ ୱାଇଏଫଏ ବନାମ ଅମାମୁଣ୍ଡା ଏଏ, ୩୧ ତାରିଖ  ବୁର୍ଡା ଏଫଏ ବନାମ ଖଲିଆପାଲି ଜେଏସ୍ ମଧ୍ୟରେ  ଖେଳ ହେବ ।  ୧ଓ ୨ ତାରିଖରେ  ସେମିଫାଇନାଲ ଓ ୩ ତାରିଖ ଗ୍ରାଣ୍ଡ ଫାଇନାଲ ଖେଳ ହେବ । ବିଜେତା ଦଳକୁ ଟ୍ରଫି ସହ ୧୦ ହଜାର ଟଙ୍କା ଓ ଉପବିଜେତା ଦଳକୁ ଟ୍ରଫିସହ ୫ ହଜାର ଟଙ୍କା ପ୍ରଦାନ କରାଯିବ । କ୍ରୀଡାପ୍ରେମୀ ବହୁ ସଂଖ୍ୟାରେ ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ  କରିବା ପାଇଁ କମିଟି ତରଫରୁ ଅନୁରୋଧ କରାଯାଇଛି । 

0
0
0
s2sdefault