ବାରିପଦା(ଦିଲ୍ଲୀପ ମହାନ୍ତି) ଷ୍ଟେସନ ଏଥଲେଟିକ କ୍ଲବ ଆନୁକୁଲ୍ୟରେ ଷ୍ଟେସନ ପଡିଆଠାରେ ପାଞ୍ଚଦିନ ବ୍ୟାପି ଚାଲିଥିବା ଆନ୍ତରାଜ୍ୟ ଫୁଟବଲ ଟୂନ୍ନାମେଣ୍ଟର ଅନ୍ତିମ ଦିବସରେ ପ୍ରଥମ ସେମିଫାଇନାଲ ମ୍ୟାଚରେ ଲକ୍ଷ୍ମୀପୋଷି ଦଳ ଝଙ୍କାର ଫୁଟବଲ ଟିମ କୁ ୨-୦ ଗୋଲରେ ପରାସ୍ତ କରି ଫାଇନାଲ ରେ ପ୍ରବେଶ କରିଥିବାବେଳେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ ୨୨ ନମ୍ବର ଜିଲା ପରିଷଦ ଫୁଟବଲ ଟିମ ଶଙ୍ଖାଭଙ୍ଗା ଫୁଟବଲ ଟିମକୁ ୨-୧ ଗୋଲରେ ପରାସ୍ତ କରି ଫାଇନାଲ ରେ ପ୍ରବେଶ କରିଥିଲା । ଫାଇନାଲ ମ୍ୟାଚରେ ୨୨ ନମ୍ବର ଜିଲା ପରିଷଦ ଫୁଟବଲ ଟିମ ଲକ୍ଷ୍ମୀପୋଷୀ ଫୁଟବଲ ଟିମକୁ ୨-୦ ଗୋଲରେ ପରାସ୍ତ କରି ଚାମ୍ପିୟନ ହୋଇଥିଲା । ଏହି ଉଦ୍ୟାପନୀ ଦିବସ ମୁଖ୍ୟ ଅତିଥିଭାବେ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି , ସମ୍ମାନୀତ ଅତିଥି ଭାବେ ଆଦିବାସୀ ଉନ୍ନୟନ ପରିଷଦର ଅଧକ୍ଷ୍ୟ ଦେବାଶିଷ ମାରାଣ୍ଡି , ଉପନଗରପାଳ ଜୀତେନ୍ଦ୍ର ମହାନ୍ତି ,ସୋନାଚାନ୍ଦି ଅଧକ୍ଷ ଅରୂପ କୁମାର ଦାସ ,ଷ୍ଟେସନ ଏଥଲେଟିକ କ୍ଲବର ସଭାପତି ଗିରୀଶ ଚନ୍ଦ୍ର ଦାସ , ସଂପାଦକ ଶିବଶଙ୍କର ପଟ୍ଟନାୟକ ,କୋଷାଧକ୍ଷ ବିନୋଦ କୁମାର , ସେକ ହସିବୁଲି ଆଲାମ , କାଉନସିଲର ସରୋଜ ମହାପାତ୍ର , ରଘୁନାଥ ବାସ୍କେ ପ୍ରମୁଖ ଯୋଗଦେଇ ଚମ୍ପଆନ ଦଳକୁ ନଗଦ ରାଶି ଏକ ଲକ୍ଷ ଟଙ୍କା , ରନର୍ସ ଦଳକୁ କୁ ସତୁରି ହଜାର ଟଙ୍କା , ତୃତୀୟ ବିଜେତା ଦଳକୁ ପଚିଶ ହଜାର ଟଙ୍କା ଏବଂ ଚତୁର୍ଥ ବିଜୟ ଦଳକୁ କୋଡିଏ ହଜାର ଟଙ୍କା ନଗଦ ରାଶି ସହ ଟ୍ରଫି ପ୍ରଦାନ କରିଥିଲେ ।