ହେଡଲାଇନସ୍:

 ଚତୁର୍ଦ୍ଦଶ  ନବଯୁଗ ପୂର୍ବାଂଚଳ କର୍ପୋରେଟ୍ ଗଲଫ୍ କପ୍ ୨୦୧୯ ପ୍ରତିଯୋଗିତା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଶ୍ରୀମତୀ ରୌନସ୍କା ଜେନା ସର୍ବଶ୍ରେଷ୍ଠ  ମହିଳା ଗଲଫର ର ପୁରସ୍କାର ଜିତିଥିବା ବେଳେ ଶ୍ରୀଯୁକ୍ତ ପ୍ରଶାନ୍ତ ମୌର୍ଯ୍ୟ ସର୍ବଶ୍ରେଷ୍ଠ  ଆଉଟଷ୍ଟେସନ ପୁରସ୍କାରର ବିଜେତା ଘୋଷିତ ହୋଇଥିଲେ । ୧୯ ରୁ ୨୪ ବର୍ଷ ଦିବ୍ୟାଙ୍ଗ ବର୍ଗରେ ଶ୍ରୀଯୁକ୍ତ ବିନାୟକ ଜମୱାଲ ଉପ-ବିଜେତା ହୋଇଥିବା ବେଳେ ଏହି ବର୍ଗରେ ଶ୍ରୀମତୀ ଲକ୍ଷୀ ସ୍ୱାଇଁ ବିଜେତାର ମୁକୁଟ ପରିଧାନ କରିଥିଲେ, ୦ ରୁ ୧୮ ବର୍ଷ ଦିବ୍ୟାଙ୍ଗ ବର୍ଗରେ ଶ୍ରୀ ସତ୍ୟଜିତ ମହାନ୍ତି ବିଜେତା ହୋଇଥିବା ବେଳେ ଶ୍ରୀ ରଂଜିତ ସିଂହ ଉପ-ବିଜେତା ହୋଇଥିଲେ । ଶ୍ରୀ ଦଲବୀର ସିଂହ ସର୍ବଶ୍ରେଷ୍ଠ  ଗ୍ରସ୍ ସ୍କୋର୍ ପୁରସ୍କାର ଜିତିଥିବା ବେଳେ କର୍ପୋରେଟ୍ ବର୍ଗରେ ଜେଡ୍ ଇଷ୍ଟେଟସ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ସିଂହ ଅଟୋମୋଟିଭସ୍ ଯଥାକ୍ରମେ ବିଜେତା ଓ ଉପ-ବିଜେତା ପଦକ ହାସଲ କରିଥିଲେ ।

ଭୁବନେଶ୍ୱର:  ଓଡିଶାକୁ ଭାରତର କ୍ରୀଡା ରାଜଧାନୀ ହିସାବରେ ଗଢିତୋଳିବା ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟିକୋଣ ଆଧାରରେ ଅଗ୍ରସର ହେବା ପରିପ୍ରେକ୍ଷୀରେ ଭୁବନେଶ୍ୱର ଗଲଫ୍ କ୍ଲବ୍ ତରଫରୁ ନବଯୁଗ ସହଭାଗୀତାରେ ଚଳିତ ମାସ ୧୨ ତାରିଖ ଦିନ ଭୁବନେଶ୍ୱର ସ୍ଥିତ ଗଲଫ୍ କ୍ଲବ୍ ଆନୁକୂଲ୍ୟରେ ଚତୁର୍ଦ୍ଦଶ ନବଯୁଗ ପୂର୍ବାଂଚଳ କର୍ପୋରେଟ୍ ଗଲଫ୍ କପ୍ ୨୦୧୯ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଓଡିଶା ସରକାରଙ୍କ ଉନ୍ନୟନ କମିଶନର ଶ୍ରୀ ଅସିତ୍ ତ୍ରିପାଠୀଙ୍କ ଗରିମାମୟ ଉପସ୍ଥିତିରେ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ) କ୍ରୀଡା ଓ ଯୁବ ସେବା ଶ୍ରୀ ଚନ୍ଦ୍ର ସାରଥୀ ବେହେରା ଏହି ଏକଦିବସୀୟ ପ୍ରତିଯୋଗିତାର ଶୁଭ ଉଦଘାଟନ କରିଥିଲେ । ଜନସାଧାରଣଙ୍କୁ ସମ୍ବୋଧିତ କରିବା ଅବସରରେ ଶ୍ରୀ ବେହେରା, ବିସିଜି ପକ୍ଷରୁ ଓଡିଶାର ମନ୍ଦିରମାଳିନୀ ସହର ଭୁବନେଶ୍ୱର ଠାରେ ଏତାଦୃଶ ପ୍ରତିଯୋଗିତା ଆୟୋଜନ କରିବା ପାଇଁ କରାଯାଇଥିବା ଉଦ୍ୟମର ଭୂୟସୀ ପ୍ରଶଂସା କରିଥିଲେ । ସେ ଆହୁରି ମଧ୍ୟ ପୂର୍ବାଂଚଳ କ୍ଷେତ୍ରରୁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ସହିତ ସାରା ଓଡିଶାରେ ଖେଳକୁଦ ବାତାବରଣର ପ୍ରସାର କରିବା ନିମନ୍ତେ ପ୍ରେରଣା ପ୍ରଦାନ କରିଥିଲେ ।

