ହେଡଲାଇନସ୍:

୬୬ତମ ରାଜ୍ୟ ସ୍ତରୀୟ ମହିଳା- ପୁରୁଷ କବାଡି ଚମ୍ପିଆାନସିପ୍‍:ତିନିଦିନିଆ ପ୍ରତିଯୋଗିତା ଉଦ୍‍ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ରାମନଗର ସ୍ଥିତ ହାଇଟେକ ପ୍ଲାଜା ପଡିଆ ଠାରେ ପାରଳା ସ୍ୱାଭିମାନ ଫାଉଣ୍ଡେସନ ଆନୁକୁଲ୍ୟରେ ଏବଂ ଓଡିଶା କବାଡି ଏସୋସିଏସନ ସହଯୋଗିତାରେ ୬୬ତମ ରାଜ୍ୟ ସ୍ତରୀୟ ମହିଳା ଓ ପୁରୁଷ କବାଡି ଚମ୍ପିଆନସିପ୍‍ ତିନିଦିନିଆ ପ୍ରତିଯୋଗିତା କାର୍ଯ୍ୟକ୍ରମ ଉଦ୍‍ଘାଟିତହୋଇଯାଇଛି ।ପାରଳା ବିଧାୟକ କେ.ସୁରିଆ ରାଓ, ପାରଳା ସ୍ୱାଭିମାନ ଫାଉଣ୍ଡେସନର ମୁଖ୍ୟ ଡ:ତିରୁପତି ପାଣିଗ୍ରାହୀ ଏବଂ କବାଡି ଏସୋସିଏସନର ସମ୍ପାଦକ ଅଜୟ କୁମାର ବେହେରା, ପ୍ରମୁଖ ଭାବେ ଯୋଗ ଦେଇ ଏହି ରାଜ୍ୟ ସ୍ତରୀୟ କବାଡି ଚମ୍ପିଆନସିପ୍‍ ପ୍ରତିଯୋଗିତା କାର୍ଯ୍ୟକ୍ରମକୁ ମିଳିତ ଭାବେ ଉଦ୍‍ଘାଟିତ କରିଥିଲେ । ବିଧାୟକ ରାଓ ଏହି କବାଡି ଚାମ୍ପିଆନସିପ୍‍ ଖେଳରେ ଯୋଗଦେଇଥିବା ସମସ୍ତ ଉଭୟ ପୁରୁଷରେ ୨୧ଟି ଏବଂ ମହିଳା ବିଭାଗରେ ୧୬ଗୋଟି ଦଳ ଭାଗ ନେଇଛନ୍ତି । ସମସ୍ତେ ଭଲ ଖେଳାଳୀ ଓ ଦଳ, ଯାହାକି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଖେଳରେ ଅଂଶ ଗ୍ରହଣ କରିଛନ୍ତି । ହେଲେ ପ୍ରତିଯୋଗିତା ଶେଷରେ ଉଭୟ ଦଳର ନିଶ୍ଚିତ ଭାବେ ଦୁଇଟି ଦଳ ବିଜେତା  ଓ ଉପବିଜେତା  ହେବେ । ଏହା ହାରିବା ଓ ଜିତିବା ର ଖେଳ । ତେଣୁ ଶୃଙ୍ଖଳିତ ଓ ଖେଳୁଆଡ ମନୋଭାବ ନେଇ ଖେଳାଳୀଙ୍କୁ ଆହ୍ୱାନ କରିଥିଲେ । ପାରଳା ସ୍ୱାଭିମାନ ସ୍ୱାଭିମାନର ମୁଖ୍ୟ ଡଃ ତିରୁପତି ପାଣିଗ୍ରାହି ଯୋଗଦେଇ ଏହି ପାରଳା ମାଟି କଳା ,ସଂସ୍କୃତି, ଖେଳ ଓ ବୀରତାର ମାଟି ନବ ଉତ୍କଳର ନିର୍ମାତା ତଥା ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ପାରଳା ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତିଙ୍କ ପୃଷ୍ଟପୋଷକତାରେ , ଓଡିଶାର ପ୍ରଥମ ରଣଜୀ ଟ୍ରଫି କ୍ରିକେଟ ପ୍ରତିଯୋଗୀତାରେ ଏହି ପାରଳା ମାଟିରୁ ହିଁ ୧୧ଜଣ ଖେଳାଳୀ ମନୋନୀତ ହୋଇ ଟ୍ରଫି ଖେଳି ସୁନାମ ଆଣିଥିଲେ । ତେଣୁ କବାଡିରେ ମଧ୍ୟ ବହୁ ପ୍ରତିଭାମାନ ଖେଳାଳୀ ରହିଛନ୍ତି । ହେଲେ ସେମାନଙ୍କୁ ପ୍ରଶିକ୍ଷଣତାର ଅଭାବ ଯୋଗୁଁ ସେମାନେ ଆଗକୁ ଯାଇପାରୁନାହାନ୍ତି ତେଣୁ ପାରଳା ମାଟିରେ ଓଡିଶା କବାଡି ଏସୋସିଏସନ ସହଯୋଗରେ ଏଠାକୁ ଭଲ କବାଡି ପ୍ରଶିକ୍ଷକ ଆଣି ଲୁକାୟିତ କବାଡିର ପ୍ରତିଭାମାନ କବାଡି ମାନଙ୍କ ନିମନ୍ତେ ପ୍ରଶିକ୍ଷକ ମାନଙ୍କୁ ଅଣାଯାଇ ଉପଯୁକ୍ତ ପ୍ରଶିକ୍ଷଣ ଦିଆଯିବ । ଅନ୍ୟ ମାନଙ୍କ ମଧ୍ୟରେ ଓଡିଶା କବାଡି ଏସୋସିଏସନ ଉପସଭାପତି ପୃଥ୍ୱୀରାଜ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ସୂର୍ଯ୍ୟକାନ୍ତ ମହାନ୍ତି, ରେଫେରି ବୋର୍ଡ ଅଧ୍ୟକ୍ଷ ପଦ୍ମଚରଣ ପ୍ରଧାନ, ମନୋନୀତ କମିଟି ଅଧ୍ୟକ୍ଷ ଶୁଭ୍ରାଂଶୁ ଶେଖର ବେହେରା, ଅଶୋକ ପାଣିଗ୍ରାହୀ, ଜୟମୋହନ ରାଓ,ଗାବରା ତିରୁପତି ରାଓ , ବେର୍ଣ୍ଣିକ ଗମାଙ୍ଗ ପ୍ରମୁଖ ମଞ୍ଚାସୀନ ଥିଲେ । ଏଥିପୂର୍ବରୁ ମହାରାଜାଙ୍କ ପେଲେସ ଠାରୁ  ଖେଳାଳୀମାନଙ୍କ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି  ହାଇଟେକ ପ୍ଲାଜା ଖେଳପଡିଆ ଠାରେ ପହଞ୍ଚିଥିଲେ । ଏହି ଖେଳାଳୀ ଚମ୍ପିଆନ ସିପ ଖେଳରେ ଓଡିଶାର ୨୧ଟି ଜିଲ୍ଲାରୁ ମହିଳା ଓ ପୁରୁଷ ବିଭାଗ ୩୭ଟି ଦଳ ଏବଂ ଅଫିସିଆଲ ୧୦୦ରୁ ଅଧିକ  ଅଂଶ ଗ୍ରହଣ କରିଛନ୍ତି । ୩ଦିନ ଧରି ଏହି ଖେଳ ଚାଲିବ । ଉଦ୍‍ଘାଟନୀ ମ୍ୟାଚ ଅବସରରେ ମହିଳା ବିଭାଗର ସମ୍ୱଲପୁର ଓ ବଲାଙ୍ଗୀର ମଧ୍ୟରେ ଏବଂ ପୁରୁଷ ବିଭାଗର ଭୁବନେଶ୍ୱର ଓ ଦେବଗଡ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା ।

0
0
0
s2sdefault