ହେଡଲାଇନସ୍:

ମହିଳା ସ୍ନାତକ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ : ଲିନୁ ସୁବଦ୍ଧି ଚମ୍ପିଆନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

Paralakhemundi/ Balakrisna Panigrahi : ସ୍ଥାନୀୟ ଗଜପତି ଷ୍ଟାଡିୟମ ଠାରେ ଯୁକ୍ତ୩ ମହିଳା ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଅନୁଷ୍ଠିତ  ହୋଇଯାଇଛି । ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାର୍ଷିକ କ୍ରୀଡା ଉତ୍ସବକୁ ଉଦ୍‍ଘାଟନ କରି ଜୀବନରେ କ୍ରୀଡାର ଉପାଦେୟତା ସମ୍ପର୍କରେ ଛାତ୍ରୀମାନଙ୍କୁ ବୁଝାଇଥିଲେ । ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ରୀନା ସାହୁ  କ୍ରୀଡ଼ାବିତ୍‍ ମାନଙ୍କୁ ଶୃଙ୍ଖଳା ଓ ଏକାଗ୍ରତା ହିଁ ଜୀବନର ବ୍ରତ ବୋଲି କହିଥିଲେ ।   ଛାତ୍ରୀମାନେ ଉତ୍ସାହର ସହ ବିଭିନ୍ନ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି କୃତ କାର୍ଯ୍ୟ ହୋଇଥିଲେ । ଅଧ୍ୟକ୍ଷା ରୀନାସାହୁ କ୍ରୀଡାର ଚିମ୍ପିଆନ ଲିନୁ ସୁବଦ୍ଧିଙ୍କୁ ପୁରସ୍କାର ସହ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । କ୍ରୀଡା ବିଭାଗର ଉପଦେଷ୍ଟା, ଅଧ୍ୟାପିକା ଡ: କଲ୍ୟାଣୀ ମିଶ୍ର ଏବଂ ସହ ସମ୍ପାଦିକା , ଅଧ୍ୟାପିକା ମଧୁସ୍ମିତା ପ୍ରଧାନ, ପିଟି ସୁକୁମାର ଶତପଥୀ ଶୃଙ୍ଖଳାର ସହ ସମସ୍ତ କ୍ରୀଡା ପରିଚାଳନା କରିଥିବା ବେଳେ କର୍ମଚାରୀ ମାନେ ସହଯୋଗ କରିଥିଲେ ।

 

 

0
0
0
s2sdefault