ହେଡଲାଇନସ୍:

ଓଡିଶା ପୋଲିସର  ପ୍ରଥମ ମହିଳା କବାଡି ଟିମ ଗଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡିଶା ପୋଲିସର ପ୍ରଥମ କବାଡି ଟିମ ଗଠିତ  ପ୍ରଥମ ଥର ପାଇଁ ଗଠନକରାଯାଇଅଛି |  ଏହି ଦଳ ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହେବାକୁଥିବା ବରିଷ୍ଠ ବିଭାଗ ଆନ୍ତଃ ଜିଲ୍ଲା କବାଡି ପ୍ରତିଯୋଗୀତାରେ  ଅଂଶ ଗ୍ରହଣ୍ କରିବ | ଏହି ନୂତନ ଭାବେ  ଗଠିତ ଦଳ ସବ୍ଇନିିସ୍ପେକ୍ଟର  ରଶ୍ମିତା ବେହେରା ଜଣେ ଆନ୍ତର୍ଜାତିକ  କବାଡି ଖେଳାଳି ଅଟନ୍ତି  |  ତାଙ୍କ ଅଧିନାୟକତ୍ୱରେ ଗଠିତ ହୋଇଥିବା ବେଳେ ଏଥିରେ  ୧୨ ଜଣ ମହିଳା ଖେଳକୀ ସ୍ଥାନ ପାଇଛନ୍ତି | ଆନ୍ତଃ ଜିଲ୍ଲା କବାଡି ପ୍ରତିଜୋଗିତାପର ଅଂଶ ଗ୍ରହଣ୍ ପାଇଁ ଗୁରୁବାର ସନ୍ଧ୍ୟାରେ ଦଳ ପାରଳାଖେମୁଣ୍ଡି ଗସ୍ତ କରିଛି | ଏହି ଦଳର ସ୍ଥାନିତ ଅନ୍ୟ ଖେଳାଳୀ ମାନେ ମଧ୍ୟ ଜାତୀୟ ସ୍ତରର ଖେଳାଳୀ ଅଟନ୍ତି |  ଏହି ଖେଳାଳୀ ମାନେ  ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ପ୍ରତଭିା ସମ୍ମନ୍ନ କ୍ରୀଡାବିତ ନଯୁକ୍ତି ନୀତି ଅନ୍ତର୍ଗତ ଓଡିଶା ପୋଲିସରେ  ନିଯୁକ୍ତି ପାଇ କର୍ଯ୍ୟ  କରୁଛନ୍ତି | ଓଡିଶା ପୋଲିସର ଏହି ନୂତନ  ମହିଲା କବାଡି ଦଳ ଗଠନ ପରେ  ରାଜ୍ୟ ଆରକ୍ଷୀ ମହା ନିର୍ଦ୍ଦେଶକ ଡ଼ ରାଜେନ୍ଦ୍ର  ପ୍ରସାଦ  ଶର୍ମା ସନ୍ତୋଷ ବ୍ୟକ୍ତ କରିବା ସହ  କରିବା ସହ ଦଳର ସଫଳତା କାମନା କରିଛନ୍ତି |  ଏହି ମହିଳା ଦଳର ପାରଳାଖେମୁଣ୍ଡି ଗସ୍ତବେଳେ ଷ୍ଟେସନ ପାଖରେ ଏଆଇଜି ବିଜୟ କୁମାର ବାବୁ ଓ ଲଲିସ କ୍ରୀଡା ଅଧିକାରୀ ବିଭୁତି ଭୂଷଣ ପରିଡା ଉପସ୍ଥିତ ଥିଲେ |  

0
0
0
s2sdefault