ହେଡଲାଇନସ୍:

 ରାଜ୍ୟ ସ୍ତରୀୟ ମହିଳା-ପୁରୁଷ କବାଡି ଚମ୍ପିଆନସିପ ଉଦ୍‍ଯାପିତ :  ଉଭୟ ମହିଳା ଓ ପୁରୁଷ ମ୍ୟାଚରେ ଓଡିଶା ପୋଲିସ ଚମ୍ପିଆନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ରାମନଗର ସ୍ଥିତ ହାଇଟେକ ପ୍ଲାଜା ଖେଳ ପଡିଆ ଠାରେ ପାରଳା ସ୍ୱାଭିମାନ ଫାଉଣ୍ଡେସନ ଆନୁକୁଲ୍ୟରେ ଏବଂ ଓଡିଶା କବାଡି ଏସୋସିଏସନ ସହଯୋଗିତାରେ ଗତ ତିନି ଦିନ ଧରି ଚାଲିଥିବା ଦିବାରାତ୍ର ୬୬ତମ ରାଜ୍ୟ ସ୍ତରୀୟ ମହିଳା ପୁରୁଷ କବାଡି ଚମ୍ପିଆନ ସିପ ପ୍ରତିଯୋଗିତା ଉଦ୍‍ଯାପିତ ହୋଇଯାଇଛି । ଏହି ଚମ୍ପିଆନସିପ ପ୍ରତିଯୋଗିତା କବାଡି ଖେଳର ଫାଇନାଲ ମ୍ୟାଚରେ ଉଭୟ ମହିଳା ଓ ପୁରୁଷ ବିଭାଗରେ ଓଡିଶା ପୋଲିସ ଦଳ ଚମ୍ପିଆନ ହୋଇଛି । ମହିଳା ବିଭାଗରେ କେନ୍ଦ୍ରପଡା ଦଳ ରନରସପ ହୋଇଥିବା ବେଳେ ପୁରୁଷ ବିଭାଗ ଢେଙ୍କାନାଳ ରନରସପ ହୋଇଥିଲେ । ସେହିଭଳି ମହିଳା ବିଭାଗରେ ତୃତୀୟ ସ୍ଥାନରେ ଯୁଗ୍ମ ଦଳ ଭାବେ କଟକ ଓ କିଟ୍‍ ଦଳ ଏବଂ ପୁରୁଷ ବିଭାଗରେ କଟକ ଏବଂ ଏନ ଆର ଆର ଆଇ ଦଳ ତୃତୀୟ ହୋଇଥିଲେ । ପୁରୁଷ ବିଭାଗରେ ମେନ ଅଫ ଦି ଫାଇନାଲ ଅନିଲ ପ୍ରଧାନ (ଓଡିଶା ପୋଲିସ) ବେଷ୍ଟ ରିଡର ଅରବିନ୍ଦ ଖୁଣ୍ଟିଆ (କଟକ), ବେଷ୍ଟ ଡିଫେଣ୍ଡର ପ୍ରିୟବ୍ରତ ସାମଲ (ଢେଙ୍କାନାଳ) ହୋଇଥିବା ବେଳେ ମହିଳା ବିଭାଗରେ ଉମେନ ଦି ଫାଇନାଲ ରଶ୍ମିତା ସାହୁ, ବେଷ୍ଟ ରିଡେର ଟୁନୁ ବାଲା ବିନ୍ଧାଣି, ବେଷ୍ଟ ଡିଫେଣ୍ଡର ଶ୍ରଦ୍ଧାଞ୍ଜଳି ପଣ୍ଡା ଏବଂ ବେଷ୍ଟ ଉମେନ ଭାବେ କଟକ ଦଳର ନିତୁ ବିବେଚିତ ହୋଇଥିଲେ । ଉଦ୍‍ଯାପନୀ ଉତ୍ସବର ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ସ୍ୱାଭିମାନ ଫାଉଣ୍ଡେସନ ମୁଖ୍ୟ ତଥା ହାଇଟେକ ମେଡିକଲ କଲେଜ ଅଧ୍ୟକ୍ଷ ଡ: ତିରୁପତି