୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ :ଚତୁର୍ଥ ଦିନର ଖେଳରେ ସେଲ ରାଂଚି ଓ ୟୁଥକ୍ରିକେଟକ୍ଲବ ରାଉଲକେଲା ବିଜୟୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରବିବାର ଦିନ ସେଲ ରାଂଚି ଓ ୟୁଥକ୍ରିକେଟକ୍ଲବ ରାଉଲକେଲା ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ 

ପଦ୍ମପୁର/ନିଳ ଦୀପ-ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପଡିଆ ଠାରେ  ବୋରାସମ୍ବର ସ୍ପୋର୍ଟିଙ୍ଗ ପଦ୍ମପୁର ଆନୁକୁଲ୍ୟରେ ଆୟୋଜିତ ୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପର ତୃତୀୟ ଦିବସରେ ପ୍ରଥମ ମ୍ୟାଚ ଜୋବ୍ରାସୋଲାର କଟକ ଓ ସେଲ ରାଂଚି ମଧ୍ୟରେ ହୋଇଥିଲା ।ଏହି ମ୍ୟାଚରେ ସେଲ ରାଂଚି ବିଜୟୀ ହୋଇଥିଲା ଏବଂ ଦ୍ୱିତୀୟ ମ୍ୟାଚ ୟୁଥକ୍ରିକେଟକ୍ଳବ ରାଉଲକେଲା ଓ ଜିଭେନିଏଲ କଟକ ମଧ୍ୟରେ ହୋଇଥିଲା ।ଏହି ମ୍ୟାଚରେ ୟୁଥକ୍ରିକେଟକ୍ଳବ ରାଉଲକେଲା ବିଜୟୀ ହୋଇଥିଲା ।

           ପ୍ରଥମ ମ୍ୟାଚ ଜୋବ୍ରାସୋଲାର କଟକ ଓ ସେଲ ମଧ୍ୟରେ  ଅନୁଷ୍ଠିତ ହୋଇଥିଲା । ଜୋବ୍ରାସୋଲାର କଟକ ଦଳ ପ୍ରଥମେ ବ୍ୟାଟିଂ କରି ଚିନ୍ମୟ ସାହୁଙ୍କ ଧୂମାଧାର ୧୦୧(୫୧) ରନ ସହାୟତାରେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ବିନିମୟରେ ୧୮୨ ରନ ସଂଗ୍ରହ କରିଥିଲେ । ଜବାବରେ ସେଲ ରାଂଚି ଦଳ ପ୍ରାରମ୍ଭରୁ ଆକ୍ରାମକ ଖେଳ ଖେଳି ବିନୟ ସିଂ ଙ୍କ ୬୩(୩୭) ରନ ଏବଂ ଅନ୍ୟାନ୍ୟ ବ୍ୟାଟସମ୍ୟାନ ମାନଙ୍କ ଯୋଗଦାନରେ ୧୯.୩  ଓଭରରେ ୯ ୱିକେଟ ହରାଇ ୧୮୬ ରନ ସଂଗ୍ରହ କରି ୧ ୱିକେଟ ବିଜୟୀ ହୋଇ ସେଲ ରାଂଚି ଦଳ ପ୍ରଥମ ଦଳ ଭାବରେ ସେମିଫାଇନାଲକୁ ପ୍ରବେଶ କରିଛନ୍ତି ।

             ଦ୍ୱିତୀୟ ମ୍ୟାଚ ୟୁଥକ୍ରିକେଟକ୍ଳବ ରାଉଲକେଲା ଓ ଜିଭେନିଏଲ କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୟୁଥକ୍ରିକେଟକ୍ଳବ ରାଉଲକେଲା ଦଳ ପ୍ରଥମ ବ୍ୟାଟିଙ୍ଗ କରି ୧୯.୫ ଓଭରରେ ୧୩୩ ରନ ସଂଗ୍ରହ କରି ସମସ୍ତ ୱିକେଟ ହରାଇଥିଲେ ।୧୩୪ ଲକ୍ଷ ନେଇ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲେ ଏବଂ ୧୬.୩ ଓଭରରେ ୭୧ ରନ ସଂଗ୍ରହ କରି ସମସ୍ତ ୱିକେଟ ହରାଇ ୬୩ ରନରେ ପରାସ୍ତ  ହୋଇଥିଲେ  । ୟୁଥକ୍ରିକେଟକ୍ଳବ ରାଉଲକେଲା ଦଳ ପକ୍ଷରୁ ପପୁ ରାୟ ଓ ରାଜୀବ ନାଏକ ୩ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ  । ମ୍ୟାଚ ଜିତି ୟୁଥକ୍ରିକେଟକ୍ଳବ ରାଉଲକେଲା ଦଳ ସେମିଫାଇନାଲରେ ପ୍ରବେଶ କରିଛନ୍ତି ।

        ପୁରଷ୍କାର ବିତରଣୀ ଉତ୍ସବରେ ଅଂଚଳ ମହାବିଦ୍ୟାଳୟର ପ୍ରଫେସର ଶ୍ରୀଯୁକ୍ତ କୃଷ୍ଣ ମୋହନ ପଣ୍ଡା ଯୋଗଦେଇ ପ୍ରଥମ ମ୍ୟାଚର ଜୋବ୍ରାସୋଲାର କଟକ ଦଳର ଚିନ୍ମୟ ସାହୁଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଏବଂ ଦ୍ୱିତୀୟ ମ୍ୟାଚର ୟୁଥକ୍ରିକେଟକ୍ଳବ ରାଉଲକେଲା ଦଳର ପପୁ  ନାଏକଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବରେ ପୁରଷ୍କୃତ କରିଥିଲେ ।ଚତୁର୍ଥ ଦିନର ମ୍ୟାଚ ଗୁଡିକୁ ଅମ୍ପାୟାର ଅନିଲ ଦାଶ,ଶ୍ୟାମ ସୁନ୍ଦର ପଣ୍ଡା,ସୁଶାନ୍ତ ପାଣିଗ୍ରାହୀ ଓ ଚୂଡାମଣି ପାଢ଼ୀ ପରିଚାଳନା କରିଥିଲେ । ଆକାଶ କୁମାର ଦାଶ ସ୍କୋରର ଦାୟିତ୍ୱ ତୁଲାଇଥିବା ବେଲେ ମ୍ୟାକ ଦେବାଶିଷ ଚକ୍ରବର୍ତୀ ଓ ଶାଶ୍ୱତ ଦାଶ  ଧାରାବିବରଣୀ ପ୍ରଦାନ କରିଥିଲେ । ରବିବାର ଦିନ ସେଲ ରାଂଚି ଓ ୟୁଥକ୍ରିକେଟକ୍ଲବ ରାଉଲକେଲା ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ  ହେବ  ।

0
0
0
s2sdefault