ବଲାଙ୍ଗିର,(ନିରୋଜ ମିଶ୍ର) ଗାନ୍ଧୀଷ୍ଟାଡିୟମ ଠାରେ ଚାଲିଥିବା ସିକେ ନାଇଡୁ ଟ୍ରଫି (୨୩ ବର୍ଷରୁ କମ୍ ) ଚତୁର୍ଥ ଦିବସରେ ଓଡିଶା ଲଢ଼ୁଆ ଖେଳ ପ୍ରଦର୍ଶନ କରି ମ୍ୟାଚକୁ ଅମିମାଂସିତ ରଖିବାରେ ସଫଳ ହୋଇଛି । ଓଡିଶା ଗତ କାଲିର ଅସମାପ୍ତ ଖେଳ ଆରମ୍ଭ କରି ଆଜି ମ୍ୟାଚ୍ ଶେଷ ହେବା ପୁର୍ବରୁ ୨ଉଇକେଟ୍ ବିନିମୟ ୨୨୨ ରନ୍ ସଂଗ୍ରହ କରିଥିଲା । ଓଡିଶା ଦଳ ତରଫରୁ ସନ୍ଦିପ ପଟ୍ଟନାୟକ ୫୭ରନ୍, ଅମ୍ରିତ ଖଟୁଆ ଅପରାଜିତ ୬୬ରନ୍ ଓ ସୌଭାଗ୍ୟ ରଂଜନ ମିଶ୍ର ଅପରାଜିତ ୮୯ ରନ୍ ସଂଗ୍ରାହ କରିଥିଲେ । ଜାମ୍ମୁକାଶ୍ମୀର ଦଳ ତରଫରୁ ଅଭିସାନ୍ତ ବକ୍ସି ଓ ସାହିଲ ଲୋଟ୍ରା ଉଭୟ ଗୋଟିଏ ଲେଖାଁଏ ଉିକେଟ ଅକ୍ତିଆର କରିଥିଲେ । ଆଉ ଖେଳ ୧୫ ଓଭର ବାକିଥିବାବେଳେ ଉଭୟ ଅଧିନାୟକ ଙ୍କ ଅନୁରୋଧ କ୍ରମେ ଅମ୍ପେୟାର ମ୍ୟାଚ୍ ଅମିମାସିଂତ ହେଲା ବୋଲି ଘୋଷଣା କରିଥିଲେ । ପ୍ରଥମ ଇନିଂସରେ ଅଗ୍ରଣୀ ହେଇଥିବାରୁ ଜାମ୍ମୁକାଶ୍ମୀର ଦଳକୁ ୩ ପଏଣ୍ଟ ଓ ଓଡିଶା ଦଳକୁ ୧ ପଏଣ୍ଟ ମିଲିଥିଲା । ଏହି ମ୍ୟାଚରେ ସର୍ବାଧିକ ସଂଗ୍ରହ କରିଥିବା ଜାମ୍ମୁ-କାଶ୍ମୀର ଦଳର ଶୃୟାନ୍ସ ରାଇନାଙ୍କୁ ତାଙ୍କର ୨୨୮ ରନ୍ ପ୍ରଥମ ଇଂନିସ୍ରେ ସଂଗ୍ରହ କରିଥିବାରୁ ତାଙ୍କୁ ମ୍ୟାଚ୍ର ସର୍ବଶ୍ରେଷ୍ଠ ଖେଳାଳୀ ଭାବରେ ପୁରସ୍କୃତ କରାଯାଇଥିଲା । ଆଜି ଉଦ୍ଯାପନୀ ଉତ୍ସବରେ କ୍ରିଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ସଭାପତିତ୍ୱରେ ମୁଖ୍ୟ ଅତିଥିଭାବରେ ସମ୍ବାଦର ବାର୍ତ୍ତା ସମ୍ପାଦକ ଅରବିନ୍ଦ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ କରିଥିଲେ । ପୁର୍ବତନ କ୍ରିଡାବିତ ରମେଶ ଚନ୍ଦ୍ର ପୁରୋହିତ, ରମାକାନ୍ତ ସେଠ, ଅରୁଣ କୁମାର ନାଏକ, ଶତୃଘ୍ନ ସିଂ, ରାଜେନ୍ଦ୍ର ପୁରୋହିତ, ଆଡ଼ଭୋକେଟ ଅମରେନ୍ଦ୍ର ମିଶ୍ର, ସୁମନ୍ତ ଭୋଇ ଓ ଡ. ପୁଷ୍ପରଂଜନ ମିଶ୍ର, ଏସ୍ଇଏଲଓ ପୃଥ୍ୱୀରାଜ ମିଶ୍ର, ଅମ୍ପେୟାର ଏଲ୍ଓ ହେମନ୍ତ ପ୍ରଧାନ, ବିକ୍ରମ ପାତ୍ର ଯୋଗଦେଇଥିଲେ । ଜିଲ୍ଲା କ୍ରିଡାସଂସଦର ସାଧାରଣ ସମ୍ପାଦକ ହରିନାରାୟଣ ପୁଜାରୀ ଖେଳାଳି ମାନଙ୍କୁ ସମ୍ମାନିତ କରିଥିଲେ । ଶେଷରେ ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ଖେଳ
ସିକେନାଇଡୁ ଟ୍ରଫି : ଓଡିଶା-ଜାମ୍ମୁକାଶ୍ମୀର ମ୍ୟାଚ୍ ଅମିମାଂସିତ
- Hits: 645