୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ :ତୃତୀୟ ଦିନର ଖେଳରେ ଜୋବ୍ରାସୋଲାର କଟକ ଓ ୟୁଥ କ୍ରିକେଟକ୍ଲବ ରାଉଲକେଲା ବିଜୟୀ  ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଶନିବାର ଦିନ ପ୍ରଥମ ମ୍ୟାଚ ଜୋବ୍ରାସୋଲାର କଟକ ଓ ସେଲ ରାଂଚି 

ଏବଂ 

ଦ୍ୱିତୀୟ ମ୍ୟାଚ ୟୁଥକ୍ରିକେଟକ୍ଳବ ରାଉଲକେଲା ଓ ଜିଭେନିଏଲ କଟକ ମଧ୍ୟରେ ଅନୁଷ୍ଠିତ ହେବ  ।

ପଦ୍ମପୁର/ନିଳ ଦୀପ-ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପଡିଆ ଠାରେ  ବୋରାସମ୍ବର ସ୍ପୋର୍ଟିଙ୍ଗ ପଦ୍ମପୁର ଆନୁକୁଲ୍ୟରେ ଆୟୋଜିତ ୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପର ତୃତୀୟ ଦିବସରେ ପ୍ରଥମ ମ୍ୟାଚ ପ୍ରଥମ ମ୍ୟାଚ ଜୋବ୍ରାସୋଲାର କଟକ ଓ ଜାମସେଦପୁର କିଙ୍ଗ ଜାମସେଦପୁରର ହୋଇଥିଲା । ଏହି ମ୍ୟାଚରେ ଜୋବ୍ରାସୋଲାର କଟକ ବିଜୟୀ ହୋଇଥିଲା ଏବଂ ଦ୍ୱିତୀୟ ମ୍ୟାଚ ସେରସା ନାଗପୁର ଓ ୟୁଥକ୍ରିକେଟକ୍ଳବ ରାଉଲକେଲା ମଧ୍ୟରେ ହୋଇଥିଲା ।ଏହି ମ୍ୟାଚରେ ୟୁଥକ୍ରିକେଟକ୍ଳବ ରାଉଲକେଲା ବିଜୟୀ ହୋଇଥିଲା ।

           ପ୍ରଥମ ମ୍ୟାଚ ଜୋବ୍ରାସୋଲାର କଟକ ଓ ଜାମସେଦପୁର କିଙ୍ଗ ଜାମସେଦପୁରର ମଧ୍ୟରେ  ଅନୁଷ୍ଠିତ ହୋଇଥିଲା । ଜୋବ୍ରାସୋଲାର କଟକ ଟସ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ବିନିମୟରେ ୧୫୨ ରନ ସଂଗ୍ରହ କରିଥିଲେ । ଜୋବ୍ରାସୋଲାର କଟକ ଦଳ ପକ୍ଷରୁ କୁନାଲ ମଲ୍ଲିକ ୭୦(୪୭) ରନ ସଂଗ୍ରହ କରିଥିଲେ ।୧୫୩ ରନର ଲକ୍ଷନେଇ ଜାମସେଦପୁର କିଙ୍ଗ ଜାମସେଦପୁରର ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ବିନିମୟରେ ୧୩୭ ରନ କରିବାକୁ ସକ୍ଷମ ହୋଇ ୧୫ ରନରେ ପରାସ୍ତ ହୋଇଥିଲେ ।ଜୋବ୍ରାସୋଲାର କଟକ ଦଳ ପକ୍ଷରୁ ମଳୟ ପ୍ରଧାନ ୨ ୱିକେଟ ଅକ୍ତିଆର କରିଥିଲେ  ।

             ଦ୍ୱିତୀୟ ମ୍ୟାଚ ସେରସା ନାଗପୁର ଓ ୟୁଥକ୍ରିକେଟକ୍ଳବ ରାଉଲକେଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୟୁଥକ୍ରିକେଟକ୍ଳବ ରାଉଲକେଲା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୨୯ ରନ ସଂଗ୍ରହ କରିଥିଲେ । ୟୁଥକ୍ରିକେଟକ୍ଳବ ରାଉଲକେଲା ଦଳ ପକ୍ଷରୁ ଅଶୋକ ବାରିକ ୩୦(୨୭) ରନ ଏବଂ ରାଜିବ ନାଏକ ୩୧(୨୮) ରନ ସଂଗ୍ରହ କରିଥିଲେ ।୧୩୦ ରନର ଲକ୍ଷନେଇ ସେରସା ନାଗପୁର ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ବିନିମୟରେ ମାତ୍ର୧୦୭ ରନ ସଂଗ୍ରହ କରି ୨୨ ରନରେ ପରାସ୍ତ ହୋଇଥିଲେ । ୟୁଥକ୍ରିକେଟକ୍ଳବ ରାଉଲକେଲା ଦଳ ପକ୍ଷରୁ ରାଜିବ ନାଏକ ସର୍ବାଧିକ ୩ ୱିକେଟ ଅକ୍ତଆର କରିଥିଲେ ।

        ପୁରଷ୍କାର ବିତରଣୀ ଉତ୍ସବରେ ଭିଭାନ ଚାରିଟେବୁଲ ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ଚନ୍ଦନ କୁମାର ବଂଶଲ ଯୋଗଦାନ କରି ପ୍ରଥମ ମ୍ୟାଚର ମ୍ୟାନ ଅଫ ଦି ମ୍ୟାଚ ଭାବରେ ଜୋବ୍ରାସୋଲାର କଟକ ଦଳର କୁନାଲ ମଲ୍ଲିକଙ୍କୁ ଏବଂ ଦ୍ୱିତୀୟ ମ୍ୟାଚର ମ୍ୟାନ ଅଫ ଦି ମ୍ୟାଚ ଭାବରେ ୟୁଥକ୍ରିକେଟକ୍ଳବ ରାଉଲକେଲା ଦଳର ରାଜିବ ନାଏକଙ୍କୁ ପୁରଷ୍କୃତ କରିଥିଲେ । ତୃତୀୟ ଦିନର ମ୍ୟାଚ ଗୁଡିକୁ ଅମ୍ପାୟାର ସତ୍ୟବ୍ରତ ମହାପାତ୍ର,ଶ୍ୟାମ ସୁନ୍ଦର ପଣ୍ଡା ଓ ଚୂଡାମଣି ପାଢ଼ୀ ପରିଚାଳନା କରିଥିବା ବେଲେ ଆକାଶ କୁମାର ଦାଶ ସ୍କୋରର ଦାୟିତ୍ୱ ତୁଲାଇଥିବା ବେଲେ ମ୍ୟାକ ମିଳନ ମହାକୁଡ ଧାରାବିବରଣୀ ପ୍ରଦାନ କରିଥିଲେ । ଶନିବାର ଦିନ ପ୍ରଥମ ମ୍ୟାଚ ଜୋବ୍ରାସୋଲାର କଟକ ଓ ସେଲ ରାଂଚି ଏବଂ ଦ୍ୱିତୀୟ ମ୍ୟାଚ ୟୁଥକ୍ରିକେଟକ୍ଳବ ରାଉଲକେଲା ଓ ଜିଭେନିଏଲ କଟକ ମଧ୍ୟରେ ଅନୁଷ୍ଠିତ  ହେବ  ।

0
0
0
s2sdefault