ପ୍ରତିଯୋଗୀମାନଙ୍କୁ ନିଜର ଅଭିଭାଷଣ ପ୍ରଦାନ ଅବସରରେ ଶ୍ରୀଯୁକ୍ତ ତ୍ରିପାଠୀ କହିଥିଲେ ଯେ କ୍ରୀଡାକୁ ଓଡିଶାର ଯୁବବର୍ଗଙ୍କ ମଧ୍ୟରେ ଲୋକପ୍ରିୟ କରିବା ନିମନ୍ତେ ଓଡିଶା ସରକାର ବହୁମୁଖୀ ଯୋଜନା ହାତକୁ ନେଉଛନ୍ତି । ହକି ବିଶ୍ୱକପ ୨୦୧୮ କୁ ସଫଳତାର ସହିତ ଆୟୋଜନ କରିଥିବାରୁ ସେ ଓଡିଶା ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଗଲଫ୍ କ୍ରୀଡା ସମ୍ବନ୍ଧରେ ସମ୍ୟକ୍ ବିବରଣୀ ପ୍ରଦାନ କରିବା ଅବସରରେ ସେ ଆହୁରି ମଧ୍ୟ କହିଥିଲେ ଯେ ଅନେକ କିଛି ପଡୋଶୀ ରାଜ୍ୟ ବିଶ୍ୱସ୍ତରୀୟ ଗଲଫ୍ କୋର୍ସ ନିର୍ମାଣ ନିମନ୍ତେ ଅନେକ ବୈପ୍ଳବିକ ସୂତ୍ରପାତ କରିଛନ୍ତି ଏବଂ ଭୁବନେଶ୍ୱର ଠାରେ ଏକ ବିଶ୍ୱସ୍ତରୀୟ ଗଲଫ୍ କୋର୍ସ ନିର୍ମାଣ ପାଇଁ ବର୍ତମାନ ସମୟ ଉପନୀତ ହୋଇଛି । ଆମେ ରାଜ୍ୟରେ ଏକ ପୂର୍ଣ୍ଣ ବିକଶିତ ଗଲଫ୍ କୋର୍ସ ନିର୍ମାଣ ପାଇଁ ଉପଯୁକ୍ତ ଭୂମିର ସନ୍ଧାନ ଜାରି ରଖିଛୁ ।

