ପ୍ରଥମ ରାଜବୋଡାସମ୍ବର ରାଜ୍ୟସ୍ତରୀୟ ଭଳିବଲ  ପ୍ରତିଯୋଗିତା ଉଦଯାପିତ, ଓଡ଼ିଶା ପୋଲିସ ଦଳ ଚମ୍ପିୟାନ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼(ଗୌରାଙ୍ଗ ଦାଶ/ନିଳ ଦୀପ)-ପଦ୍ମପୁର ଉପଖଣ୍ଡସ୍ଥ ଦିପ୍ତିପୁର ଶ୍ରୀଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷାକେନ୍ଦ୍ର ଖେଳପଡିଆଠାରେ ଚାଲିଥିବା ପ୍ରଥମ ରାଜବୋଡାସମ୍ବର ରାଜ୍ୟସ୍ତରୀୟ ଭଳିବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ଶ୍ରମ ଓ ଶକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ସୁଶାନ୍ତ ସିଂ ଯୋଗଦେଇ ଓଡ଼ିଶା ସରକାର ଖେଳ ଓ ଖେଳାଳି ମାନଙ୍କ ଅଗ୍ରଗତି ନିମନ୍ତେ ନୁଆନୁଆ ଯୋଜନା ମାନ କରିଥିବା ପ୍ରକାଶ କରିଥିଲେ |  ଏହା ସହ ବିଜୁ ଯୁବବାହିନୀର ଯୁବକ ମାନଙ୍କୁ ଖେଳ କିଟ ପ୍ରଦାନ କରାଯାଉଥିବା ପ୍ରକାଶ କରିଛନ୍ତି । ଏହି ଭଳିବଲ  ପ୍ରତିଯୋଗିତାରେ ଓଡ଼ିଶାର ନାମିଦାମୀ ଚାରିଗୋଟି ଦଳ  ଅଂଶଗ୍ରହଣ କରି ସାତଗୋଟି ମ୍ୟାଚ ଖେଲିଥିଲେ । ଉଦଯାପନୀ ମ୍ୟାଚ ରାଉରକେଲା ଓ ଓଡିଶା ପୋଲିସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ଓଡ଼ିଶା ପୋଲିସ ଦଳ ଚମ୍ପିୟାନ ହୋଇଥିଲା । ଏପରି ଏକ ଉପାନ୍ତ ଅଞ୍ଚଳରେ ଏଭଲି ରାଜ୍ୟସ୍ତରୀୟ ଭଳିବଳ ପ୍ରତିଯୋଗିତା ଆୟୋଜିତ କରିଥିବାରୁ ଆୟୋଜକ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ବଢେଇଙ୍କୁ ଜନସାଧାରଣ ତଥା ଖେଲାଲି ମାନେ ମଧ୍ୟ ସାଧୁବାଦ ଜଣାଇଥିଲେ । ଆୟୋଜନର ଗାମ୍ଭିର୍ଯ୍ୟକୁ ଲକ୍ଷ୍ୟ କଲେ ଏହା ନିଶ୍ଚିତ ଭାବେ କହି ହେବ ଯେ ପଶ୍ଚିମାଞ୍ଚଳର ଗ୍ରାମାଞ୍ଚଳରେ ଏଭଳି ସ୍ତରର ଆୟୋଜନ ନିହାତି ଭାବେ ପ୍ରଥମ | ଏହି ଅୟୋଜନକୁ ଉପସ୍ଥିତ ଅତିଥିଗଣ ଭୁୟସୀ ପ୍ରଶଂସା କରିଥିବା ବେଳେ ମାଟି ଓ କ୍ରୀଡା ପ୍ରତି ମୁଖ୍ୟ ଆୟୋଜକ ତଥା କ୍ରୀଡା ସଂଗଠକ ଶ୍ରୀ ବଢେଇଙ୍କ ଆକର୍ଷଣର ପ୍ରତିଫଳନ ବୋଲି  ସ୍ଥାନୀୟ କ୍ରୀଡ଼ାପ୍ରେମୀ ଜନସାଧାରଣ ମତବ୍ୟଲ୍ଟ କରିଛନ୍ତି | 

0
0
0
s2sdefault