ବାରିପଦା(ଦିଲ୍ଲୀପ ମହାନ୍ତି) -ସ୍ଥାନୀୟ ଷ୍ଟେସନବଜାର ଆଥଲେଟିକ ପଡିଆଠାରେ ଷ୍ଟେସନ ଆଥଲେଟିକ ଏସୋସିଏସନ ଆନୁକୁଲ୍ୟରେ ୨୪ ତମ ଆନ୍ତରାଜ୍ୟ ସୋନା ଚାନ୍ଦି କପ -୨୦୧୮ ପାଞ୍ଚଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଅଛି । ପ୍ରଥମ ଦିବସରେ ପ୍ରଥମ ମ୍ୟାଚରେ ଲକ୍ଷ୍ମୀପୋଷୀ ୩-୦ ଗୋଲରେ ସିଙ୍ଗଲ ସିସିର (ରଙ୍ଗୀଭୋଳ) କୁ ପରାସ୍ତ କରିଥିବାବେଳେ ଦ୍ୱିତୀୟ ମ୍ୟାଚରେ ମା ଦ୍ୱାରଶୁଣି (ବାଙ୍ଗିରିପୋଷି) ୧-୦ ଗୋଲରେ ଭଞ ଟାଇଗାର କୁ , ତୃତୀୟ ମ୍ୟାଚରେ ବିଜାତଳା ୬-୫( ପେନାଲଟି କିକ)ଗୋଲରେ ୟୁଥ ୟୁନାଇଟେଡ କୁ , ଚତୁର୍ଥ ମ୍ୟାଚରେ ମାମ ଭାଗନା(ବାରିପଦା) ୫-୦ ଗୋଲରେ ସାଲାଇ ଏଣ୍ଡ ସାଲାଇ କୁ ପରାସ୍ତ କରିଥିବାବେଳେ ପ୍ରି କ୍ୱାଟାର ର ପ୍ରଥମ ମ୍ୟାଚରେ ଲକ୍ଷ୍ମୀପୋଷୀ ୧-୦ ଗୋଲରେ ଦ୍ୱାରଶୁଣୀ କୁ ପରାସ୍ତ କରିଥିବାବେଳେ ଦ୍ୱିତୀୟ ମ୍ୟାଚରେ ମାମ ଭାଗନା ୨-୦ ଗୋଲରେ ବିଜାତଳା କୁ ପରାସ୍ତ କରିଅଛି । କ୍ୱାଟାର ପାଇନାଲ ମ୍ୟାଚରେ ଲକ୍ଷ୍ମୀପୋଷୀ ୧-୦ ଗୋଲରେ ମାମ ଭାଗନା କୁ ପରାସ୍ତ କରିଅଛି । ଆଜିକାର ଉଦ୍ଘାଟନୀ ଉସôବରେ ଷ୍ଟେସନ ଆଥଲେଟିକ ଏସୋସିଏସନ ର ସଭାପତି ଗିରିଶ ଚନ୍ଦ୍ର ଦାସ , ସୋନାଚାନ୍ଦି ଅଧ୍ୟକ୍ଷ ଅରୂପ କୁମାର ଦାସ , ସଂପାଦକ ଶିବଶଙ୍କର ପଟ୍ଟନାୟକ ,କୋଷାଧକ୍ଷ ବିନୋଦ କୁମାର ସାହୁ , ସହ ସଂପାଦକ ଏସ କେ ହାସିବୁଲ ଆଲାମ , ରଘୁନାଥ ବାସ୍କେ , ସଞିବ ଦ୍ୱିବେଦୀ ପ୍ରମୁଖ ଉପସ୍ଥିତଥିଲେ ।