ଝାରବନ୍ଧ(ଜଗଦଲପୁର)/ହେମସାଗର ସାହୁ- ପଦ୍ମପୁର ଉପଖଣ୍ଡ ଜଗଦଲପୁର ଗ୍ରାମପଞ୍ଚାୟତ,ନୂଆପଡ଼ା ଗ୍ରାମ (ସ୍କୁଲପଡା) ନୂଆପଡ଼ା ୨୦୧୮-୧୯ ଆନୁକୂଲ୍ୟରେ ୧୯ତମ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଅତିଥି ନୂଆପଡ଼ା ଗ୍ରାମର ଯୁବନାଗରିକ ଶ୍ରୀ ଟେସଲାଲ ସାହୁଙ୍କ କରକମଲରେ ଶୁଭ ଉଦଘାଟିତ ହୋଇ ଯାଇଛି ।ନୂଆପଡ଼ା(ଏ) ଓ କୁଟେଲା(ଛତିଶଗଡ଼) ଦଳର ଖେଲାଳିମାନେ ଏବଂ ରାଜା ଆସୋସିଏସନ ଫୂଟବଲ ଟୁର୍ଣ୍ଣାମେଂଟ କର୍ମକର୍ତା ଗଣ ସମସ୍ତେ ମୁଖ୍ୟ ଅତିଥିଙ୍କୁ ସ୍ୱାଗତ କରିଥିଲେ । ତତପଶ୍ଚାତ ୧୯ତମ ରାଜା ଏସୋସ୍ସିଏସନ ଫୂଟବଲ ଟୁର୍ଣ୍ଣାମେଂଟ ର ପତାକା ଉତ୍ତୋଳନ କରି ମୁଖ୍ୟଅତିଥି ଶ୍ରୀ ଟେସଲାଳ ସାହୁ ନିଜର ଅମୁଲ୍ୟ ବକ୍ତବ୍ୟ ଦ୍ଵାରା ଖେଳାଳିମାଙ୍କୁ ପ୍ରୋଉତ୍ସାହିତ କରିଥିଲେ । ପ୍ରଥମ ମେଚ ର ନୂଆପଡା (ଏ) ଏବଂ କୁଟେଲା(ଛତିଶଗଡ଼) ଖେଳାଳିମାନଙ୍କ ସହିତ ପରିଚୟ ପ୍ରଦାନ କରିଥିଲେ। ଖେଳପରିଚାଳକ (ଶ୍ରୀ ଚନ୍ଦ୍ରମଣି ସାହୁ, ଭବାନୀ ଶଙ୍କର ମାଝୀ, ଝୁଲୁ ବହିଦାରଏବଂ ନରେଶ ବାରିକ ) ଖେଳକୁ ପ୍ରଚାଳନ କରିଥିଲେ। ପ୍ରଥମ ମେଚ ନୂଆପଡା-ଏ ବନାମ କୁଟେଲା (ଛତିଶଗଡ଼)ମଧ୍ୟରେ ହୋଇଥିଲା ,କୁଟେଲା ଦଳ ୨-୦ ରେ ବିଜୟଲାଭ କରି କୁଆର୍ଟର ଫାଇନାଲରେ ପ୍ରଵେଶ କରିଥିଲା ଏବଂ କୁଟେଲା ଦଳ(ଛତିଶଗଡ଼) ବୈଦପାଲିକୁ ଭେଟିଥିଲା,ଏବଂ ୨-୦ ରେ ବିଜୟ ଲାଭ କରିଥିଲା ବୈଦପାଲ(ଛତିଶଗଡ଼)ଦଳ, ଏବଂ ଗୌଡ଼ମାଲ ବନାମ ଯୁଗନୀପାଲି (ଛତିଶଗଡ଼) ମଧ୍ୟରେ ଗୌଡ଼ମାଲ ଦଳ ବିଜୟ ଲାଭ କରି ସେମିଫାଇନାଲରେ ପ୍ରବେଶ କରି ବୈଦପାଳି କୁ ଭେଟି ୧-୦ ରେ ବିଜୟ ଲାଭ କରି ବିଜୟ ଲାଭ କରି ଫାଇନାଲରେ ପ୍ରଵେଶ କରିଛି।
୧୯ତମ ରାଜା ଆସୋସିଏସନ, ଫୂଟବଲ ଟୁର୍ଣ୍ଣାମେଣ୍ଟର ସଭାପତି-ମିଶ୍ର ଡ଼ନସନା,ଉପ ସଭାପତି-କୃଷ୍ଣ ଚନ୍ଦ୍ର ସାହୁ,ସମ୍ପାଦକ-ବିରେନ ଭୋଇ,ଉପସମ୍ପାଦକ-ପୂର୍ଣନାୟକ,ମେନେଜର-ଭୁରୁଦାଉ`ଶାଣ୍ଢ,କୋଚ-ସୁବାଷ`ଭୋଇ,ସହାୟକ-ନରେଶ, ଗିରିଧାରୀ, ନିଲାମ୍ବର, କ୍ଷୀରୋଦ, ସୁଖିରାମ, ସୁମନ୍ତ, ବାବୁଲାଲ, ଅନନ୍ତ, ସଞ୍ଜୟ, ଟଂକଧର, ନୂତନ, ଶିବା, ଗଣେଶ,ଜିତେନ, ଭୁବନେଶ୍ୱର, ପିଣ୍ଟୁ,ମନଟୁ, ଚିଂଟୁ, ଛୋଟୁ, ମନୋଜ, ବିନୋଦ, ବାରିକ, ବବ୍ଲୁ, ଡିଗେଶ୍ୱର, ଭାଗବତିଆ, ତ୍ରିନାଥ, ଯଦୁମଣି ଏବଂବରିଷ୍ଠ ନାଗରିକ-ନାଟକ ମ୍ୟାନେଜର ଗୋବର୍ଦ୍ଧନ ସାହୁ |