ହେଡଲାଇନସ୍:

ଦୈତାରୀ ସାହୁ ସ୍ମାରକୀ ମାଁ ଲଙ୍କେଶ୍ୱରୀ କ୍ରିକେଟ୍ କପ୍ ଉଦଯାପିତ :ଖଇରପାଲି ଚମ୍ପିୟାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନିଳ ଦୀପ- ବରିକେଲ ପଂଚାୟତ ଅନ୍ତର୍ଗତ ସିଂହନପୁର ମାଁ ଲଙ୍କେଶ୍ୱରୀ କ୍ରିକେଟ୍ କ୍ଲବ୍ ଆନୁକୁଲ୍ୟରେ ଜେଲ୍ଛକ ପଡିଆଠାରେ ଅନୁଷ୍ଠିତ  ୧୦ତମ ଦୈତାରୀ ସାହୁ ସ୍ମାରକୀ ମାଁ ଲଙ୍କେଶ୍ୱରୀ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି  । ଫାଇନାଲ ମ୍ୟାଚ  ଖଇରପାଲି ଦଳ ଓ ପୂରେନା ଦଳ ମଧ୍ୟରେ ଅନୁଷ୍ଟିତ ହୋଇଥିଲା ଏବଂ ଖଇରପାଲି ଦଳ ଚମ୍ପିୟାନ ହୋଇଛି  ।ପ୍ରଥମେ ଖଇରପାଲି ଦଳ ଟସ୍ ଜିତି ବ୍ୟାଟିଙ୍ଗ କରିବା ପାଇଁ ନିଷ୍ପତି ନେଇଥିଲେ । ନିର୍ଦ୍ଧାରିତ ୧୦ ଓଭର୍ରେ ୧୦୪ ରନ୍ କରିଥିଲେ । ୧୦୫ ରନ୍ର ବିଜୟ ଲକ୍ଷକୁ ସାମନା କରି ପୂରେନା ଦଳ ୬୪ ରନ୍ କରିବାରେ ସାମର୍ଥ୍ୟ ହୋଇଥିଲା ଏବଂ ପରାସ୍ତ ହୋଇଥିଲା । ଉଦ୍ୟାପନୀ ଉତ୍ସବରେ  ପଦ୍ମପୁର ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ମୁଖ୍ୟଅତିଥି ଭାବେ ଏବଂ ପଦ୍ମପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ କୁମରମଣି ନାୟକ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ । ବରିକେଲ ପଂଚାୟତର ସମିତିସଭ୍ୟ ଫକିର ଶାହା ଅତିଥିମାନଙ୍କୁ ପାଛୋଟି ଆଣିଥିଲେ । ମ୍ୟାଚ୍ର ଶ୍ରେଷ୍ଠ ଖେଳାଳିଭାବେ ଖଇରପାଲି ଦଳର ସୁବାଷ ଓ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ  ଖେଳାଳିଭାବେ ଖଇରପାଲି ଦଳର ଦେବ କୁ ଶ୍ରୀ ଝସକେତନ ସାହୁ ପୁରସ୍କୃତ କରିଥିଲେ । ରାଜୁ ମେହେର ଓ ଅମିତ ପୁରୋହିତ ମ୍ୟାଚ୍ ପରିଚାଳନା କରିଥିବା ବେଳେ ରୋହିଣୀ ପାଣ୍ଡେ, ସୁଶାନ୍ତ ପ୍ରଧାନ, ପୁଷ୍ପକାନ୍ତ ସାହୁ ଓ ମଂଟୁ ପାଣ୍ଡେ ଧାରାବିବରଣୀ ପ୍ରଦାନ କରିଥିଲେ ଏବଂ ମାନସ ସାହୁ ସ୍କୋରର୍ ଦାୟିତ୍ୱ ତୁଲାଇ ଥିଲେ । ଶେଷରେ କ୍ଲବର ସଭାପତି ସତ୍ୟବାନ ଶାହା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରତିଯୋଗିତାକୁ ସଫଳ କରିବାରେ ଡୋଳା, ମଂଟୁ, ସୁମିତ, ପିଙ୍କୁ, ମନ, ଅରୁଣ, ସୁମନ, ସୋନୁ, ସୁରେଶ, ସୁନୀଲ, ଫିରୋଜ, ଅର୍ଜୁନ, ରିପୁ, ସୁମନ, ପଙ୍କଜ, ଭୁଜ, କରୁଣାଙ୍କ ପ୍ରମୁଖ ସହଯୋଗ କରିଥିଲେ ।  

 

0
0
0
s2sdefault