ଦେଶରେ ଥିବା ଅନୂନ୍ୟ ୨୫ ଗୋଟି ସରକାରୀ ଏବଂ କର୍ପୋରେଟ୍ ସଂସ୍ଥାର ପ୍ରତିଯୋଗୀମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଓଟିଡିସି, ଟିନ ପ୍ଲେଟ କୋ ଲିମିଟେଡ୍, ଜସ୍ ସଲ୍ୟୁସନ୍ସ୍, ଜେଡ୍ ଇଷ୍ଟେଟସ୍ ପ୍ରାଇଭେଟ୍ ଲିମିଟେଡ୍, ଟୟୋଟା, ଉତ୍କଳ  ଅଟୋମୋବାଇଲସ୍ ପ୍ରାଇଭେଟ୍ ଲିମିଟେଡ୍, ଇମ୍ଫା, ସିଂହ ଅଟୋମୋଟିଭସ୍, ଇଡ଼କୋ, ଏସିଇ କର୍ମସିଆଲ୍ କୋ ପ୍ରାଇଭେଟ୍ ଲିମିଟେଡ୍, ଟାଟା ଷ୍ଟିଲ୍ ଲିମିଟେଡ୍, ଏସକେ  ମେସିନାରିଜ୍, ସୂର୍ଯ୍ୟ ଉଦ୍ୟୋଗ ଲିମିଟେଡ୍, ଅର୍ଥ ମନ୍ତ୍ରଣାଳୟ (ଭାରତ ସରକାର), ଏସ୍ଆରବି ଆସୋସିଏଟସ୍, ଗୋଲ୍ଡେନ୍ ଆଙ୍କର୍, ଆଦାନୀ ଧାମରା ପୋର୍ଟ୍, ଆକ୍ରସ୍, ପୂର୍ବତଟ ରେଳପଥ, ଓବିପିଓଓ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍, ମିଲ୍କ ମନ୍ତ୍ରା, ଏମସିଏଲ୍, ପିଜେ ମିନେରାଲସ୍ ଇଂଟରନେସନାଲ୍ ପ୍ରାଇଭେଟ୍ ଲିମିଟେଡ୍, ରୟାଲ ହୋଟେଲସ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ୍ ପରି ବହୁ ନାମୀଦାମୀ ସଂସ୍ଥାର ପ୍ରତିଯୋଗୀମାନେ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ପୁରସ୍କାର ବିତରଣ ଉତ୍ସବରେ ଶ୍ରୀମତୀ ରୌନସ୍କା ଜେନା ସର୍ବଶ୍ରେଷ୍ଠ  ମହିଳା ଗଲଫର ର ପୁରସ୍କାର ଜିତିଥିବା ବେଳେ ଶ୍ରୀଯୁକ୍ତ ପ୍ରଶାନ୍ତ ମୌର୍ଯ୍ୟ ସର୍ବଶ୍ରେଷ୍ଠ  ଆଉଟଷ୍ଟେସନ ପୁରସ୍କାରର ବିଜେତା ଘୋଷିତ ହୋଇଥିଲେ । ୧୯ ରୁ ୨୪ ବର୍ଷ ଦିବ୍ୟାଙ୍ଗ ବର୍ଗରେ ଶ୍ରୀଯୁକ୍ତ ବିନାୟକ ଜମୱାଲ ଉପ-ବିଜେତା ହୋଇଥିବା ବେଳେ ଏହି ବର୍ଗରେ ଶ୍ରୀମତୀ ଲକ୍ଷୀ ସ୍ୱାଇଁ ବିଜେତାର ମୁକୁଟ ପରିଧାନ କରିଥିଲେ, ୦ ରୁ ୧୮ ବର୍ଷ ଦିବ୍ୟାଙ୍ଗ ବର୍ଗରେ ଶ୍ରୀ ସତ୍ୟଜିତ ମହାନ୍ତି ବିଜେତା ହୋଇଥିବା ବେଳେ ଶ୍ରୀ ରଂଜିତ ସିଂହ ଉପ-ବିଜେତା ହୋଇଥିଲେ । ଶ୍ରୀ ଦଲବୀର ସିଂହ ସର୍ବଶ୍ରେଷ୍ଠ  ଗ୍ରସ୍ ସ୍କୋର୍ ପୁରସ୍କାର ଜିତିଥିବା ବେଳେ କର୍ପୋରେଟ୍ ବର୍ଗରେ ଜେଡ୍ ଇଷ୍ଟେଟସ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ସିଂହ ଅଟୋମୋଟିଭସ୍ ଯଥାକ୍ରମେ ବିଜେତା ଓ ଉପ-ବିଜେତା ପଦକ ହାସଲ କରିଥିଲେ ।

