ହେଡଲାଇନସ୍:

ଷଷ୍ଠ ଗୋଲଡେନ ଷ୍ଟାର କ୍ରିକେଟ କପ ଉଦଯାପିତ:ସମ୍ବଲପୁର ଦଳ ଚମ୍ପିୟାନ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନୀଳ ଦୀପ -ପଦ୍ମପୁର ଉପଖଣ୍ଡସ୍ଥ ଖଇରପାଲି ଠାରେ ପାଂଚଦିନ ଧରି ଚାଲିଥିବା ଷଷ୍ଠ ଗୋଲଡେନ ଷ୍ଟାର କ୍ରିକେଟ କପ ଉଦଯାପିତ ହୋଇଯାଇଛି  । ଏହି ଟୁର୍ଣ୍ଣାମେଂଟରେ ୧୬ଗୋଟି ଦଳ ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ ଗାଇସିଲାଟ ଓ ସମ୍ବଲପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ଗାଇସିଲାଟ ଦଳ ପ୍ରଥମେ ବ୍ୟାଟିଂଙ୍ଗ କରି ନିଦ୍ଧାରିତ ୧୦ ଓଭରରେ ୪ ୱିକେଟ ବିନିମୟରେ ୮୭ରନ କରିଥିଲେ । ସମ୍ବଲପୁର ଦଳ ମାତ୍ର ୮ ଓଭରରେ ୪ ୱିକେଟ ବିନିମୟରେ ୮୮ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ  ।ଉଦଯାପନୀ ଉତ୍ସବରେ ପୂର୍ବତନ ମନ୍ତ୍ରୀ ବିଜୟ ରଂଜନ ସିଂ ବରିହା ଯୋଗଦେଇ ସମ୍ବଲପୁର ଦଳର ଜଗତଙ୍କୁ ମ୍ୟାବ ଅଫ ଦି ମ୍ୟାଚ ଓ ଗାଇସିଲାଟ ଦଳର ଦେବାଙ୍କୁ ମ୍ୟାନ ଅଫ ଦି ଟୁର୍ଣ୍ଣାମେଂଟ ଭାବରେ ଏବଂ ବିଜେତା ଓ ଉପବିଜେତା ଦଳ ମାନଙ୍କୁ ପୁରଷ୍କୃତ କରିଥିଲେ  । ସମସ୍ତ କାର୍ଯ୍ୟକ୍ରମକୁ କମିଟିର ସଭାପତି ସୁଧାଂଶୁ ବରିହା,ସମ୍ପାଦକ ସରୋଜ ମେହେର,କୋଷାଧ୍ୟକ୍ଷ ଝସକେତନ ମେହେର ଓ ସଭ୍ୟ ସନୁ ମେହେର,ଗୋକୁଳ ମେହେର,ଚନ୍ଦ ସାହୁ,ନିରୋଜ ମେହେର,ଉମେଶ ସାହୁ,ନେପାଳ ମେହେର,ଦୟା ମେହେର,ନିଳ ମେହେର,ପ୍ରଦୀପ ବାରିକ,ଲକ୍ଷ୍ମଣ ବରିହା,ନାରାୟଣ ମେହେର ଓ ସମସ୍ତ ସଦସ୍ୟ ସହେଯାଗ କରିଥିଲେ ।

0
0
0
s2sdefault