୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ :ଦ୍ୱିତୀୟ ଦିନର ଖେଳରେ ସେଲ ରାଂଚି ଓ ଜୁଭେନିଏଲ କଟକ ବିଜୟୀ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଶୁକ୍ରବାର ଦିନ ପ୍ରଥମ ମ୍ୟାଚ ଜୋବ୍ରା ସୋଲାର କଟକ-ଜାମସେଦପୁର କିଙ୍ଗ ଜାମସେଦପୁର

 ଏବଂ 

ଦ୍ୱିତୀୟ ମ୍ୟାଚ ସେରସା ନାଗପୁର-ୟୁଥ କ୍ରିକେଟ କ୍ଳବ ରାଉରକେଲା 

ପଦ୍ମପୁର/ନିଳ ଦୀପ-ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପଡିଆ ଠାରେ  ବୋରାସମ୍ବର ସ୍ପୋର୍ଟିଙ୍ଗ ପଦ୍ମପୁର ଆନୁକୁଲ୍ୟରେ ଆୟୋଜିତ ୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପର ଦ୍ୱିତୀୟ ଦିବସରେ ପ୍ରଥମ ମ୍ୟାଚ ବୋରାସମ୍ବର ସ୍ପୋର୍ଟିଙ୍ଗ ଓ ସେଲ ରାଂଚି ମଧ୍ୟରେ ହୋଇଥିଲା ।ଏହି ମ୍ୟାଚରେ ସେଲ ରାଂଚି ବିଜୟୀ ହୋଇଥିଲା ଏବଂ ଦ୍ୱିତୀୟ ମ୍ୟାଚ ଜୁଭେନିଏଲ କଟକ ଓ ସେରସା ରାୟପୁର ମଧ୍ୟରେ ହୋଇଥିଲା ।ଏହି ମ୍ୟାଚରେ ଜୁଭେନିଏଲ କଟକ ବିଜୟୀ ହୋଇଥିଲା ।

           ପ୍ରଥମ ମ୍ୟାଚ ବୋରାସମ୍ବର ସ୍ପୋର୍ଟିଙ୍ଗ ଓ ସେଲ ରାଂଚି ମଧ୍ୟରେ  ଅନୁଷ୍ଠିତ ହୋଇଥିଲା ।ପଦ୍ମପୁର ଦଳ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ବିନିମୟରେ ୧୬୨ରନ ସଂଗ୍ରହ କରିଥିଲେ,ଦଳ ପକ୍ଷରୁ ପ୍ରକାଶ ମହଣା ୬୪(୪୫)ରନ ଏବଂ ଧରଣୀଧର ବାରିକଙ୍କ ୩୩ (୨୫)ରନ ସଂଗ୍ରହ କରିଥିବା ବେଲେ ରାଂଚି ଦଳ ପକ୍ଷରୁ ବିନୟ ସିଂ ୩୩ ରନରେ ୩ଟି ୱିକେଟ ନେଇଥିଲେ ।୧୬୩ରନ ବିଜୟ ଲକ୍ଷ ନେଇ ରାଂଚି ଦଳ ପଦ୍ମପୁର ଦଳର ଖରାପ ଖେଳ ପ୍ରଦର୍ଶନ ଦ୍ୱାରା ୧୭.୪ ଓଭରରେ ୩ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ବିଜୟ ଲାଭ କରିଥିଲେ ।ସେହି ରାଂଚି ଦଳ ପକ୍ଷରୁ ଗୁଲସନ ଝା ୫୮(୨୫)ରନ ଓ ବିଜୟ ସିଂ ୪୫(୨୫)ରନ ସଂଗ୍ରହ କରି ଦଳକୁ ବିଜୟୀ କରାଇଥିଲେ ।

             ଦ୍ୱିତୀୟ ମ୍ୟାଚ ଜୁଭେନିଏଲ କଟକ ଓ ସେରସା ରାୟପୁର ମଧ୍ୟରେ ଅନୁଷ୍ଠିତ  ହୋଇଥିଲା ।ରାୟପୁର ଦଳ ପ୍ରଥମା ବ୍ୟାଟିଙ୍ଗ କରି ନିୟମିତ ବ୍ୟବଧାନରେ ୱିକେଟ ହରାଇ ୧୯.୨ ଓଭରରେ ମାତ୍ର ୯୮ ରନ ସଂଗ୍ରହ କରି ସମସ୍ତ ୱିକେଟ ହରାଇଥିଲେ ।ଜବାବରେ କଟକ ଦଳର ମହମ୍ମଦ ସାହିଲଙ୍କ ୩୦ ଏବଂ ଶ୍ୱାଶତ ମହାନ୍ତିଙ୍କ ୨୩ ରନ ସହାୟତାରେ ୧୬.୧ ଓଭରରେ ଆବଶ୍ୟକ ରନ ସଂଗ୍ରହ କରି କଟକ ଦଳ ବିଜୟୀ ହୋଇଥିଲା ।

        ପୁରଷ୍କାର ବିତରଣୀ ଉତ୍ସବରେ ରାଜବୋଡାସମ୍ବର ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସରୋଜ କୁମାର ଭୁଏ ଯୋଗଦାନ କରି ପ୍ରଥମ ମ୍ୟାଚର ମ୍ୟାନ ଅଫ ଦି ମ୍ୟାଚ ଭାବରେ ରାଂଚି ଦଳର ଗୁଲସନ ଝା ଙ୍କୁ ଏବଂ ଦ୍ୱିତୀୟ ମ୍ୟାଚର ମ୍ୟାନ ଅଫ ଦି ମ୍ୟାଚ ଭାବରେ କଟକ ଦଳର ସିଦ୍ଧାର୍ଥ ଜେନଙ୍କୁ ପୁରଷ୍କୃତ କରିଥିଲେ । ଦ୍ୱିତୀୟ ଦିନର ମ୍ୟାଚ ଗୁଡିକୁ ଅମ୍ପାୟାର ଶ୍ୟାମ ସୁନ୍ଦର ପଣ୍ଡା ଓ ସୁଶାନ୍ତ ପାଣିଗ୍ରାହୀ ଓ ଚୂଡାମଣି ପାଢ଼ୀ ପରିଚାଳନା କରିଥିବା ବେଲେ ଆକାଶ କୁମାର ଦାଶ ସ୍କୋରର ଦାୟିତ୍ୱ ତୁଲାଇଥିଲେ । ଶୁକ୍ରବାର ଦିନ ପ୍ରଥମ ମ୍ୟାଚ ଜୋବ୍ରାସୋଲାର କଟକ ଓ ଜାମସେଦପୁର କିଙ୍ଗ ଜାମସେଦପୁର ଏବଂ ଦ୍ୱିତୀୟ ମ୍ୟାଚ ସେରସା ନାଗପୁର ଓ ୟୁଥକ୍ରିକେଟକ୍ଳବ ରାଉରକେଲା ମଧ୍ୟରେ ଅନୁଷ୍ଠିତ  ହେବ  ।

 

0
0
0
s2sdefault