ବାରିପଦା, ବାରିପଦା ସ୍ଥିତ ମଧୁବନ ମିନି ଷ୍ଟାଡିୟମ ପରିସରରେ ଗୁରୁବାର ଠାରୁ ଶହୀଦ ରତିକାନ୍ତ କୂଳଦୀପ ମେୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହେଉଛି । ଏହି ଅବସରରେ ଶୁକ୍ରବାର ଡିଆରକେ ସହ ସିକ୍ରେଟ୧୧ ଏବଂ ଉଦଳା ସହ ରାଇରଙ୍ଗପୁର ମଧ୍ୟରେ ଦୁଇଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ତେବେ ଆଜିର ପ୍ରଥମ ମ୍ୟାଚଟି ସିକ୍ରେଟ ୧୧ ଏବଂ ଡିଆରକେ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସିକ୍ରେଟ ୧୧ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ଓଭରରେ ୮୭ରନ କରିବାକୁ ସକ୍ଷମ ହୋଇଥିଲା । ଜବାବରେ ଡିଆରକେ ୯ୱିକେଟରେ ଆବଶ୍ୟକ ରନ ସଂଗ୍ରହ କରି ବିଜୟୀ ହୋଇଥିଲା । ଏଥିରେ ଡିଆରକେର ମାନସ ଧଳ ସର୍ବାଧିକ ୩୫ରନ କରିଥିଲେ । ସେହିପରି ଦ୍ୱିତୀୟ ମ୍ୟାଚଟି ରାଇରଙ୍ଗପୁର ଏବଂ ଉଦଳା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଇରଙ୍ଗପୁର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ଓଭରରେ ମୋଟ ୮୦ରନ କରିବାକୁ ସକ୍ଷମ ହୋଇଥିଲା । ଜବାବରେ ଉଦଳା ୬ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ଜିତିଥିଲା । ତେବେ ଉଦଳା ପକ୍ଷରୁ ଅନୁପ ପାଲ ସର୍ବାଧିକ ୨୫ରନ ସଂଗ୍ରହ କରିଥିଲେ । ତେବେ ଶନିବାର ଷ୍ଟେସନ ଆଥଲେଟିକ ଆସୋସିଏସନ ସହ ଡିଆରକେ ଏବଂ ବିଜେଏମସିସି ଓ ଉଦଳା ମଧ୍ୟରେ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଆଜିର ଏହି ମ୍ୟାଚରେ ଅମ୍ପେୟାର ଭାବେ ଦିଲ୍ଲୀପ ଦାସ,ସୁଶାନ୍ତ ମହାନ୍ତି ଏବଂ ନାନୁ ମହାକୁଢ଼ ଯୋଗଦେଇଥିଲେ । ଏହି ପ୍ରତିଯୋଗିତା ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି ।
ଖେଳ
ଶହୀଦ ରତିକାନ୍ତ କୂଳଦୀପ ମେମୋରିଆଲ କ୍ରିକେଟ ପ୍ରତିଯୋଗିତା :ଦ୍ୱିତୀୟ ଦିନରେ ଡିଆରକେ ଏବଂ ଉଦଳା ବିଜୟୀ
- Hits: 548