ପରିଶେଷରେ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ସହିତ ରଙ୍ଗାରଙ୍ଗ ଉଦଘାଟନୀ ସମାରୋହ ଆୟୋଜିତ ହୋଇଥିଲା ଏବଂ ଏହି ପ୍ରତିଯୋଗିତାର ସଫଳ ରୂପାୟନ ନିମନ୍ତେ ଓଡିଶା ସରକାରଙ୍କ ଉନ୍ନୟନ କମିଶନର ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଓ ଭୁବନେଶ୍ୱର ଗଲଫ୍ କ୍ଲବର ସଭାପତି ଶ୍ରୀ ଅସିତ୍ ତ୍ରିପାଠୀ କର୍ପୋରେଟ୍ ଗଲଫ୍ ଟୁର୍ଣ୍ଣାମେଂଟ୍ ର ଆବାହକ ଶ୍ରୀ ରାଜୀବ ଶେଖର ସାହୁ, ଭୁବନେଶ୍ୱର ଗଲଫ୍ କ୍ଲବର ସମ୍ପାଦକ ଶ୍ରୀ ତପନ ମହାନ୍ତି, ଭୁବନେଶ୍ୱର ଗଲଫ୍ କ୍ଲବର  କ୍ୟାପ୍ଟେନ୍ ଶ୍ରୀ ଦଲବୀର୍ ସିଂହ ଏବଂ ଟାଇଗର ସ୍ପୋର୍ଟସ୍ ମାର୍କେଟିଙ୍ଗର  ଶ୍ରୀ ଇସହାନ୍ ଡି ସୌଜାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

ଭୁବନେଶ୍ୱର ଗଲଫ୍ କ୍ଲବ୍ ସହରର ଏକ ପ୍ରମୁଖ ଗଲଫ୍ କ୍ଲବ୍ ଯେଉଁଠାରେ ୯ ହୋଲ୍ ବିଶିଷ୍ଟ କୋର୍ସ ରହିଛି ଏବଂ ଆଗାମୀ ଦିନରେ ୧୮ ହୋଲ୍ ବିଶିଷ୍ଟ ଗଲଫ୍ କୋର୍ସ ନିର୍ମାଣର ପରିଯୋଜନା କରାଯାଇଛି । ଇମ୍ଫୋସିଟି ମଧ୍ୟରେ ଅବସ୍ଥିତ ଏହି ଗଲଫ୍ କ୍ଲବ୍ ପ୍ରଯୁକ୍ତି ବିଜ୍ଞାନ ସଂସ୍ଥାର ଏକ ପାଶ୍ୱର୍ରେ ଏକ ଭବ୍ୟ ପ୍ରାକୃତିକ ପରିବେଶ ମଧ୍ୟରେ ଗଢି ଉଠିଛି । ସୁଉଚ୍ଚ ପାହାଡ ଉପରେ ସ୍ଥିତ ଏହି ଗଲଫ୍ କ୍ଲବରେ ବାର୍ ଓ ଭୋଜନାଳୟ, ସମ୍ମିଳନୀ କକ୍ଷ, କାର୍ଡ କକ୍ଷ, ବିଲିୟାର୍ଡସ୍ କକ୍ଷ ଏବଂ ବାଣିଜ୍ୟିକ ପରିସରର ସୁବିଧା ଉପଲବ୍ଧ । ଏହି କ୍ଲବ୍ କ୍ରୀଡା ଓ ସାମାଜିକ ବାତାବରଣ ସୃଷ୍ଟି କରେ ଏବଂ ରାଜ୍ୟ ରାଜଧାନୀର ଅନେକ ବ୍ୟକ୍ତି ବିଶେଷ ଏହି କ୍ଲବର ସଦସ୍ୟତା ଗ୍ରହଣ କରିଛନ୍ତି ।

0
0
0
s2sdefault