ପାଣିଗ୍ରାହୀ ଏବଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପାରଳା ମାଟି କଳା, ସଂସ୍କୃତି, କ୍ରୀଡା ଓ ବିରତାର ମାଟି ଆଗାମୀ ଦିନରେ ଏହି ପାରଳା ମାଟିରୁ ଏହି ଶକ୍ତି ଭରା କବାଡି ଖେଳକୁ ରାଜ୍ୟ ଓ ଜାତୀୟ ସ୍ତରର କବାଡି ଖେଳ କ୍ଷେତ୍ରରେ ପରିଚୟ ସୃଷ୍ଟି ହେବା ଦିଗରେ ପ୍ରଚେଷ୍ଟା ଜାରି ରଖିବି ବୋଲି କହିଥିଲେ । ଓଡିଶା କବାଡି ଏସୋସିଏସନର ସମ୍ପାଦକ ଅଜୟ କୁମାର ବେହେରା ଯୋଗଦେଇ ପାରଳାରେ ଚଳିତ ବର୍ଷର ରାଜ୍ୟ ସ୍ତରୀୟ କବାଡି ଚମ୍ପିଆନ ସିପ ପ୍ରତିଯୋଗିତା ଖେଳ କ୍ରୀଡା ପ୍ରେମୀ ଓ ଦର୍ଶକ ମହଲରେ ଏକ ଆକର୍ଷଣିୟ ଅଭ୍ଭୁତପୂର୍ଣ୍ଣ ମହଲ ସୃଷ୍ଟି କରିଥିଲା । ସମସ୍ତ ପ୍ରତିଯୋଗିତା ଅତ୍ୟନ୍ତ ପ୍ରତିଯୋଗିତାମୂଳକ ଭାବେ ଅନୁଷ୍ଠିତ ହୋଇଥିଲା । ଗଜପତି ଜିଲ୍ଲାକୁ କବାଡି ଖେଳ କ୍ଷେତ୍ରରେ ଆଗଧାଡିର ମାନ୍ୟତା ଦିଆଯିବ ଯାହାକି କବାଡି ଖେଳର ଏଠାରେ ଏକ ମାହୋଲ  ସୃଷ୍ଟି ହେବ ବୋଲି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ଅତିଥି ଡ: ତିରୁପତି ପାଣିଗ୍ରାହୀ ସମେତ ହାଇଟେକ ଗ୍ରୁପର ନିର୍ଦ୍ଦେଶିକା ସାବିତ୍ରି ପାଣିଗ୍ରାହୀ, ଅଙ୍କିତା ପାଣିଗ୍ରାହୀ, ମଧୁସ୍ମିତା ପାଣିଗ୍ରାହୀ ପ୍ରମୁଖ କୃତୀ ଖେଳାଳୀ ଶ୍ରେଷ୍ଠ ବିବେଚିତା ହୋଇ ପୁରସ୍କାର ବିତରଣ କରିଥିଲେ । ଅଶୋକ ପାଣିଗ୍ରାହୀ, ରୁପେଶ ପାଣିଗ୍ରାହୀ, ରାକେଶ ଓ ସୁରେଶ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ । ଉପସଭାପତି ପୃଥ୍ୱୀରାଜ ପଟ୍ଟନାୟକ ରେଫେରୀ ବୋର୍ଡ ଅଧ୍ୟକ୍ଷ ପଦ୍ମଚରଣ ପ୍ରଧାନ , ଯୁଗ୍ମ ସମ୍ପାଦକ ସୂର୍ଯ୍ୟକାନ୍ତ ମହାନ୍ତି ଏବଂ ମନନୋୟା କମିଟି ଅଧ୍ୟକ୍ଷ ଶୁଭ୍ରାଂଶୁ ଶେଖର ପଣ୍ଡା ଉପସ୍ଥିତ ଥିଲେ । 

 

0
0
0
s2sdefault