୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ :ପଂଚମ ଦିନର ଖେଳରେ ୟୁଥ କ୍ରିକେଟ କ୍ଲବ ରାଉଲକେଲା ଫାଇନାଲରେ  ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ସୋମବାର ଦିନ ପ୍ରଥମ ମ୍ୟାଚ ମହତାବ ସମ୍ବଲପୁର ଓ ପାଇଓନିଅର  ପୁରୀ

ଏବଂ 

ଦ୍ୱିତୀୟ ମ୍ୟାଚ ଗ୍ରୀନସ ଏକାଡେମୀ ଭୂବନେଶ୍ୱର ଓ ସ୍ପୋର୍ଟସ ଏକାଡେମୀ ରାଉଲକେଲା  ମଧ୍ୟରେ ଅନୁଷ୍ଠିତ ହେବ  ।

ପଦ୍ମପୁର/ନିଳ ଦୀପ-ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପଡିଆ ଠାରେ  ବୋରାସମ୍ବର ସ୍ପୋର୍ଟିଙ୍ଗ ପଦ୍ମପୁର ଆନୁକୁଲ୍ୟରେ ଆୟୋଜିତ ୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପର ପଂଚମ ଦିବସରେ ପ୍ରଥମ ମ୍ୟାଚ ସେମିଫାଇନାଲ ମ୍ୟାଚ ୟୁଥ କ୍ରିକେଟ କ୍ଳବ ରାଉଲକେଲା ଓ ସେଲ ରାଂଚି ମଧ୍ୟରେ ଅନୁଷ୍ଠିତ  ହୋଇଥିଲା ।ଏହି ମ୍ୟାଚରେ ୟୁଥ କ୍ରିକେଟ କ୍ଳବ ରାଉଲକେଲା ଦଳ ବିଜୟୀ ହୋଇ ପ୍ରଥମ ଦଳ ଭାବରେ ଫାଇନାଲକୁ ପ୍ରବେଶ କରିଛି  ହୋଇଥିଲା ।

           ପ୍ରଥମ ସେମିଫାଇନାଲ ମ୍ୟାଚରେ ୟୁଥ କ୍ରିକେଟ କ୍ଳବ ରାଉଲକେଲା ଦଳ ପ୍ରଥମେ ବ୍ୟାଟିଂ କରିଥିଲେ । ଅଧିନାୟକ ଅଶୋକ ବାରିକ ୬୨(୫୫),ରବି ନାଏକ ୨୬ ଓ ଅଂଶୁମାନ ଗୋପଙ୍କ ୨୬ ରନ ସହାୟତାରେ ୟୁଥ କ୍ରିକେଟ କ୍ଳବ ରାଉଲକେଲା ଦଳ ୩୫ ଓଭରରେ ୮ ୱିକେଟ ବିନିମୟରେ ୨୦୨ ରନ ସଂଗ୍ରହ କରିଥିଲେ । ସେଲ ରାଂଚି ଦଳ ପକ୍ଷରୁ ନିରଜଂନ ସିଂ,ବିନୟ ସିଂ, ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।୨୦୩ ରନର ବିଜୟ ଲକ୍ଷ ନେଇ ସେଲ ରାଂଚି ଦଳ ନିୟମିତ ବ୍ୟବଦାନରେ ୱିକେଟ ହରାଇ ୨୭ ଓଭରରେ ୧୫୧ ରନ ସଂଗ୍ରହ କରି ସମସ୍ତ ୱିକେଟ ହରାଇ ୫୧ ରନରେ ପରାସ୍ତ ହୋଇଥିଲେ ।ସେଲ ରାଂଚି ଦଳ ପକ୍ଷରୁ ସନ୍ତୋଷ କୁମାର ୨୯ ଓ ରବି ସିଂ ୨୧ ରନ ସଂଗ୍ରହ କରିଥିଲେ  । ୟୁଥ କ୍ରିକେଟ କ୍ଳବ ରାଉଲକେଲା ଦଳ ପକ୍ଷରୁ ରାଜୀବ ନାଏକ ୩୬ ରନରେ ୪ଟି ଓ ପପୁ ରାୟ ୨୪ ରନରେ ୩ଟି ୱିକେଟ ଅକ୍ତିଆର କରିଥିଲେ ।

ପୁରଷ୍କାର ବିତରଣୀ ଉତ୍ସବରେ ଅଂଚଳ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଲଲିତେନ୍ଦୁ ନାଏକ ଯୋଗଦେଇ ବିଜୟୀ ଦଳର ରାଜୀବ ନାଏକଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବରେ ପୁରଷ୍କୃତ କରିଥିଲେ । ପଂଚମ ଦିନର ମ୍ୟାଚ ଗୁଡିକୁ ସୁଶାନ୍ତ ପାଣିଗ୍ରାହୀ ଓ ମହେଶ ମୁନସୀ ପରିଚାଳନା କରିଥିବା ବେଲେ ଆକାଶ କୁମାର ଦାଶ ସ୍କୋରର ଦାୟିତ୍ୱ ତୁଲାଇଥିବା ବେଲେ ଦେବାଶିଷ ଚକ୍ରବର୍ତୀ ଧାରାବିବରଣୀ ପ୍ରଦାନ କରିଥିଲେ । ସୋମବାର ଦିନ ପ୍ରଥମ ମ୍ୟାଚ ମହତାବ ସମ୍ବଲପୁର ଓ ପାୟେନିଅର ପୁରୀ ଏବଂ ଦ୍ୱିତୀୟ ମ୍ୟାଚ ଗ୍ରୀନସ ଏକାଡେମୀ ଭୂବନେଶ୍ୱର ଓ ସ୍ପୋର୍ଟସ ଏକାଡେମୀ ରାଉଲକେଲା ମଧ୍ୟରେ ଅନୁଷ୍ଠିତ  ହେବ  ।

 

 

0
0
0
s2sdefault