ବାରିପଦା(ଦିଲ୍ଲୀପ ମହାନ୍ତି)
ଚଳିତ ଡ଼ିସେମ୍ବର ୧୭ରୁ ଭୂବନେଶ୍ୱର, ୟୁନିଟ-୩ସ୍ଥିତ କ୍ୟାପିଟାଲ ହାଇ ସ୍କୁଲ ପଡ଼ିଆ ପରିସରରେ ଆୟୋଜିତ ହେବାକୁ ଥିବା ୧୭ ବର୍ଷରୁ କମ୍ ରାଜ୍ୟସ୍ତରୀୟ ବାଳିକା ଓ ବାଳକ ରଗ୍ବୀ ଫୁଟବଲ ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲ୍ଲାରୁ ବାଳକ ବିଭାଗରେ ଗୁଲସନ ରାମ, ରାଜ କୁମାର ମୁଣ୍ଡା, ଲାଲ ମୋହନ ହାଁସଦାଃ, ଅନୁରାଗ ସିଂ, ଗୌରୀ ଶଙ୍କର ଟୁଡ଼ୁ, ପାରାଉ ହାଁସଦାଃ, ରାଜେଶ ଟୁଡ଼ୁ, ଆକାଶ ସିଂ, ଶଙ୍କର ଟୁଡ଼ୁ, ଗୌରୀ ମୋହନ ସିଂ, ମାନସ ରଞ୍ଜନ ନାଏକ, ସତ୍ୟ ଶଙ୍କର ମହାନ୍ତି ରହିଥିବା ବେଳେ ବାଳିକା ବିଭାଗରେ ପୁଲକ ମଞ୍ଜରୀ ମହାନ୍ତ, ରଶ୍ମୀତା ଟୁଡ଼ୁ, ସୁଦିପା ବାରିକ, ରୁଇବାରୀ ସୋରେନ, ଆରତୀ ମୁର୍ମୁ, ଜ୍ୟୋତ୍ସ୍ନା ଟୁଡ଼ୁ, ମାହୀ ସୋରେନ, ମଧୁ ଲତା ସୋରେନ, ରାଣୀ ମୁର୍ମୁ, ସାରଥୀ ହାଁସଦାଃ, ଝିଲି ମଣି ସୋରେନ ଓ ଅର୍ଚ୍ଚିତା ନାଏକ ପ୍ରମୁଖ ମୟୂରଭଞ୍ଜ ଜିଲ୍ଲାରୁ ପ୍ରତିନିଧିତ୍ୱ କରିବା ନିମନ୍ତେ ଭୂବନେଶ୍ୱର ଯାତ୍ରା କରିଛନ୍ତି । ଏମାନଙ୍କ ସହିତ ବାଳିକା ଟିମର ମ୍ୟାନେଜର ଭାବେ ଖୁରୁଣ୍ଟିଆ ସରକାରୀ ଉଚ୍ଚ ବିଦ୍ୟାଳୟର ଶାରିରୀକ କ୍ରୀଡ଼ା ଶିକ୍ଷକ ଆରତୀ ପାତ୍ର ଓ ବାଳକ ଟିମର ମ୍ୟାନେଜର ଭାବେ ଶାମାଖୁଣ୍ଟା ଶିରିଶବଣିସ୍ଥିତ ସ୍ୱାମୀ ବିବେକାନନ୍ଦ ଶିକ୍ଷାଶ୍ରମର ଶାରିରୀକ କ୍ରୀଡ଼ା ଶିକ୍ଷକ ଦିବ୍ୟ ରଞ୍ଜନ ଦାସ ସାମିଲ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ମହାରାଜା କୃଷ୍ଣ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦର୍ଶନ ପଣ୍ଡାଙ୍କ ଅଧ୍ୟକ୍ଷତା ଓ ଜିଲ୍ଲା ଶାରିରୀକ ଶିକ୍ଷା ଶିକ୍ଷକ ସଙ୍ଘର ଯୁଗ୍ମ-ସମ୍ପାଦକ ଦୀପକ ରାମ, ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଅତୁଲ ପରିଡ଼ା, ରଗବୀ ଫୁଟବଲ କୋଚ ଚନ୍ଦନ ସିଂ ପ୍ରମୁଖଙ୍କ ଉପସ୍ଥିତିରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ବାଳକ ଓ ବାଳିକା ଟିମର ସଫଳତା କାମନା କରାଯାଇଥିଲା ।