ପ୍ରଥମ ରାଜବୋଡାସମ୍ବର ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗିତା ଉଦଘାଟିତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ଼(ଗୌରାଙ୍ଗ ଦାଶ/ନିଳ ଦୀପ)

ପ୍ରଥମ ରାଜବୋଡାସମ୍ବର ଏକ ଦିବସୀୟ ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗିତା ପଦ୍ମପୁର ଉପଖଣ୍ଡସ୍ଥ ଦିପ୍ତିପୁର ଖେଳପଡିଆ ଠାରେ ଶୁଭ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବିଜୟ ରଞ୍ଜନ ସିଂ ବରିହା ମୁଖ୍ୟ ଅତିଥି ଯୋଗଦେଇ ଭଲିବଳ ଖେଳ ପ୍ରତି ନିଜର ଅଭିଜ୍ଞତା ଓ ପୂର୍ବ ଅନୁଭୂତି ଉପସ୍ଥିତ ଖେଳପରିମି  ଜନସାଧାରଣଙ୍କ ସହ ବାଣ୍ଟିଥିଲେ ଏହା ସହିତ ଓଡ଼ିଶା ସରକାରଙ୍କ ଖେଳ ଓ ଖେଳାଳି ପ୍ରତି ସହଯୋଗ ଓ ପ୍ରତ୍ସାହନ ବିଷୟରେ ଜଣାଇଥିଲେ । ଉଦାହରଣ ସ୍ବରୂପ ଓଡ଼ିଶାରେ ଆୟୋଜିତ ହେଉଥିବା ବିଶ୍ବକପ ହକି ଟୁର୍ଣ୍ଣାମେଣ୍ଟ ଓ ବିଭିନ୍ନ ଆନ୍ତର୍ଜାତୀୟ ଖେଳ ପ୍ରତିଯୋଗିତାରେ ରହିଥିବା ଓଡ଼ିଶା ସରକାରଙ୍କ ସମସ୍ତ ପ୍ରକାରର ସାହାଯ୍ୟ ଓ ସହଯୋଗ। 

      ଏହି ଉତ୍ସବରେ ଆୟୋଜନ କମିଟିର ସମ୍ପାଦକ ଶ୍ରୀଯୁକ୍ତ ମହେନ୍ଦ୍ର ବଢ଼େଇ ନିଜ ବକ୍ତବ୍ୟରେ ଓଡ଼ିଶା ସରକାର ଖେଳ ଓ ଖେଳାଳି ପ୍ରତି କିପରି ସହଯୋଗ ପ୍ରଦାନ କରିଛନ୍ତି ସେ ବିଷୟରେ ଅବଗତ କରାଇବା ସହ ଏଭି ରାଜ୍ୟସ୍ତରୀୟ ଭଲିବଲ  ପ୍ରତିଯୋଗିତା ଆୟୋଜନ ଦ୍ବାରା ଆଗାମୀ ଦିନରେ ରାଜବୋଡାସମ୍ବର ଅଞ୍ଚଳରୁ ବହୁ ଖେଳାଳି ବାହାରି ରାଜ୍ୟ ତଥା ଦେଶରେ ଅଞ୍ଚଳର ନାମ କରିବେ ବୋଲି ଆଶା ପୋଷଣ କରିଥିଲେ। 

     ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଭ୍ୟ ଶ୍ରୀଯୁକ୍ତ ନାରାୟଣ ସାହୁ,ପଦ୍ମପୁର ଉପଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ପଣ୍ଡା, ବିଶିଷ୍ଟ କୄଷକ ନେତା ଶ୍ରୀଯୁକ୍ତ କିଶୋର ଦେବତା,ବିଶିଷ୍ଟ ଶିକ୍ଷାବିତ ତଥା ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ସାଧୁଚରଣ ଗଡ଼ତିଆ,ବିଶିଷ୍ଟ ଶିକ୍ଷାବିତ କୄଷ୍ଣମୋହନ ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ ।ଉଦଘାଟନୀ ମ୍ୟାଚ ପୂର୍ବରୁ ମୁଖ୍ୟ ଅତିଥି ତଥା ମଞ୍ଚାସିନ ଅତିଥି ମାନେ ରାଜିଙ୍ଗ କ୍ଳବ ରାଉଲକେଲା ଓ ଇଷ୍ଟ କୋଷ୍ଟ ରେଲୱେ ଖୋର୍ଦ୍ଧାର ଖେଳାଳି ମାନଙ୍କ ସହିତ ପରିଚିତ ଆଦାନ ପ୍ରଦାନ ପରେ ଉଦଘାଟନୀ ମ୍ୟାଚ ଆରମ୍ଭ ହୋଇଥିଲା ।ଏହି ଖେଳ ପ୍ରତିଯୋଗିତା ଉପଭୋଗ କରିବା ପାଇଁ ଦିପ୍ତିପୁର ଓ ଆଖପାଖ ଅଞ୍ଚଳର ପ୍ରାୟ ପାଞ୍ଚହଜାର ଜନସାଧାରଣଙ୍କ ଭିଡ଼ ଦେଖିବାକୁ ମିଲିଥିଲା। ଏହି ପ୍ରତିଯୋଗିତାରେ ରାଜ୍ୟର ପ୍ରତିଷ୍ଠିତ ଚାରୋଟି ଦଳ ଅଂଶଗ୍ରହଣ କରିଛନ୍ତି ।

0
0
0
s2sdefault