ଶହୀଦ ରତିକାନ୍ତ କୂଳଦୀପ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା: ଡିଆରକେ ଚମ୍ପିଆନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା (ଦିଲ୍ଲୀପ ମହାନ୍ତି) - ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପରିସରରେ ଚାରିଦିନଧରି ଅନୁଷ୍ଠିତ ହୋଇଆସୁଥିବା   ଶହୀଦ ରତିକାନ୍ତ କୂଳଦୀପ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜି ଫାଇନାଲ ମ୍ୟାଚ ରେ ଡିଆରକେ ଦଳ ଉଦଳା କ୍ରିକେଟ ଟିମ କୁ ସାତ ଉଇକେଟ ରେ ପରାସ୍ତ କରି ଚମ୍ପିଆନ ହୋଇଅଛି । ଆଜିକାର ଏହି ଫାଇନାଲ ମ୍ୟାଚରେ ପ୍ରଥମେ ଉଦଳା ବ୍ୟାଟିଂ କରି ନିର୍ଦ୍ଧାରୀତ ୧୫ ଓଭର ପୂର୍ବରୁ ସମସ୍ତ ଉଇକେଟ ହରାଇ ମୋଟ ୭୭ ରନ କରିଥିଲେ । ଏହାର ଜବାବରେ ଡିଆରକେ ଦଳ ବ୍ୟାଟିଂ କରି ସାତ ଉଇକେଟ ରେ ବିଜୟ ହାସଲ କରିଥିଲା ।  ମ୍ୟାନ ଅଫ ଦ ସିରିଜ ଭାବେ ହରିଶଙ୍କର ଘୋଷ ଏବଂ ମ୍ୟାନ ଅଫ ଦା ମ୍ୟାଚ ଭାବେ  ଆଦିତ୍ୟ ବସାଙ୍କୁ  ପୁରଷ୍କୃତ କରାଯାଇଥିଲା । ଜୋନାଲ ସଭାପତି ସୁବ୍ରମଣ୍ୟମ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଆଜିକାର ଏହି ଉଦ୍ୟାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନସଭାର ଉପବାଚସ୍ପତ୍ତି ସାନନ୍ଦ ମାରାଣ୍ଡି, ସମ୍ମାନୀତ ଅତିଥିଭାବେ ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ଦେବାଶିଷ ମାରାଣ୍ଡି , ବିଜୁ ଯୁଜନତାଦଳର ଜିଲା କାର୍ଯ୍ୟକାରୀ ସଭାପତି ଦେବାଶିଷ ମହାନ୍ତି , ବାରିପଦା ପୈାରପରିଷଦର ପର୍ଯ୍ୟବେକ୍ଷକ ମାନସ ମଲିକ , କାଉନସିଲର ନିରୋଜ ଦାସ ପ୍ରମୁଖ ଯୋଗଦେଇ ବିଜୟ ଦଳକୁ ଚମ୍ପିଆନ ଟ୍ରଫି ସହ ନଗଦ ରାଶି ଏବଂ ରନର୍ସ ଦଳକୁ ମଧ୍ୟ ଟ୍ରଫି ସହ ନଗଦ ରାଶି ପ୍ରଦାନ କରିଥିଲେ ।  ଆଜିକାର ଏହି ମ୍ୟାଚକୁ ରତ୍ନାକର ବେହେରା , ସ୍ୱରୂପ ଦାସ ,ସରୋଜ ମହାକୁଡ , ବିରଞ୍ଚି ମହାପାତ୍ର , କପିଲ ଖଣ୍ଡେଲଓାଲ , ଦିବ୍ୟବ୍ରତ ମହାନ୍ତି , ଶରତ ମହାନ୍ତ , ଅଭିରାମ ଦାସ ପ୍ରମୁଖ ପରିଚାଳନା କରିଥିଲେ ।

0
0
0
s2sdefault