୫ମ ଓପି ଜିନ୍ଦଲ ମେମୋରିଆଲ ଫୁଟବଲ ଚମ୍ପିଆନସିପ୍ :ସିଆଳିଯୋଡାକୁ ପରାସ୍ତ କରି ଗୋବିନ୍ଦପୁର ଚମ୍ପିଆନ୍

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯୋଡା,(ଚିତ୍ତ ରଞ୍ଜନ କର ) ସିଆଳିଯୋଡା ଠାରେ ଚାଲିଥିବା ୫ମ ଓପି ଜିନ୍ଦଲ ମେମୋରିଆଲ ଫୁଟବଲ ଚମ୍ପିଆନସିପ ପ୍ରତିଯୋଗିତାରେ ବିରିକଳା ଗ୍ରାମ ପଞ୍ଚାୟତର ଗୋବିନ୍ଦପୁର ଦଳ ଟାଇଟଲରେ ବିଜୟୀ ହୋଇଛି । ରବିବାର ଅନୁଷ୍ଠିତ  ଚିତାକର୍ଷକ ମ୍ୟାଚରେ ଗୋବିନ୍ଦପୁର ଦଳ ସିଆଳିଯୋଡାକୁ ୩-୨ ଗୋଲରେ ପରାସ୍ତ କରି ଟ୍ରଫି ହାସଲ କରିଛି । 

ଦୁଇଦିବସୀୟ ଏହି ଫୁଟବଲ ଚମ୍ପିଆନସିପରେ ସର୍ବମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ । ପୂର୍ବରୁ ୪୦ଟି ଦଳ ମଧ୍ୟରେ ନକଆଉଟ୍ ପର୍ଯ୍ୟାୟ ଅନୁଷ୍ଠିତ  ହୋଇଥିଲା । ସେଥିମଧ୍ୟରୁ ଏହି ୧୬ଟି ଦଳ ଚମ୍ପିଆନସିପରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ସ୍ଥାନୀୟ ରଣାପ୍ରତାପ ଯୁବକ ସଂଘ ଓ ବଡବିଲ ଜେଏସପିଏଲ ପକ୍ଷରୁ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଥିଲା । ଉଦଘାଟନୀ ଉତ୍ସବରେ ସ୍ଥାନୀୟ କଳାକାର ମାନେ ପାରମ୍ପାରିକ ଆଦିବାସୀ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ଉତ୍ସାହିତ  କରି ଉଦଘାଟନ କରିଥିଲେ । ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟର ମୁଖ୍ୟ ଜି.ସୁରେଶା,ଦେଓଝର ପୂର୍ବତନ ସରପଞ୍ଚ ଜନାର୍ଦ୍ଧନ ନାଏକ,ରଣାପ୍ରତାପ ଯୁବକ ସଂଘର ଉପଦେଷ୍ଟା ତ୍ରିଲୋଚନ ପଲେଇ,ସଭାପତି ପାଣ୍ଡିଆ ମୁଣ୍ଡା,ବୃନ୍ଦାବନ ମୁଣ୍ଡା,ଗୋବିନ୍ଦ ମୁଣ୍ଡା ପ୍ରମୁଖ ଅତିଥିରୂପେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ଅନୁଷ୍ଠିତ  ଦୁଇଦିବସୀୟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚଟି ରୋମାଞ୍ଚକପୂର୍ଣ୍ଣ ତଥା ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା । ମାତ୍ର ପେନାଲଟି ସୁଟଆଉଟରେ ଗୋବିନ୍ଦପୁର ସିଆଳିଯୋଡାକୁ ୩-୨ ଗୋଲରେ ପରାସ୍ତ କରି ଚମ୍ପିଆନର ଆଖ୍ୟା ଅର୍ଜ୍ଜନ  କରିଥିଲା । ଉଦଯାପନୀ ଦିବସରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡର ପ୍ଲାଣ୍ଟ ମୁଖ୍ୟ ଜି.ସୁରେଶା ଯୋଗଦେଇ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିବା ସହିତ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଏହି ପୁରସ୍କାର  ବିତରଣ ଉତ୍ସବରେ  କାହ୍ନୁପୁର ଓ ଗୋବର୍ଦ୍ଧନପୁର ଦଳକୁ ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ପୁରସ୍କୃତ କରାଯାଇଥିଲା । 

0
0
0
s2sdefault